Home ଓଡ଼ିଶା ଭିଡିଓ ବାର୍ତ୍ତା ମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନୂଆଁଖାଇ ଶୁଭେଚ୍ଛା

ଭିଡିଓ ବାର୍ତ୍ତା ମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନୂଆଁଖାଇ ଶୁଭେଚ୍ଛା

111

– ନୂଆଁଖାଇର ସନ୍ଦେଶ ପାଳନ କରିବାକୁ ଆହ୍ୱାନ
– କରୋନା ମହାମାରୀ ସମୟରେ ସଚେତନ ରହିବାକୁ ପରାମର୍ଶ
– ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଏବଂ ହାତଧୋଇବାକୁ ପରାମର୍ଶ

ନୂଆଦିଲ୍ଲୀ/ଭୁବନେଶ୍ୱର, ଅଗଷ୍ଟ ୨୩ (ଓଡ଼ିଆ ପୁଅ) – କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାର ଲୋକମାନଙ୍କୁ ଭିଡିଓ ବାର୍ତ୍ତା ମାଧ୍ୟମରେ ଶୁଭେଚ୍ଛା ଜଣାଇବା ସହ ସାଂପ୍ରତିକ ବିଶ୍ୱ କରୋନା ମହାମାରୀ ସମୟରେ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି।

ଭିଡ଼ିଓ ବାର୍ତ୍ତାରେ ଶ୍ରୀ ପ୍ରଧାନ କହିଛନ୍ତି ଚାଷର ସୁରକ୍ଷା ଏବଂ ମାଆ ମାଟିର ଉନ୍ନତି, ପରିବାରର ଆଦର ଏବଂ ସମ୍ମାନ ଓ ସମାଜରେ ଭାଇଚାରାକୁ ବ୍ୟାପକ କରିବା ନୂଆଁଖାଇର ମୁଖ୍ୟ ସନ୍ଦେଶ। ନୂଆଁଖାଇର ସନ୍ଦେଶ ପାଳନ କଲେ ପରିବାର ଏବଂ ସମାଜରେ ସୁଖ, ଶାନ୍ତି ରହିବ।

ସାରା ଦୁନିଆ ବିଶ୍ୱ ମହାମାରୀ ସହ ଲଢେଇ କରୁଛି। ଏହି ସମୟରେ ସମସ୍ତଙ୍କୁ ମିଳିମିଶି ରହିବା ସହ ନିଜ ପରିବାରର ଯତ୍ନ ନେବାର ଆବଶ୍ୟକତା ରହିଛି। ଏହା ଚଳିତବର୍ଷ ନୂଆଁଖାଇର ବିଶେଷବାର୍ତ୍ତା। ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଏବଂ ନିୟମିତ ବ୍ୟବଧାନରେ ବାରମ୍ବାର ସବୁନରେ ହାତ ଧୋଇବା ପାଇଁ ଅନୁରୋଧ କରିଛନ୍ତି ଶ୍ରୀ ପ୍ରଧାନ।

ଏହି ଅବସରରେ ଶ୍ରୀ ପ୍ରଧାନ ମାଆ ସମଲେଇଙ୍କ ନିକଟରେ ସମସ୍ତଙ୍କ ସୁଖ, ଶାନ୍ତି ଓ ନିରାମୟ ଜୀବନ କାମନା କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.