Home ଜିଲ୍ଲା ପରିକ୍ରମା ଅଭିସପ୍ତ ଅପରାହ୍ନ, ବଜ୍ରପାତରେ ଚାଲିଗଲା ଦୁଇ ଚାଷୀଙ୍କ ଜୀବନ

ଅଭିସପ୍ତ ଅପରାହ୍ନ, ବଜ୍ରପାତରେ ଚାଲିଗଲା ଦୁଇ ଚାଷୀଙ୍କ ଜୀବନ

609

ହାଟଡିହି ୭ । ୮ : (ଓଡିଆପୁଅ) ହାଟଡିହି ବ୍ଲକ ଡଅଁର ପଞ୍ଚାୟତ ପାଇଁ ଆଜିଥିଲା ଅଭିସପ୍ତ ଅପରାହ୍ନ । ଆଜି ଅପରାହ୍ନରେ ପ୍ରବଳ ବର୍ଷା ସାହ ବଜ୍ରପାତ ଘଟିବାରୁ ଏହି ପଞ୍ଚାୟତର ନିରାକାର ମଲ୍ଲିକ ଓ ନାରାୟଣ ବାରିକ ଙ୍କ ଦୁଇଟି ନିରୀହ ଚାଷୀଙ୍କ ଜୀବନ ଚାଲି ଯାଇଛି । ଖବରରୁ ଜଣାଯାଇଛି ଯେ ଡଅଁର ଗ୍ରାମର ନିରାକାର ମଲ୍ଲିକ (୪୦) ଆଜି ଅପରାହ୍ନରେ ନିଜ ବିଲକୁ ସାର ପକାଇବାକୁ ଯାଇଥିବାବେଳେ ସେଠାରେ ଆକସ୍ମିକ ବଜ୍ରପାତ ଘଟିଥିଲା । ସେହି ବିଲରେ ହିଁ ସେ ଟଳି ପଡିଥିଲେ । ପାଖରେ କାମ କରୁôତବା କିଛି ଚାଷୀ ଏହାଦେଖି ତାଙ୍କୁ ତୁରନ୍ତ ଶାଳଣିଆଁ ଡାକ୍ତରଖାନାକୁ ଘନି ଆସିଥିଲେ । ମାତ୍ର ସେଠାରେ ଡାକ୍ତର ନଥିବାରୁ ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ଦିଆଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ସେହିପରି ଚଷାଖଣ୍ଡ ଗ୍ରାମର ନାରାୟଣ ବାରିକ ନାମକ ୨୧ବର୍ଷର ଜଣେ ଯୁବକ ବିଲକୁ ଧାନତଳି ରୋଉଥିବା ସମୟରେ ବଜ୍ରପାତରେ ମୃତ୍ୟୁ ବରଣ କରିଛନ୍ତି । ସେ ଦୀର୍ଘ ସମୟଧରି ଘରକୁ ନଫେରିବାରୁ ପରିବାର ଲୋକେ ଖୋଜିବାକୁ ଯାଇଥିବାବେଳେ ସେ ବିଲରେ ମରିପଡିଥିବା ଦେଖିବାକୁ ପାଇଥିଲେ । ଦୁଇ ଦୁଇଟି ଆକସ୍ମିକ ମୃତ୍ୟୁରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ନିରାକାର ଶାଳଣିଆଁ ବଜାରରେ ଏକ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିବାବେଳେ ସେ ଜଣେ ଧର୍ମପରାୟଣ ବ୍ୟକ୍ତି ଥିଲେ । ସେ ଡଅଁର ତାରିଣୀ ମନ୍ଦିର ସ୍ଥାପନା କରିବା ସହିତ ବିଭିନ୍ନ କାର‌୍ୟ୍ୟକ୍ରମ ମଧ୍ୟ ଆୟୋଜନ କରୁଥିଲେ । ତାଙ୍କ ମୃତ୍ୟୁରେ ଡଅଁର ସମେତ ସମଗ୍ର ଶାଳଣିଆଁ ବଜାରର ବ୍ୟବସାୟୀମାନେ ମଧ୍ୟ ଶୋକପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.