Home ଜିଲ୍ଲା ପରିକ୍ରମା ଆଦିବାସୀ ଅଧ୍ୟୁଷିତ ତମସା ପଚାଂୟତ ରେ ଆଦର୍ଶ ଅଙ୍ଗନବାଡି କେନ୍ଦ୍ର ଉଦଘାଟିତ

ଆଦିବାସୀ ଅଧ୍ୟୁଷିତ ତମସା ପଚାଂୟତ ରେ ଆଦର୍ଶ ଅଙ୍ଗନବାଡି କେନ୍ଦ୍ର ଉଦଘାଟିତ

116

ମାଲକାନଗିରି,୧୪ ।୧୧ (ଓଡିଆ ପୁଅ )  ଆଜି ପବିତ୍ର ଶିଶୁଦିବସ ଅବସରେ ମାଲକାନଗିରି ବ୍ଲକସ୍ଥ ଆଦିବାସୀ ଅଧ୍ୟୁଷିତ ତମସା ପଚାଂୟତ ରେ ଆଦର୍ଶ ଅଙ୍ଗନବାଡି କେନ୍ଦ୍ର ଉଦଘାଟିତ ହୋଇଯାଇଛି । ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଶିକ୍ଷାର ହାର ସର୍ବନିମ୍ମ ଥିବାରୁ ଶିକ୍ଷା କ୍ଷେତ୍ରରେ ଆଦିବାସୀ ଶିଶୁମାନଙ୍କୁ ଆଗକୁ ନେବା ପାଇଁ ଏହି ମଡେଲ ଅଙ୍ଗନ ଓ୍ୟାର୍ଡି କେନ୍ଦ୍ର ଟିକୁ ଜିଲ୍ଲାପ୍ରଶାସନ ପକ୍ଷରୁ ପ୍ରତିଷ୍ଟା କରା ଯାଇଛି, କୋମଳମତି ଶିଶୁମାନଙ୍କୁ ଚିତ୍ରରେ ଅତ୍ୟାଧୁନିକ ଶୈଳିରେ ଶିକ୍ଷା ଦେବା ନିମନ୍ତେ କାନ୍ଥବାଡରେ ଇଂରାଜୀରେ ଏ,ବି,ସି,ଡି,ଓ୍ୟାନ,ଟୁ,ଥ୍ରୀ ସହ ନାନାପ୍ରକାର ପଶୁପକ୍ଷୀ,ମହାପୁରୁଷ,ଗଣିତ ବିଷୟକୁ ନେଇ ସୁନ୍ଦର ଭାବେ ଚିତ୍ରତ କରାଯାଇଛି । ଆଜି ସକାଳେ ତମସା ଅଙ୍ଗନ ଓ୍ୟାର୍ଡି କେନ୍ଦ୍ରରେ ମାଲକାନଗିରି ବ୍ଲକ ଗୋଷ୍ଠିଉନ୍ନୟନ ଅଧିକାରୀ ଡ.ଗୁଣନିଧି ନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଉଦଘାଟନି ସଭାରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ମୀନଷ ଅଗ୍ରଓ୍ୟାଲ,ସମ୍ମାନିତ ଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଦଶରଥପଡିଆମି,ଜିଲ୍ଲାସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡକାମି, ଡିଆରଡିଏ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ମାନସକୁମାର ମିଶ୍ର ଯୋଗଦେଇ ଏହି ଆଦର୍ଶ ଅଙ୍ଗନ ଓ୍ୟାର୍ଡି କେନ୍ଦ୍ରଟିକୁ ଆନୁଷ୍ଟାନିକ ଭାବେ ଉଦଘାଟନ କରିଛନ୍ତି । ପ୍ରଥମେ ଅଙ୍ଗନଓ୍ୟାର୍ଡି କେନ୍ଦ୍ରର ଆଦର୍ଶ କର୍ମୀ ଶୁକ୍ରୀ କବାସୀ ଓ ଛୋଟ ଛୋଟ ପିଲାମାନେ  ଅତିଥିମାନଙ୍କୁ ପୁସ୍ପଗୋଛଦେଇ ପାଛୋଟି ନେଇଥିଲେ । ଅତିଥି ମାନେ ଉଦଘାଟନ କରିବା ପରେ କେନ୍ଦ୍ରର ଛୋଟ ଛୋଟ ପିଲାମାନଙ୍କ ସହିତ ହସ ଖେଳ ରେ ମାତି ଶିଶୁ ଦିବସ ପାଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟାନ ମାନଙ୍କ ମଧ୍ୟରେ ମାଲକାନଗିରି ଶିଶୁମହିଳା କଲ୍ୟାଣ ଅଧିକାରିଣୀ ବୁପୁଳା ସରକାର,ସୁପରଭାଇଜର ଦୀପିକା ରାୟ,  ତମସା ସରପଚଂ ଭୀମା ମାଡକାମି, ଗ୍ରାମମୁଖିଆ ପ୍ରମୁଖ ଉପସ୍ଥିତ ଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.