Home ଓଡ଼ିଶା ଆସନ୍ତା ୫ ତାରିଖରେ ମହିଳା ମୋର୍ଚ୍ଚା ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲପାଳ ଅଫିସ ଆଗରେ ବିକ୍ଷୋଭ...

ଆସନ୍ତା ୫ ତାରିଖରେ ମହିଳା ମୋର୍ଚ୍ଚା ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲପାଳ ଅଫିସ ଆଗରେ ବିକ୍ଷୋଭ କରାଯିବ : ପ୍ରଭାତି ପରିଡା

375

ମୃତା ସ୍ମିତାରାଣୀକୁ ନ୍ୟାୟ ପ୍ରଦାନ ଏବଂ ଯୌନ ଉତ୍ପୀଡନ କରିଥିବା ବିଜେଡି ରାଜ୍ୟ ସଂପାଦକ ତଥା କେନ୍ଦ୍ରାପଡା କ୍ରେଡିଟ କୋଅପରେଟିଭର ସଭାପତି ପ୍ରମୋଦ ସାହୁଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ  ମହିଳା ମୋର୍ଚ୍ଚା ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲପାଳ ଅଫିସ ଆଗରେ ବିକ୍ଷୋଭ

– ସ୍ମିତାରାଣୀ ହତ୍ୟକାଣ୍ଡର ସିବିଆଇ ତଦନ୍ତ କରାଯାଉ
– ସ୍ମିତାରାଣୀର ଚରିତ୍ରହନନ କରିଥିବା ଯାଜପୁର ଏସପିଙ୍କୁ ବହିଷ୍କାର କରାଯାଉ
– ନିଜ କ୍ଷମତାର ଅପବ୍ୟବହାର କରିଥିବା ମହିଳା କମିଶନ ଅଧ୍ୟକ୍ଷାଙ୍କୁ ବହିଷ୍କାର କରାଯାଉ
– ମହିଳାଙ୍କ ସୁରକ୍ଷା ନେଇ ଜିରୋ ଟଲେରାନ୍ସ ଗ୍ରହଣ କରନ୍ତୁ ରାଜ୍ୟସରକାର
– ବିଜେଡି ରାଜ୍ୟ ସଂପାଦକ ତଥା କେନ୍ଦ୍ରାପଡା କ୍ରେଡିଟ କୋଅପରେଟିଭର ସଭାପତି ପ୍ରମୋଦ ସାହୁ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବିଜେଡି ସୁପ୍ରିମୋ

ଭୁବନେଶ୍ୱର, ୦୩/୧୧ (ଓଡ଼ିଆ ପୁଅ) : ଯାଜପୁର ଜିଲ୍ଲା ହରିଦାସପୁର ପଂଚାୟତ ପିଇଓ ସ୍ମୀତାରାଣୀଙ୍କର ମୃତ୍ୟୁକୁ ଆଜି ୧୮ ଦିନ ବିତିଲାଣି। ସ୍ମିତାରାଣୀ ସହ ଦୁର୍ଷ୍କମ କରାଯାଇ ତାଙ୍କୁ ହତ୍ୟା କରାଯାଇଛି। ବିଜେପି ବରାମ୍ବାର ମୃତା ସ୍ମିତାରାଣୀଙ୍କୁ ନ୍ୟାୟ ହେବା ପାଇଁ ଦାବି କରିଆସୁଥିଲେ ବି ରାଜ୍ୟସରକାର ଏବଂ ଜିଲ୍ଲା ପୋଲିସ ପ୍ରଶାସନ ଏପର୍ଯ୍ୟନ୍ତ ଚୁପ୍ ବସିଛନ୍ତି। ପୋଲିସ କେବଳ ରୂପେଶ ଭଦ୍ରକୁ ଗିରଫ କରି ସେଠାରେ ଉପସ୍ଥିତ ଥିବା ୨ ଜଣ ବିଜେଡି ସମିତି ସଭ୍ୟ, ଜଣେ ବିଜେଡି ଜିଲ୍ଲାପରିଷଦ ଏବଂ ରାମକୋର ଉଚ୍ଚପଦସ୍ଥ ଅଧିକାରୀଙ୍କୁ ତଦନ୍ତ ପରିସରଭୃକ୍ତ କଲା ନାହିଁ। ଅନ୍ୟପଟେ ଯାଜପୁର ଏସପି ବୃତିଗତ ତଦନ୍ତ ନକରି ବ୍ୟକ୍ତିଗତ ତଦନ୍ତ କରି ମୃତା ସ୍ମିତାରାଣୀର ଚରିତ୍ରହନନ କଲେ। ଶାସକ ଦଳ ଚାପରେ ଘଟଣାକୁ ଚପେଇ ଦେବା ପାଇଁ ଅପଚେଷ୍ଟା କରାଯାଉଛି। ମହିଳା କମିଶନ ଅଧ୍ୟକ୍ଷା ତଦନ୍ତ ନକରି କେସ ସରିଗଲାଣି ବୋଲି କହି ସମଗ୍ର ମହିଳା ସମାଜକୁ ନିନ୍ଦିତ କରିଛନ୍ତି ବୋଲି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ପ୍ରଭାତି ପରିଡା ଅଭିଯୋଗ କରିଛନ୍ତି।

