Home ଜିଲ୍ଲା ପରିକ୍ରମା ବିଶ୍ୱ ମହିଳା ଦିବସରେ ରୂପାୟନ ପକ୍ଷରୁ ସମାଜସେବିକା ରାଜଲକ୍ଷ୍ମୀ ସମ୍ମାନିତ

ବିଶ୍ୱ ମହିଳା ଦିବସରେ ରୂପାୟନ ପକ୍ଷରୁ ସମାଜସେବିକା ରାଜଲକ୍ଷ୍ମୀ ସମ୍ମାନିତ

13

ଭଦ୍ରକ, ୮ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍ୱେଚ୍ଛାସେବୀ ସଂଗଠନ ‘ରୂପାୟନ’ ଟ୍ରଷ୍ଟ ପକ୍ଷରୁ ଭଦ୍ରକର ଅଗ୍ରଣୀ ଶିକ୍ଷାନୁଷ୍ଠାନ ମାକ୍ରୋୱେବ୍ ଟେକନୋଲୋଜିର ସମ୍ମିଳନୀ କକ୍ଷରେ ବିଶ୍ୱ ମହିଳା ଦିବସ ପାଳିତ ହୋଇ ଯାଇଛି । ଏହି ଅବସରରେ ଟ୍ରଷ୍ଟର ଭଦ୍ରକ ଜିଲ୍ଲା ସଭାପତି ସାମ୍ବାଦିକ ପ୍ରମୋଦ ରାୟ ଅନୁଷ୍ଠିତ ସଭାରେ ପୌରୋହିତ୍ୟ କରିଥିଲେ । ମୁଖ୍ୟ ଅତିଥି ଭାବେ ମାକ୍ରୋୱେବ୍ ଟେକନୋଲୋଜିର ନିର୍ଦ୍ଦେଶିକା ନମ୍ରତା ରାୟ ଯୋଗଦେଇ ବର୍ତ୍ତମାନର ଅବକ୍ଷୟମୁଖୀ ସମାଜରେ ମହିଳାମାନେ ପୁରୁଷଙ୍କ ଠାରୁ କୌଣସି ଗୁଣରେ କମ୍ ନୁହଁନ୍ତି ବୋଲି ବିଭିନ୍ନ ଉଦାହରଣ ଦେଇ କହିବା ସହ ଏ ଦିଗରେ ନାରୀ ସଶକ୍ତିକରଣର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ । ଏହି ଉତ୍ସବରେ ଜିଲାର ବହୁ ଅବହେଳିତ ଓ ନିର୍ଯ୍ୟାତିତା ମହିଳାଙ୍କୁ ନ୍ୟାୟ ପ୍ରଦାନ କ୍ଷେତ୍ରରେ ନିଜର ଅଗ୍ରଣୀ ଭୂମିକା ପାଇଁ ଭଦ୍ରକର ଅନ୍ୟତମ ସମାଜସେବିକା ରାଜଲକ୍ଷ୍ମୀ ମହାପାତ୍ରଙ୍କୁ ଚଳିତବର୍ଷର ‘ଆଦର୍ଶ ମହିଳା’ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହି ଉତ୍ସବକୁ ସୁଶ୍ରୀ ସରମିତା ମଲ୍ଲିକ, ସ୍ୱପ୍ନାରାଣୀ ରାଉତ, ଦିପର୍ଣ୍ଣା ଧଳ, ଶୁଭଶ୍ରୀ ବାରିକ, ଶୁଭସ୍ମିତା ମଲ୍ଲିକ ପ୍ରମୁଖ ପରିଚାଳନା କରିଥିବାବେଳେ ଶେଷେରେ ଟ୍ରଷ୍ଟ ପକ୍ଷରୁ ଅଞ୍ଜଳି ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.