Home କୋରାପୁଟ ଆଧୁନିକ ଏଲଏଚବି ରେକରେ ପହଂଚିଲା ହୀରାଖଣ୍ଡ ଏକ୍ସପ୍ରେସ ଟ୍ରେନ

ଆଧୁନିକ ଏଲଏଚବି ରେକରେ ପହଂଚିଲା ହୀରାଖଣ୍ଡ ଏକ୍ସପ୍ରେସ ଟ୍ରେନ

41

କୋରାପୁଟ ୧୧-୦୯(ଓଡିଆ ପୁଅ /ରଂଜନ ଦାସ)ଆଧୁନିକ ଏଲଏଚବି ରେକରେ ଆଜି ହୀରାଖଣ୍ଡ ଟ୍ରେନ କୋରାପୁଟରେ ପହଂଚିଥିଲା ।ଆଧୁନିକ ଏଲଏଚବିରେ ୧୨ କୋଚ ଯଥା ଗୋଟିଏ ଏସି ଦ୍ୱିତୀୟ ଟାୟାର,ଦୁଇଟି ଏସି ତୃତୀୟ ଟାୟାର ,ଚାରୋଟି ସ୍ଲିପର କ୍ଲାସ,ତିନୋଟି ଦ୍ୱିତୀୟ ଶ୍ରେଣୀ ସିଟିଙ୍ଗ ଏବଂ ଦୁଇଟି ଗାର୍ଡ ତଥା ଲଗେଜ ଭ୍ୟାନ ମିଶ୍ରଣ ସହିତ ରହିଥିବା ଜଣାପଡିଛି ।ନିରାପତା ଦୃଷ୍ଟିରୁ ଏହା ଫଳପ୍ରଦ ଅଟେ ବୋଲି ଜଣାପଡିଛି ।ଏସି କୋଚରେ ସିସିଟିଭି କ୍ୟାମେରା ଲଗାଯାଇଥିବା ଜଣାପଡିଛି ।ଆଧୁନିକ ଏଲଏଚବି କୋଚରେ ଯାତ୍ରା ଆରାମଦାୟକ ରହିଥିବା ଯାତ୍ରୀମାନେ ପ୍ରକାଶ କରିଛନ୍ତି ।ବାୟୋ ଟଇଲେଟ ସଫା ରହିଥିବା ଜଣେ ଯାତ୍ରୀ ପ୍ରକାଶ କରିଛନ୍ତି ।ଅଶ୍ୱିନୀ ବୈଷ୍ଣବ ରେଳମନ୍ତ୍ରୀ ହେବା ପରେ ଖୁବ କମ ସମୟରେ ଆଧୁନିକ ଏଲଏଚବି ରେକ ହୀରାଖଣ୍ଡ ଟ୍ରେନକୁ ପ୍ରଦାନ କରିଥିବାରୁ ଜଣେ ମହିଳା ଯାତ୍ରୀ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣେଇଥିଲେ ।ଗତକାଲି ଆଧୁନିକ ରେକର ଶୁଭାରମ୍ଭ କରାଯାଇଥିଲା ।କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିଲ୍ଲୀରେ ଭିଡିଓ କନଫରେନ୍ସ ମାଧ୍ୟମରେ ପତାକା ଦେକାଇ ଶୁଭାରମ୍ଭ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.