Home Top News ବନ୍ଧ୍ୟାକରଣ ପରେ ପେଟବ୍ୟଥା ପରେ ମୃତ୍ୟୁ !

ବନ୍ଧ୍ୟାକରଣ ପରେ ପେଟବ୍ୟଥା ପରେ ମୃତ୍ୟୁ !

59

କୋରାପୁଟ ୦୫-୦୧ (ଓଡିଆ ପୁଅ /ରଂଜନ ଦାସ)ବନ୍ଧ୍ୟାକରଣ ପରେ ପେଟବ୍ୟାଥା ହୋଇ ହସପିଟାଲରେ ଭର୍ତି ହେବାପରେ ରାସ୍ତାରେ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଥିବା ଜଣାପଡିଛି।କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ ଶୁଙ୍ଗୀ ପଂଚାୟତର ଗନ୍ଦିବାଲସା ଗ୍ରାମର ମାଝି ପଲେୟା ଗତବର୍ଷ ଡିସେମ୍ବର ମାସ ୨ ତାରିଖ ଦିନ ପଟ୍ଟାଙ୍ଗୀରେ ହେଉଥିବା ପରିବାର ନିୟତ୍ରଣ ଅସ୍ତ୍ରୋପଚାର କ୍ୟାମକୁ ଆସି ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରିଥିଲେ।ଅସ୍ତ୍ରୋପଚାର ହେବାର ୭ ଦିନ ପରେ ପେଟବ୍ୟାଥା ହେବାରୁ ପଟ୍ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପଲେୟାକୁ ଭର୍ତି କରାଯାଇଥିଲା ବୋଲି ମୃତ ପଲେୟାର ଭାଇ ମାଝି ପାଣ୍ଡାୟା ସୂଚନା ଦେଇଥିଲେ।୧୦ ତାରିଖଦିନ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା।ସେଠାରେ ତାର ପେଟବ୍ୟଥା କମୁ ନ ଥାଏ।କଣ କରିବୁ ବୋଲି ଚିନ୍ତାରେ ଥିବା ବେଳେ ୧୧ ତାରିଖ ସଂଧ୍ୟାରେ ଘରକୁ ନେଇ ଆସୁଥିଲୁ କିନ୍ତୁ ପାଡାଲଗୁଡା ଘାଟି ନିକଟରେ ତାର ମୃତ୍ୟୁ ହୋଇଯାଇଥିଲା ବୋଲି ପାଣ୍ଡାୟା ପ୍ରକାଶ ଦେଇଥିଲେ ାଏହାପରେ ଶୁଙ୍ଗୀ ଓ ପଟ୍ଟାଙ୍ଗୀରୁ ସ୍ୱାସ୍ଥ୍ୟ ବିଭାଗର କର୍ମକର୍ତା ଆସି ଗାଁ ଲୋକମାନଙ୍କଠାରୁ ଟିପ ଚିହ୍ନ ମାରି ନେଇଯାଇଥିଲେ ବୋଲି ସେ ଅଭିଯୋଗ କରିଥିଲେ।ତାର ୨ ଟି ପୁଅ ଓ ଗୋଟିଏ ଝିଅ ଥିବାରୁ ସରକାରଙ୍କ ତରଫରୁ ଆର୍ଥିକ ସାହାର୍ଯ୍ୟ ଦେବା ନିମନ୍ତେ ସେ ନିବେଦନ କରିଥିଲେ।ଏ ସଂପର୍କରେ କୈାଣସି ଅଭିଯୋଗ ଆସି ନ ଥିବା ସିଡିଏମଓ ଡାକ୍ତର ମକରନ୍ଦ ବେଉରା ପ୍ରକାଶ କରିଥିବା ବେଳେ ଘଟଣାଟିର ତଦନ୍ତ କରିବାକୁ ମେଡିକାଲ ଅଫିସରଙ୍କୁ ନିର୍ଦ୍ଦେଶ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି।ଗାଁ ଲୋକମାନଙ୍କ ଟିପଚିହ୍ନ ନିଆଯିବା ଉପରେ ପ୍ରଶ୍ନ କରିବାରୁ ଏପରି କାହିଁକି କରାଗଲା ତା ଉପରେ ମଧ୍ୟ ବିଧିବଦ୍ଧ ତଦନ୍ତ କରାଯିବ ବୋଲି ଡା.ବେଉରା ପ୍ରକାଶ କରିଛନ୍ତି।ଶବ ବ୍ୟବଛେଦ ହୋଇ ନାହିଁ ତେବେ ପ୍ରଶ୍ନ ଉଠୁଛି ଯେ ପଲେୟାର ମୃତ୍ୟୁର ସଠିକ କାରଣ କିପରି ଜଣାପଡିବ।ଯଦି ବନ୍ଧ୍ୟାକରଣ ଅସ୍ତ୍ରୋପଚାରରେ ତ୍ରୁଟି ଯୋଗୁଁ ମୃତ୍ୟୁବରଣ କରିଥାଏ ତେବେ ସରକାରୀ ସହାୟତା ମିଳିବ କି?ପଲେୟା ମୃତ୍ୟୁବରଣ ପରେ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଓ କର୍ମଚାରୀ ଗାଁ କୁ କାହିଁକି ଯାଇଥିଲେ ଓ ରିପୋର୍ଟ କାହିଁକି ସିଡିଏମଓଙ୍କୁ ଦେଲେ ନାହିଁ ଏହା ସବୁଠାରୁ ବଡ ପ୍ରଶ୍ନ ହୋଇ ରହିଯାଇଛି।କୋରାପୁଟ ଜିଲ୍ଲାସ୍ତରର ଅଧିକାରୀମାନଙ୍କୁ ନେଇ ଏକ ଟିମ କରାଯାଇ ତଦନ୍ତ କରାଯାଉ ଓ ଗରୀବ ଆଦିବାସୀ ମୃତ ପଲେୟାର ପରିବାରକୁ ଆର୍ଥକ ସହାୟତା ଦେବାକୁ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.