Home ଓଡ଼ିଶା ଜିଲ୍ଲାରେ ମ୍ୟାଲେରିଆ ମୃତ ଶୂନ ବୋଲି ରାଜ୍ୟସ୍ତରୀୟ ଗୁଗୁଲ ଭିଡିଓ କନଫରେନ୍ସ ଘୋଷଣାକଲେ ଜିଲ୍ଲାପାଳ ।

ଜିଲ୍ଲାରେ ମ୍ୟାଲେରିଆ ମୃତ ଶୂନ ବୋଲି ରାଜ୍ୟସ୍ତରୀୟ ଗୁଗୁଲ ଭିଡିଓ କନଫରେନ୍ସ ଘୋଷଣାକଲେ ଜିଲ୍ଲାପାଳ ।

108

ମାଲକାନଗିରି,୭ା୮ (ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାଏକ ମ୍ୟାଲେରିଆ ପ୍ରବଣ ହୋଇଥିଲେ ମଧ୍ୟ ଗତ ଦୁଇବର୍ଷହେଲା ଜୁଲ୍ଲାରୁ ମ୍ୟାଲେରିଆ ରୋଗ ହ୍ରାସପାଇ ଚଳିତ ବର୍ଷ ମ୍ୟାଲେରିଆରେ ମୃତ ସଂଖ୍ୟା ଶୂନ ବୋଲି ରାଜ୍ୟସ୍ତରୀୟ ଗୁଗୁଲ ଭିଡିଓ କନଫରେନ୍ସ ରେ ଜିଲ୍ଲାପାଳ ଘୋଷଣା କରିଛନ୍ତି । ଆଇସିଏମଆର ଓ ଭିସିଆରସି ଆନୁକୁଲ୍ୟରେ ଆୟୋଜିତ ମ୍ୟାଲେରିଆ ସଂପର୍କିତ ଗୁଗୁଲ ମିଟ ଭିଡିଓ କନଫରେନ୍ସ ରେ ଓଡିଶା ରାଜ୍ୟର ମ୍ୟାରେଲିଆ ପ୍ରବଣ ୭ଟି ଜିଲ୍ଲା ମାଲକାନଗିରି,କୋରାପୁଟ,ରାୟଗଡା, ନବରଙ୍ଗପୁର,କଳାହାଣ୍ଡି, ନୁଆପଡା,ବରଗଡ ଜିଲ୍ଲାର ଜିଲ୍ଲାପାଳ ଓ ମ୍ୟାଲେରିଆ ଅଧିକାରୀ ମାନେ ଉପସ୍ଥିତି ରହି ସିଧାସଳଖ ଭାବେ ଆଇସିଏମଆର ସହିତ ସଂପର୍କ ସ୍ଥାପନ କରି ସେମାନଙ୍କର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ । ବିଶେଷ କରି ମାଲକାନଗିରି ଜିଲ୍ଲାପାଳ ଏହି ଭିସିରେ ପ୍ରାରମ୍ଭିକ ସୁଚନାରେ କହିଥିଲେ ମ୍ୟାଲେରିଆ ପ୍ରବଣ ମାଲକାନଗିରି ଜିଲ୍ଲାରୁ ଚଳତିବର୍ଷ ମ୍ୟାଲେରିଆ ରୋଗରେ ମୃତ ଶୂନ ରହି ୫୭% ପ୍ରତିଶତ ମ୍ୟାଲେରିଆ ରୋଗ ଜିଲ୍ଲାରୁ କମିଯାଇଛି । ଏହା କେବଳ ଜିଲ୍ଲାରେ କାର୍ଯ୍ୟରତ ମ୍ୟାଲେରିଆ ଅଧିକାରୀ ଓ କର୍ମଚାରୀ ମାନଙ୍କ ଦ୍ୱାରା ସମ୍ଭବ ହୋଇପାରିଛି । ଏହି ଭିସି ରେ ମାଲାକନଗିରି ଜିଲ୍ଲା ମୁଖ୍ୟସ୍ୱାସ୍ଥ୍ୟ ଅଧିକାରୀ ଡା ଶକ୍ତିପ୍ରସାଦ ମାଶ୍ର,ଏଡିଏମ,ମ୍ୟାଲେରିଆ ନିରାକରଣ ଅଧିକାରୀ,ସମସ୍ତ ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର,ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ଏମ.ଏମ,ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ରାଜ୍ୟରୁ ମ୍ୟାଲେରିଆ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା କିପରି ହ୍ରାସ ହେବ ସେନେଇ ଆଲୋଚନା କରିଥିଲେ । ମ୍ୟାଲେରିଆ ରୋଗ ହ୍ରାସ ଦିଗରେ ରେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ପ୍ରମୁଖ ଭୁମିକା ନେଇଥିବାରୁ ଚଳିତବର୍ଷ କେହିବି ଜଣେ ମୃତ୍ୟୁବରଣ କରିନଥିବାରୁ ଆଇସିଏମଆର ଓ ରାଜ୍ୟସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମାଲାକନଗିରି ଜିଲ୍ଲାପ୍ରଶାସନ,ଜିଲ୍ଲାସ୍ୱାସ୍ଥ୍ୟବିଭାଗକୁ ପ୍ରଶଂସା କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.