Home ଜିଲ୍ଲା ପରିକ୍ରମା ଆଜି ଆଉ ୮୨ ଆକ୍ରାନ୍ତ ଭଦ୍ରକ ଜିଲ୍ଲାରୁ ଚିହ୍ନଟ, ସୁସ୍ଥ ହେଲେ ୨୪୩, ଜଣଙ୍କର ମୃତ୍ୟୁ

ଆଜି ଆଉ ୮୨ ଆକ୍ରାନ୍ତ ଭଦ୍ରକ ଜିଲ୍ଲାରୁ ଚିହ୍ନଟ, ସୁସ୍ଥ ହେଲେ ୨୪୩, ଜଣଙ୍କର ମୃତ୍ୟୁ

77

ଭଦ୍ରକ, ୨୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରୁ ଆଜି ୮୨ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୪୩ଜଣ ଆକ୍ରନ୍ତ ସୁସ୍ଥ ହୋଇଛନ୍ତି । ଆଜି ପର୍ଯ୍ୟନ୍ତ ୪୪ ହଜାର ୯ ନମୁନା ପରୀକ୍ଷା ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଛି ୨୪୧୯ରେ । ସୁସ୍ଥଙ୍କ ସଂଖ୍ୟ ପହଞ୍ଚିଛି ୧୬୬୨ରେ । ଏବେ ଆକ୍ଟିଭ ଅଛନ୍ତି ୭୫୦ଜଣ । ତେବେ ମୃତ୍ୟୁ ସଂଖ୍ୟାରେ ଆଉ ୧ ବୃଦ୍ଧି ହୋଇ ଏବେ ସଂଖ୍ୟା ପହଞ୍ଚିଲା ୭ରେ । ଚିହ୍ନଟ ଆକ୍ରାନ୍ତମାନେ ବାସୁଦେବପୁର ବ୍ଳକରୁ ୪, ବାସୁଦେବପୁର ପୌରପାଳିକାରୁ ୩, ଭଦ୍ରକରୁ ୯, ଭଦ୍ରକ ପୌରପାଳିକାରୁ ୪, ବନ୍ତରୁ ୯, ଭଣ୍ଡାରିପୋଖରୀରୁ ୨୯, ଚାନ୍ଦବାଲିରୁ ୫, ଚାନ୍ଦବାଲି ଏନ୍‌ଏସିରୁ ୩, ଧାମନଗର ବ୍ଲକରୁ ୬, ଧାମନଗର ଏନ୍‌ଏସିରୁ ୪, ତିହିଡିରୁ ୫ ଓ ଅନ୍ୟ ଜିଲ୍ଲାରୁ ୧ । ଏମାନଙ୍କ ମଧ୍ୟରେ ଭଦ୍ରକ ବ୍ଳକ ଅର୍ଣ୍ଣପାଳ ପଞ୍ଚାୟତର ଜଣେ ଆକ୍ରାନ୍ତ ଭୁବନେଶ୍ୱର ଏମ୍‌ସ ହସ୍‌ପିଟାଲରୁ ଚିହ୍ନଟ ହୋଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଭଦ୍ରକ ବ୍ଳକର କୋରକୋରା ପଞ୍ଚାୟତରୁ ୩, ଅଣ୍ଢେଇପଲ୍ଲୀରୁ ୩, ଆହାରପଦାରୁ ଜଣେ, ଗୋପାଳବିନ୍ଧାରୁ ଜଣେ, ଚରମ୍ପା ପଞ୍ଚାୟତରୁ ଜଣେ, ଭଣ୍ଡାରିପୋଖରୀ ବ୍ଲକର ଜଳମଣ୍ଡୁଆ ପଞ୍ଚାୟତରୁ ୨୧ଜଣ, ସାନଶାସନ ପଞ୍ଚୟତରୁ ୭, ରହଣିଆରୁ ଜଣେ, ବନ୍ତ ବ୍ଲକ ବଡମହିଷିଗୋଠ ପଞ୍ଚାୟତରୁ ଜଣେ, ପୁରୁଷଣ୍ଢରୁ ୩, ଷେଣ୍ଢତୀରାରୁ ୩ଜଣ, ଗଣିଜାଙ୍ଗରୁ ଜଣେ, ଚାନ୍ଦବାଲି ବ୍ଳକ ଭୁଇଁବୃତ୍ତି ପଞ୍ଚାୟତରୁ ଜଣେ, ମତୋ ପଞ୍ଚାୟତରୁ ୨ଜଣ, ଧାମରା ପଞ୍ଚାୟତରୁ ଜଣେ, କଇଥଖୋଲାରୁ ଜଣେ, ଓଳଗରୁ ଜଣେ, ଚାନ୍ଦବାଲି ଏନ୍‌ଏସିର ହାଟପଟିରୁ ୩, ଧାମନଗର ବ୍ଲକର ଦକ୍ଷିଣବାଡ ପଞ୍ଚୟତରୁ ୩ଜଣ, ବୟାଙ୍ଗଡିହିରୁ ଜଣେ, ଚୁଡାକୁଟିରୁ ଜଣେ,ବନ୍ଧଟିଆରୁ ଜଣେ, ଧାମନଗର ଏନ୍‌ଏସିର ମୁନସିପାଟଣାରୁ ଜଣେ, ଶ୍ୟାମପୁରରୁ ଜଣେ, ୯ ନଂ ୱାର୍ଡରୁ ଜଣେ, ତାଳପଦାରୁ ଜଣେ, ବାସୁଦେବପୁର ବ୍ଳକର ନରସିଂହପୁର ପଞ୍ଚାୟତରୁ ଜଣେ, ଜଗନ୍ନାଥପୁର ପଞ୍ଚାୟତରୁ ଜଣେ, ସାନକୃଷ୍ଣପୁରରୁ ଜଣେ, ବରଣ୍ଡୁଆରୁ ଜଣେ, ବାସୁଦେବପୁର ପୌରପାଳିକାର ସାବରପୁରରୁ ଜଣେ, ମନ୍ଦାରୀରୁ ୨ଜଣ, ଭଦ୍ରକ ପୌରପାଳିକାର ୧୨ ନଂ ୱାର୍ଡରୁ ଜଣେ, ୪ ନଂ ୱାର୍ଡରୁ ୨, ୧୧ ନଂ ୱାର୍ଡରୁ ଜଣେ, ତିହିଡି ବ୍ଲକର ଭାଟପଡା ପଞ୍ଚାୟତରୁ ୨ଜଣ, ତଳଗୋପବିନ୍ଧା ପଞ୍ଚାୟତରୁ ଜଣେ, ସାହାପୁରରୁ ଜଣେ ଚିହ୍ନଟ ହୋଇଛନ୍ତି । ଅନ୍ୟପକ୍ଷରେ ବାଲେଶ୍ୱର ଜିଲ୍ଲା ରଟିଣା ଅଞ୍ଚଳରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.