Home ଓଡ଼ିଶା ଆଜିଠାରୁ ହୋଟେଲ ଓ ଲଜିଂ ଖୋଲିଲା – ବେଳାଭୂମୀ ଚଳଚଂଚଳ

ଆଜିଠାରୁ ହୋଟେଲ ଓ ଲଜିଂ ଖୋଲିଲା – ବେଳାଭୂମୀ ଚଳଚଂଚଳ

102

ପୁରୀ, ୫/୯(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଦୀର୍ଘ ୫ ମାସରୁ ଉର୍ଦ୍ଧ୍ୱ ହୋଟେଲ ଲଜିଂ ଓ ରେଷ୍ଟୁରାଂଟ ବନ୍ଦ ରହିଥିବା ବେଳେ ରାଜ୍ୟ ସରକାରଙ୍କର ନିର୍ଦ୍ଦେଶ ଓ ଜିଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜିଠାରୁ ବେଳାଭୂମୀ ଅଂଚଳ ସମେତ ଅନ୍ୟାନ୍ୟ ସ୍ଥାନ ଗୁଡିକରେ ଥିବା ହୋଟେଲ, ଲଜିଂ ଓ ରେଷ୍ଟୁରାଂଟ ମାନ ଖୋଲିଯାଇଛି। ରାଜ୍ୟ ସରକାରଙ୍କର କୋଭିଡ୍‌-୧୯ ଆଇନ ଅନୁଯାୟୀ ଓ ସାମାଜିକ ଦୂରତା ରଖି ସମସ୍ତ କାର୍ଯ୍ୟ କରାଯିବ ବୋଲି ହୋଟେଲ ମାଲିକ ସଂଘର ସଂପାଦକ ରାଜ କିଶୋର ପାତ୍ର ସୂଚନା ଦେଇଥିଲେ। ଅଭ୍ୟର୍ଥନା ଗୃହ ଠାରୁ ଆରମ୍ଭ କରି ହୋଟେଲର ସମସ୍ତ କୋଠରୀ ଓ ରେଷ୍ଟୁରାଂଟ କୁ ପ୍ରତ୍ୟହ ସାନିଟାଇଜ କରାଯିବ। ଅଭ୍ୟର୍ଥନା ଗୃହ ପ୍ରବେଶ କରିବା ପରେ ସାନିଟାଇଜ ହାତରେ ଲଗାଇ ଭିତରକୁ ପ୍ରବେଶ କରିବେ। ଏବଂ ସମସ୍ତେ ମାସ୍କ ବ୍ୟବହାର କରିବେ। ହୋଟେଲର କର୍ମଚାରୀମାନେ ମଧ୍ୟ ସାନିଟାଇଜ ହେବା ସହ ହାତରେ ଗ୍ଲୋବ ଓ ମୁହଁରେ ମାସ୍କ ଲଗାଇବେ। ସେହିପରି ରେଷ୍ଟୁରାଂଟରେ ଗ୍ରାହକମାନଙ୍କ ପାଇଁ ସାମାଜିକ ଦୂରତା ରଖି ଟେବୁଲ ନିକଟରେ ଚେୟାର ପକାଯାଇଛି। ଦୀର୍ଘ ଦିନ ବନ୍ଦ ଥିବା ଯୋଗୁଁ ଆଜି ଖୋଲିବା ପରେ ମାଲିକ ଓ କର୍ମଚାରୀମାନଙ୍କ ମନରେ ଆଶାର ସଂଚାର ହୋଇଛି। ବେଳାଭୂମୀ ଅଂଚଳରେ ଛୋଟରୁ ବଡ ପର୍ଯ୍ୟନ୍ତ ପ୍ରାୟ ୮୦୦ ରୁ ଅଧିକ ହୋଟେଲ ଥିବା ଜଣାଯାଇଛି। ଟ୍ରେନ ଚଳାଚଳ ଓ ବସ ଚଳାଚଳ ନିୟମିତ ଆରମ୍ଭ ହେଲେ ପର୍ଯ୍ୟଟକ ମାନଙ୍କ ଆଗମନ ବୃଦ୍ଧି ପାଇବ ଓ ହୋଟେଲ ର ବ୍ୟବସାୟ ମଧ୍ୟ ବୃଦ୍ଧି ପାଇବ ବୋଲି ଆଶା ରଖିଛନ୍ତି ସମସ୍ତେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.