Home ଓଡ଼ିଶା ପୁଣି ୧୮୨ ପଜିଟିଭି ଚିହ୍ନଟ

ପୁଣି ୧୮୨ ପଜିଟିଭି ଚିହ୍ନଟ

110

ପୁରୀ, ୨୧ା୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଆଜିର ୧୮୨ ନୂତନ ପଜିଟିଭଙ୍କୁ ମିଶାଇ ପୁରୀ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୩୮୩ରେ ପହଞ୍ଚିଛି। ଚିହ୍ନଟ ନୂତନ ପଜିଟିଭମାନଙ୍କ ମଧ୍ୟରେ ବିଭିନ୍ନ ବ୍ଲକ ଅଞ୍ଚଳରୁ ୧୨୧ ଜଣଙ୍କୁ ଚିହ୍ନଟ କରାଯାଇଥିବାବେଳ ପୁର ପୌରାଞ୍ଚଳରୁ ଚିହ୍ନଟ ହୋଇଛନ୍ତି ୬୧ଜଣ। ଇତି ମଧ୍ୟରେ ପୁରୀ ଜିଲ୍ଲାରେମୋଟ ୮୧, ୩୦୪ଜଣଙ୍କ ନମୁନା ପରୀକ୍ଷଣ କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୮୩୮୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ପଜିଟିଭଙ୍କ ମଧ୍ୟରୁ ଆଜି ସୁଦ୍ଧା ୬୭୦୬ଜଣ ସୁସ୍ଥ ହୋଇଘରକୁ ଫେରିଥିବା ବେଳେ ୩୭ ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୧୬୪୪ କରୋନା ଆକ୍ରାନ୍ତ ଚିକିତ୍ସାଧିନଥିବାବେଳେ ଜିଲ୍ଲାରେ ଆଜି ସୁଦ୍ଧା ୨୬ ଟି କଣ୍ଟେନମେ ଜୋନ୍ ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.