Home ଜିଲ୍ଲା ପରିକ୍ରମା ଅବକାରୀ ବିଭାଗର ଚଢଉ, ୫୫୫ଲିଟର ଦେଶୀମଦ ଓ ୩ହଜାର କେଜି ପୋଚ ଜବତ ତିନିଜଣ ଗିରଫ

ଅବକାରୀ ବିଭାଗର ଚଢଉ, ୫୫୫ଲିଟର ଦେଶୀମଦ ଓ ୩ହଜାର କେଜି ପୋଚ ଜବତ ତିନିଜଣ ଗିରଫ

73

ମାଲକାନଗିରି,୨୯ା୮ (ଓଡିଆ ପୁଅ ) ସମଗ୍ର ବିଶ୍ୱରେ କରୋନା ମହାମାରି ବ୍ୟାପି ଲକ ଡାଉନ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏହା ର ସୁଯୋଗ ନେଇ କିଛି ମଦବେପାରି ବେଆଇନ ଭାବେ ଦେଶି ମଦ ରାନ୍ଧୁ ଥିବା ବେଳେ ମଦ ଓ ପୋଚ ଜବତ କରାଯିବା ସହ ତିନି ଜଣ ଙ୍କୁ ଅବକାରୀ ବିଭାଗ ଗିରଫ କରିଛି । ଲକ ଡାଉନ ସମୟରେ ଓରକେଲ ଥାନା ଅଚଂଳରେ କିଛି ଚୋରା ମଦବେପାରି ମଦ ରାନ୍ଧୁଥିବାର ଖବର ପାଇ ଜିଲ୍ଲାଅବକାରୀ ବିଭାଗ ସୁପରିଟେଣ୍ଡେଟଂ ଅଶୋକକୁମାର ସେଠଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ବିଭାଗ ଇନିସପେକ୍ଟର ଓ ଅବକାରୀ ବିଭାଗକର୍ମାଚାରୀ ମାନଙ୍କ ସହିତ ଓରକେଲ ଥାନା ପୁଲିସ ର ମିଳିତ ଭାବେ ଚଢଉ କରି ଓରକେଲ ଥାନାସ୍ଥ ନିଳାକାମ୍ବେରୁ,ସୋର୍ଲୁକୋଣ୍ଡା,ଉସକାପାଲି ଗ୍ରାମ ଜଙ୍ଗଲରେ ମହୁଲି ମଦ ରାନ୍ଧୁଥିବା ସମୟରେ ତିନିଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି । ଗିରଫ ଙ୍କ ମଧ୍ୟରେ ଜଣେ ପରୁଷ ଓ ଦୁଇଜଣ ମହିଳା ଅଛନ୍ତି । ସେମାନଙ୍କ ନିକଟରୁ ୫୫୫ଲିଟର ଦେଶିମଦ ଜବତ ଓ ୩ହଜାର କେଜି ମଦରନ୍ଧା ପୋଚ ଜବତ କରା ଯାଇଛି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.