ସେହିପରି ବିଜେଡି ରାଜ୍ୟ ସଂପାଦକ ତଥା କେନ୍ଦ୍ରାପଡା କ୍ରେଡିଟ କୋଅପରେଟିଭର ସଭାପତି ପ୍ରମୋଦ ସାହୁ ଜଣେ କର୍ମଜୀବୀ ମହିଳାଙ୍କୁ ଯୌନ ନିର୍ଯ୍ୟାାତନା ଦେବା ଅତ୍ୟନ୍ତ ଲଜ୍ଜାଜନକ ଘଟଣା। ପ୍ରମୋସନର ଲୋଭ ଦେଖାଇ ସବୁବେଳେ ସେ ମହିଳାଙ୍କ ଯୌନ ଉତ୍ପୀଡନ କରୁଥିଲେ। ମହିଳା ଜଣକ ପୋଲିସ ପାଖରେ ଅଭିଯୋଗ କଲେ ବି ଶାସକ ଦଳର ଚାପରେ ପୋଲିସ କୌଣସି ପଦକ୍ଷେପ ଗ୍ରହଣ କରୁନାହିଁ। ରାଜ୍ୟସରକାର ମହିଳା ସଶକ୍ତିକରଣ, ମୋ ସରକାର, ମୋ ପୋଲିସ, ମୋ ପରିବାର ଏବଂ ୫-ଟି କଥା କହୁଥିବାବେଳେ ଏକ ସରକାରୀ କର୍ମଚାରି ଓ ମହିଳାଙ୍କ ମୃତ୍ୟୁପରେ ତାଙ୍କୁ ନ୍ୟାୟ ମିଳୁନାହିଁ। ଏହା ଅତ୍ୟନ୍ତ ର୍ଦୁଭାଗ୍ୟଜନକ ଘଟଣା। ମୃତା ସ୍ମିତାରାଣୀର ହତ୍ୟା ଘଟଣାର ସିବିଆଇ ତଦନ୍ତ, ସ୍ମିତାରାଣୀଙ୍କର ଚରିତ୍ର ହନନ କରିଥିବା ଯାଜପୁର ଏସପି ଚରଣ ସିଂହ ମୀନାଙ୍କୁ ବହିଷ୍କାର, ନିଜ କ୍ଷମତାର ଅପବ୍ୟବହାର କରିଥିବା ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରାଙ୍କୁ ବହିଷ୍କାର ଏବଂ ମହିଳାଙ୍କ ସୁରକ୍ଷା ନେଇ ଜିରୋ ଟଲେରାନ୍ସ ଗ୍ରହଣ କରିବା ଆଦି ଦାବି ନେଇ ଆସନ୍ତା ନଭେମ୍ବର ୫ ତାରିଖରେ ମହିଳା ମୋର୍ଚ୍ଚା ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲପାଳ ଅଫିସ ଆଗରେ ବିକ୍ଷୋଭ କରାଯିବ ବୋଲି ଶ୍ରୀମତୀ ପରିଡା ଚେତାବନୀ ଦେଇଛନ୍ତି।

ଆସନ୍ତା ୫ ତାରିଖ ଦିନ ମହିଳା ମୋର୍ଚ୍ଚାର ସଭାନେତ୍ରୀ ଶ୍ରମୀତୀ ପରିଡା କେନ୍ଦ୍ରାପଡାରେ ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ କରିବା ସହ ପୀଡିତା ମହିଳା ଓ ତାଙ୍କ ପରିବାର ସହ ସାକ୍ଷାତ କରିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.