Home ଓଡ଼ିଶା ଚା’ରେ ନିଶା ଦେଇ ବେପାରୀଙ୍କଠାରୁ ଲୁଟ

ଚା’ରେ ନିଶା ଦେଇ ବେପାରୀଙ୍କଠାରୁ ଲୁଟ

279

ଭଦ୍ରକ, ୦୪/୧୧, (ଓଡ଼ିଆ ପୁଅ ପି ନାୟକ):ପୁଣି ଚା’ରେ ନିଶା ଦେଇ ବେପାରୀଙ୍କଠାରୁ ଲୁଟ। ଏହି ଅଭିଯୋଗ ଏବେ ଆସିଛି ଭଦ୍ରକ ଜିଲ୍ଲାରୁ। ଦୁଇ ଆଇସକ୍ରିମ ବେପାରୀ ଚା’ ଦୋକାନ ରୁ ଚା’ ପିଇ ଚେତାଶୂନ୍ୟ ହୋଇ ଲୁଟର ଶିକାର ହେବା ପରେ ଏବେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ତେବେ ଦୁଇ ବେପାରୀ ଉଭୟ କୂଆପଦା ଓ ଜଳଙ୍ଗାରେ ବୋଲି ଜଣାପଡିଛି। ସୂଚନାଅନୁଯାୟୀ, ଭଦ୍ରକ ଚରମ୍ପା ଅଞ୍ଚଳରେ ବର୍ତ୍ତମାନ ବହୁ ଧୁମ୍‌ଧାମରେ ପ୍ରସିଦ୍ଧ କାଳୀପୂଜା ଚାଲୁଛି। ଦୁଇ ଆଇସକ୍ରିମ ବେପାରୀ ପଥରକାଳୀ ପୂଜା ମଣ୍ଡପ ନିକଟରେ ବେପାର କରୁଥିବା ସମୟରେ ଗତକାଲି ରାତିରେ ଚା’ ଦୋକାନୀରୁ ଦୁଇ ଜଣ ଚା’ ପିଇଥିଲେ। ପରେ ଦୁଇଜଣକ ମୁଣ୍ଡ ଘୁରାଇବା ସହ ଘଟଣା ସ୍ଥଳରେ ଚେତାଶୂନ୍ୟ ହୋଇଯାଇଥିଲା। ଘଟଣାସ୍ଥଳରେ ଥିବା ସ୍ଥାନୀୟ ଲୋକ ଦୁଇ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ। ଆଜି ସେମାନଙ୍କର ଚେତା ଆସିବା ପରେ ଘଟଣା ସାମ୍ନାକୁ ଆସିଥିଲା। ଖବର ପାଇ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.