Home ଜିଲ୍ଲା ପରିକ୍ରମା ଶିଶୁ ଗୃହରେ ଶିଶୁ ଦିବସ ପାଳନ,ଆଜିର ଶିଶୁ କାଲିର ନାଗରିକ,ଶିଶୁ ହସିଲେ ଦେଶହସିବ

ଶିଶୁ ଗୃହରେ ଶିଶୁ ଦିବସ ପାଳନ,ଆଜିର ଶିଶୁ କାଲିର ନାଗରିକ,ଶିଶୁ ହସିଲେ ଦେଶହସିବ

315

ମାଲକାନଗିରି,୧୪ ।୧୧ (ଓଡିଆ ପୁଅ ) ସମଗ୍ର ଦେଶ ଚାଚା ନେହରୁ ଙ୍କ ଜୟନ୍ତୀକୁ ଶିଶୁଦିବସ ଭାବେ ପାଳୁଥିବା ବେଳେ ମାଲକାନଗିରି ଜିଲ୍ଲାସଦର ମହକୁମା ହାଇଟେକ କଲୋନି ଠାରେ ଥିବା ପରିବର୍ତନ ଶିଶୁଗୃହରେ  ଛାତ୍ର ଛାତ୍ରୀ ମାନେ ଭିନ୍ନ ଢଙ୍ଗରେ ଶିଶୁଦିବସ ଓ ଚାଚା ନେହରୁ ଙ୍କ ଜୟନ୍ତୀ ପାଳନକରିଛନ୍ତି ।  ଛାତ୍ର ଛାତ୍ରୀ ମାନେ ଚାଚା ନେହେରୁଙ୍କ ଫଟାଚିତ୍ରରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ୱଳନକରି କୌତୁକପୋଷାକ ପ୍ରଦର୍ଶନ କରି ଅତିଥି ମାନଙ୍କ ହାତରେ ସବୁଜ ରିବନ ବାନ୍ଧି ଦେଶକୁ ସବୁଜ ସଙ୍କେତ ଦେଇ ଆର୍ଶିବାଦ ଗ୍ରହଣ କରିଥିଲେ । ପରିବର୍ତନ ସଂସ୍ଥାର ଚେୟାରମେନ ନିତ୍ୟାନନ୍ଦ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲ୍ଲାଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ଅଶୋକକୁମାର ପଟନାୟକ,ମୁଖ୍ୟବକ୍ତା ଭାବେ ସାହିତ୍ୟ ଏକାଡେମୀ ସଦସ୍ୟ ରତ୍ନାକରଦାଶ,ସମ୍ମାନିତ ଅତିଥି ଭାବେ ମାଲକାନଗିରି ଥାନା ଅଧିକାରୀ ରାମପ୍ରସାଦ ନାଗ,ଜିଲ୍ଲା ଶିଶୁସୁରକ୍ଷା ଅଧିକାରୀ ନାରାୟଣ ଚନ୍ଦ୍ର ଦାସ,ସହକାରୀ ଶ୍ରମଅଧିକାରୀ ପ୍ରଶନ୍ନ ପ୍ରଧାନ ,ଅନ୍ୟତମ ଅତିଥି ଭାବେ ଜିଲ୍ଲା ଶିଶୁ ମଙ୍ଗଳ କମଟି ସଭ୍ୟ ଦୀନବନ୍ଧୁ ଦାଶ,ରାମଗୋବିନ୍ଦ ପଣ୍ଡା,ସଭ୍ୟା ଚୁମୁକି ବେହେରା,ଆନୁଷ୍ଟାନିକ ଶିଶୁ ଯତ୍ନ ଅଧିକାରି ଶ୍ରୀମତୀ ସୁଦେସ୍ନା ରାଉତ  ଯୋଗଦେଇଥିଲେ ।  ଆଜିର ଶିଶୁ କାଲିର ସୁନାଗରିକ,ଶିକ୍ଷାହିଁ ସଭ୍ୟତାର ବିକାଶକୁ ଆଗକୁ ନେଇଥାଏ,ଶିକ୍ଷାଦ୍ୱାରା ସାମାଜିକ,ଅର୍ଥନୈତିକ ଓ ବିଭିନ୍ନ ସଫଳତା କ୍ଷେତ୍ରରେ ଛାତ୍ର ଛାତ୍ରୀ ମାନଙ୍କ ଅଗ୍ରଗତିର ସୋପାନ,ଶିଶୁ ହସିଲେ ସଂସାର ହସିବ,  ବଣ ମଲ୍ଲୀ ବଣରେ ଫୁଟି ମଉଳିଗଲାପରି ଶିଶୁ ମାନଙ୍କ ନିକଟରେ ଅନେକ ଗୁଣ ଲୁଚିରହିଛି ତାହାକୁ ଆମେ ଜାଣିପାରୁନାହୁଁ, ସେ ଗୁଣଗୁଡିକୁ ଲୋକ ଲୋଚନକୁ ଆଣି ଶିଶୁମାନଙ୍କ ଅଧିକାର ସେମାନଙ୍କୁ ଜଣାଇବା ଦରକାର ବୋଲି ମଚାଂଶିନ ଅତିଥି ମାନେ ମତପ୍ରକାଶ କରିଥିଲେ । ଏହି ଅବସରରେ  ଆୟୋଜିତ ବିଭିନ୍ନ ପ୍ରତିଯୋଗୀତା ରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥିମାନେ ପୁରସ୍କାର  ପ୍ରଦାନକରିଥିଲେ । ଏହି ଅବସରେ  ଶତାଧିକ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ବକୃତାପ୍ରତି ଯୋଗୀତା ଶିଶୁର ସାର୍ବଜନୀନ ବିକାଶର ପ୍ରତିବନ୍ଧକ କି,ପ୍ରବନ୍ଧରେ ଶିଶୁ ଶ୍ରମିକପ୍ରଥା ଏକ ସାମାଜିକ କଳଙ୍କ,  ଦେଶାତ୍ମକ,ଆଧ୍ୟାତ୍ମିକ ସଂଗୀତ ବିଷୟବସ୍ତୁ କୁ ନେଇ ପ୍ରତି ଯୋଗୀତାର ଆୟୋଜନ କରା ଯାଇଥିଲା, ଏଥିରେ ନାୟକଗୁଡା ଇର୍ମାବାକା ସ୍ୱାଧିନତା ସଂଗ୍ରାମୀ ସ୍ୱତନ୍ତ୍ର ବିଦ୍ୟାଳୟ,ଟାଗୋର ସୋସାଇଟ  ମାର୍କେଲଗୁଡା ବିଦ୍ୟାଳୟ,କୋରକୁଣ୍ଡା ନିଳାଚଳ ଶିଶୁ ଗୃହ,ପରିବର୍ତନ ଶିଶୁଗୃହ ର ଶତାଧିକ ଛାତ୍ର ଛାତ୍ରୀ ଭାଗନେଇଥିଲେ । ଏହି ପ୍ରତିଯୋଗୀତା ରେ ବିଚାରକ ମଣ୍ଡଳି ରେ ପ୍ରତିମା ମହାପାତ୍ର,ମିନତୀ ବେହେରା,ରାଜ ଲକ୍ଷ୍ମୀ ଲେଙ୍କା,ପ୍ରଶାନ୍ତ ନାୟକ,ଜୋତ୍ରୀମୟୀ ଦାଶ ପ୍ରତିଯୋଗୀତା ପରିଚାଳନା କରିଥିଲେ । ଏହି ଅବସରରେ ଛାତ୍ର ଛାତ୍ରୀ ମାନେ ପାରମ୍ପାରିକ ନୃତ୍ୟ ସଙ୍ଗୀତ ପରିବେଷଣ କରିଥିଲେ ।  ଶତାଧିକ ଛାତ୍ର ଛାତ୍ରୀ,ଅତିଥି  ମାନେ ଉପସ୍ଥିତ ରହି କୁନିକୁନି ପିଲାମାନଙ୍କ ବିଭିନ୍ନ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । ଠିକ ସେହି ପରି କାମବେଡା ଉଚ୍ଚବିଦ୍ୟାଳୟ ପରିସରରେ ଜିଲ୍ଲାଆଇନ ସେବା ପ୍ରଧିକାରଣ ସଚିବ ଅମରେଶ ନାୟକ ଙ୍କ ଅଧ୍ୟକ୍ଷତାରେ ଶିଶୁଦିବସ ପାଳିତ ହୋଇ ଯାଇଛି, ଏହି ଅବସରେ ଏସଡିପିଓ ପ୍ରହ୍ଲାଦ ସାହାଇ ମୀନା,ଅଧ୍ୟାପକ ରଜଂନ କୁମାର ସ୍ୱାଇଁ ଯୋଗଦେଇ ଶିଶୁ ସୁରକ୍ଷା ଓ ଅଧିକାର ସଂପର୍କରେ କହିଥିଲେ । ଅନୁରୁପ ମାଲକାନଗିରି ମର୍ଡନ ଇଂଲିସ ସ୍କୁଲ, ସେଟଂ ଜାଭିୟର ହାଇସ୍କୁଲ ସହ ବିଭିନ୍ନା ଶିକ୍ଷା ଅନୁଷ୍ଟାନ ମାନଙ୍କରେ ଚାଚା ନେହରୁ ଙ୍କ ଜୟନ୍ତୀ ଓ ଶିଶୁ ଦିବସ ପାଳିତ ହୋଇ ଯାଇଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.