Home ଜିଲ୍ଲା ପରିକ୍ରମା ନୟାଗଡ଼: ଔଷଧ ବିକ୍ରେତା ଓ ବିତରକମାନଙ୍କୁ କରୋନା ଯୋଦ୍ଧାର ମାନ୍ୟତା ଦାବି

ନୟାଗଡ଼: ଔଷଧ ବିକ୍ରେତା ଓ ବିତରକମାନଙ୍କୁ କରୋନା ଯୋଦ୍ଧାର ମାନ୍ୟତା ଦାବି

223

ନୟାଗଡ଼, ୭ା୭ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) କରୋନା ସଂକ୍ରମଣ ସମୟରେ ନିଜ ଜୀବନକୁ ବାଜି ଲଗାଇ ଲୋକମାନଙ୍କ ସେବାରେ ବ୍ରତୀ ଥିବା ଔଷଧ ବିକ୍ରେତା ଓ ବିତରକମାନଙ୍କୁ କରୋନା ଯୋଦ୍ଧାର ମାନ୍ୟତା ଦେବାକୁ ସେମାନେ ଦାବି କରିଛନ୍ତି। ଯେଉଁପରି ଭାବରେ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ପୁଲିସ, ଆଶାକର୍ମୀ, ଅଙ୍ଗନାବାଡ଼ି କର୍ମୀମାନେ ଜୀବନକୁ ବାଜି ଲଗେଇ ସେବା କରୁଛନ୍ତି। ସେହପରି ଭାବରେ ଔଷଧ ବିକ୍ରେତା ଓ ବିତରକମାନେ କରୋନା ସଂକ୍ରମଣ ସମୟରେ ନିଜ ଜୀବନକୁ ପାଣି ଛଡ଼େଇ ସମାଜର ହିତ କରିବାରେ ଲାଗିପଡ଼ିଛନ୍ତି। ନୟାଗଡ଼ରେ ମଧ୍ୟ ୨ଜଣ ଔଷଧ ବିକ୍ରେତାଙ୍କୁ କରୋନା ସଂକ୍ରମଣ କରିଥିବାବେଳେ ଜଣେ ଔଷଧ ଦୋକାନୀ ମଧ୍ୟ କରୋନା ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି। ଏଭଳି ଭୟ ସମସ୍ତଙ୍କୁ ଗ୍ରାସୀ ଥିବାବେଳେ ନୟାଗଡ଼ ଜିଲାର ବହୁ ଔଷଧ ଦୋକାନୀ ଏହି କରୋନା ଭୟରେ କାଳାତିପାତ କରୁଥିଲେ ମଧ୍ୟ ଲୋକମାନଙ୍କ ସେବାରେ ନିଜକୁ ନିୟୋଜିତ କରିବାରେ ଲାଗିଛନ୍ତି। ସରକାର ସେମାନଙ୍କର ସେବା ମନୋବୃତ୍ତିକୁ ହୃଦୟଙ୍ଗମ କରି ସେମାନଙ୍କୁ କରୋନା ଯୋଦ୍ଧାଭାବେ ଘୋଷଣା କରିବାକୁ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.