Home ଜିଲ୍ଲା ପରିକ୍ରମା ଅସହାୟକୁ ସହାୟତାର ହାତ ବଢାଇଲେ ବୀର ବଜରଙ୍ଗି କ୍ଲବ

ଅସହାୟକୁ ସହାୟତାର ହାତ ବଢାଇଲେ ବୀର ବଜରଙ୍ଗି କ୍ଲବ

122

ବାହାନଗା,୨୩ା୮(ଭାରତୀ ଦାସ/ ଓଡ଼ିଆ ପୁଅ) ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ମହାରାଜପୁର ପଞ୍ଚାୟତ ବାଟିଟଙ୍କୀ ଗ୍ରାମରେ ବୀର ବଜରଙ୍ଗି ଯୁବକ ସଂଘ ବିପଦ ସମୟରେ ଅସହାୟକୁ ସହାୟ ହୋଇ ଚର୍ଚ୍ଚାର ପରିସରକୁ ଆସିଛି । ରକ୍ତଦାନ ଠାରୁ ଆରମ୍ଭ କରି ଅସହାୟ ଙ୍କୁ ମେଡିକାଲ ନେବା ଓ ବିଭିନ୍ନ ସମୟରେ ଗ୍ରାମରେ ଜନ ହିତ କର କାର୍ଯ୍ୟ କରିବାରେ ସମସ୍ତଙ୍କର ପ୍ରେରଣାର ଉତ୍ସ ପାଳଟି ଛନ୍ତି । ଏବଂ ଏହା ନିଜସ୍ୱ ଆର୍ଥିକ ସହାୟତାରେ ଏଭଳି କାର୍ଯ୍ୟ କରି ଆସୁଛନ୍ତି ।କରୋନା ମହାମାରୀ ସମୟରେ କ୍ଲବ ର ଏଭଳି କାର୍ଯ୍ୟକୁ ଅଞ୍ଚଳରେ ବହୁ ବ୍ୟକ୍ତି କୃତଜ୍ଞତା ଜଣାଇଛନ୍ତି ।ଏମିତି ଏକ ଘଟଣା କ୍ଲବ ସଦସ୍ୟ ମାନଙ୍କ ଦ୍ୱାରା ଜଣେ ଅସହାୟକୁ ସହାୟତା ପ୍ରଦାନ କରୁଥିବାର ଦେଖାଯାଇଛି । ସୂଚନା ଯୋଗ୍ୟ ଏହି ପଞ୍ଚାୟତ ବାଟିଟଙ୍କୀ ଗ୍ରାମରେ ଆର୍ଥିକ ଅନାଟନ ରେ ଥିବା ରମାକାନ୍ତ ବେହେରାଙ୍କର ବାର୍ଦ୍ଧକ୍ୟ ଜନିତ ରୋଗରେ ମୃତ୍ୟୁ ବରଣ ଘଟିଛି ।ଏହା ଜାଣି କ୍ଲବ ର ସଦସ୍ୟ ମାନେ ନିଜସ୍ୱ ଅର୍ଥ ଆଦାୟ କରି ସୁଧିକ୍ରିୟା ପାଇଁ ଅସହାୟ ପତ୍ନୀ ଜୟନ୍ତୀ ଙ୍କୁ ୩୧ଶହ ଟଙ୍କା ପ୍ରଦାନ କରିଛନ୍ତି ।ଏହି ସହାୟତା କାର୍ଯ୍ୟକ୍ରମରେ କ୍ଲବ ର ସଭାପତି ଭବେଶ ଚନ୍ଦ୍ର ବେହେରା,ସାଧାରଣ ସମ୍ପାଦକ ଘନଶ୍ୟାମ ବେହେରା,ଉପ ସଭାପତି ସୁରଜ କୁମାର ବେହେରା,ମହେନ୍ଦ୍ର ବେହେରା,ମନୋରଞ୍ଜନ ବେହେରା,ଚନ୍ଦ୍ରକାନ୍ତ ଶିଅଳ,ଜୟନ୍ତ ଶିଅଳ,ମକରନ୍ଦ ବିଶ୍ୱାଳ,ଚନ୍ଦ୍ରକାନ୍ତ ବେହେରା,କମଳାକାନ୍ତ ଶିଅଳ,ନିରଞ୍ଜନ ବେହେରା, ବସନ୍ତ କୁମାର ଶିଅଳ ଉପସ୍ଥିତ ଥିବା ବେଳେ ଅନ୍ୟ ସଦସ୍ୟ ମାନେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.