Home ଜିଲ୍ଲା ପରିକ୍ରମା ଅସହାୟ ଙ୍କୁ ସହାୟତା ଦେଲା ବୀର ବଜରଙ୍ଗୀ କ୍ଲବ

ଅସହାୟ ଙ୍କୁ ସହାୟତା ଦେଲା ବୀର ବଜରଙ୍ଗୀ କ୍ଲବ

122

ବାହାନଗା,୨ା୯( ଭାରତୀ ଦାସ / ଓଡ଼ିଆ ପୁଅ) ବାଲେଶ୍ୱର ଜିଲା ରେମୁଣା ବ୍ଲକ ଅଧିନ ବାଟିଟଙ୍କୀ ଗ୍ରାମ ରେ ଥିବା ବୀର ବଜରଙ୍ଗୀ କ୍ଲବ ଅସହାୟ ମହିଳା ଙ୍କ ସାହାରା ହୋଇ ପୁଣି ଅଞ୍ଚଳରେ ପ୍ରଶଂସା ର ପାତ୍ର ହୋଇଛନ୍ତି । କିଛିଦିନ ପୂର୍ବରୁ ଅଞ୍ଚଳର ଜଣେ ବ୍ୟକ୍ତି ର ମୃତ ପରେ ବିଧବା ମହିଳା ଙ୍କୁ ଅର୍ଥୀକ ସହାୟତା କରି ଚର୍ଚ୍ଚା କୁ ଆସିଥିଲେ ।ଏବେ ପୁଣି ଏକ ଅସହାୟ କୁ ସହାୟତା ମନୋଭାବ ନେଇ କ୍ଲବ ର ସଦସ୍ୟ ମାନେ ସାହାଯ୍ୟ କରିଛନ୍ତି । ଏହି ଉଦେଶ୍ୟ ରେ ବାଟିଟଙ୍କୀ ଗ୍ରାମର ଆର୍ଥିକ ଅନାଟନ ରେ ଥିବା ସ୍ୱର୍ଗତ ଅନାମ ଯେନା ଙ୍କ ସୁଧିକ୍ରିୟା ପାଇଁ ବିଧବା ପତ୍ନୀ ଖରସ୍ରୋତା ଙ୍କୁ ସମସ୍ତ ରେସନ ସମଗ୍ରୀ ପ୍ରଦାନ କରାଯାଇଛି । ଏହା ସହ ସରକାର ଙ୍କ ତରଫରୁ ବିଧବା ମହିଳା ଙ୍କୁ ଏକ ଆବାସ ଗୃହ ଯୋଗାଇ ଦେବାକୁ କ୍ଲବ ତରଫରୁ ପଞ୍ଚାୟତ ପ୍ରଶାସନ ପାଖରେ ଦାବୀ ରଖାଯିବ ବୋଲି ସଦସ୍ୟ ମାନେ ପ୍ରତିଶ୍ରୁତି ଦେଇଛନ୍ତି । ଏହି ସହାୟତା କାର୍ଯ୍ୟକ୍ରମ ରେ କ୍ଲବ ସଭାପତି ଭବେଶ ଚନ୍ଦ୍ର ବେହେରା,ସମ୍ପାଦକ ଘନଶ୍ୟାମ ବେହେରା,ଉପଦେଷ୍ଟା ଦେବେନ୍ଦ୍ର ବେହେରା,କମଳାକାନ୍ତ ଶିଅଳ,ମନୋରଞ୍ଜନ ବେହେରା,ଜୟନ୍ତ ଶିଅଳ,ନିରଞ୍ଜନ ବେହେରା, ମହେନ୍ଦ୍ର ବେହେରା,ମକରନ୍ଦ ବିଶ୍ୱାଳ ପରିଚାଳନା କରିଥିବା ବେଳେ କରୁଣାକର ଶିଅଳ,ପ୍ରମୋଦ ଶିଅଳ,ଜଗବଂଧୁ ସେଠୀ, ଲକ୍ଷ୍ମୀଧର ବେହେରା,ଦେବାଶିଷ ପଣ୍ଡା,ସନ୍ତୋଷ ବିଶ୍ୱାଳ,ବସନ୍ତ ଶିଅଳ,ସୁରଜ ବେହେରା,ଚନ୍ଦ୍ରକାନ୍ତ ଶିଅଳ,ହରିଶ ଅଗସ୍ତି,ଜୟନ୍ତ ଶିଅଳ,ଜୟାନିଧି ବେହେରା,ଶରତ ବେହେରା,ଚନ୍ଦ୍ରକାନ୍ତ ବେହେରା,ଦୀପକ ସ ପ୍ରମୁଖ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.