Home ଓଡ଼ିଶା ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ବାପ ସହ ସାନପୁଅ ମୃତ

ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ବାପ ସହ ସାନପୁଅ ମୃତ

132

ବୌଦ୍ଧ, ୨୯ା୮(ଓଡ଼ିଆ ପୁଅ/ସଜ୍ଜନ କୁମାର ଅଗ୍ରୱାଲ): ଲକଡାଉନ କହୋଳ ହେବାପରେ ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥରେ ଯାନବହାନର ଭିଡ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଦୀର୍ଘଦିନ ଧରି ନିରବ ରହିବା ପରେ ପୁଣି ରକ୍ତର ହୋଲି ଖେଳିବା ଆରମ୍ଭ କରିଛି ଏହି ଜାତୀୟ ରାଜପଥ। ଶୁକ୍ରବାର ମଧ୍ୟାହ୍ନରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ବାପ ସହ ଜଣେ ୫ ବର୍ଷର ଶିଶୁପୁତ୍ରର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ବଡପୁଅ ଗୁରୁତର ଅବସ୍ଥାରେ ମେଡିକାଲରେ ଜୀବନ ସହ ସଂଗ୍ରାମ କରୁଛନ୍ତି। ମିଳିଥିବା ସୂଚନା ମୁତାବକ ବୌଦ୍ଧବ୍ଲକ ବହିରା ପଞ୍ଚାୟ୍ରତ ଅନ୍ତର୍ଗତ ଜୁରାମୁଣ୍ଡା ଗ୍ରାମର ସୁଧୀର ଦାଶ ଜାତୀୟ ରାଜପଥ ଦେଇ ବାଇକ୍ ଯୋଗେ ଦୁଇପୁଅଙ୍କୁ ସାଙ୍ଗରେ ନେଇ କୌଣସି କାର୍ଯ୍ୟରେ ବୌଦ୍ଧକୁ ଯାଉଥିବାବେଳେ ସିଙ୍ଗାରୀ ଢାବା ସମ୍ମୁଖରେ ସୁବର୍ଣ୍ଣର୍ପୁର ପଟରୁ ଆସୁଥିବା ଏକ ଟ୍ରକ ତାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। କିନ୍ତୁ ଦୁର୍ଘଟଣା ଘଟାଇ ଟ୍ରକଟି ବେଶି ରାସ୍ତା ଯାଇନପାରି ତାଳସରଡା ଛକ ନିକଟରେ ଏକ କାରକୁ ଧକ୍କା ଦେବା ସହ ରାସ୍ତା ଉପରେ ଗାଡି ଛାଡି ଡ୍ରାଇଭର ଫେରାର ହୋଇଯାଇଥିଲା। ଏହି ଦୁର୍ଘଟଣାରେ ସୁଧୀର ଓ ତାଙ୍କର ୫ବର୍ଷର ସାନପୁଅ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବାବେଳେ ବଡପୁଅକୁ ତୁରନ୍ତ ବାଉଁଶୁଣୀ ଚିକିତ୍ସାଳୟ ଓ ସେଠାରୁ ସୁବର୍ଣ୍ଣପୁର ଜିଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣା ପରେ ଗ୍ରାମବାସୀମାନେ ଉତ୍ୟକ୍ତ ହୋଇ ଜାତୀୟରାଜପଥ ଅବରୋଧ କରିବା ସହିତ ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରିଥିଲେ। ବାଉଁଶୁଣୀ ଥାନା ଅଧିକାରୀ ରାମ ସୁବ୍ରମଣ୍ୟମ ପ୍ରଧାନ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ବୌଦ୍ଧରୁ ଏସଡିପିଓ ସାଲେଷ୍ଟିନ ଟିଗା ଓ ତହାସିଲଦାର ସନତ କୁମାର ନାଏକ ଘଟଣାସ୍ଥଳରେ ପହଞ୍ଚି ଜାତୀୟ ରାଜପଥ ଅବରୋଧ କରିଥିବା ଗ୍ରାମବାସୀମାନଙ୍କ ସହିତ ଆଲୋଚନା କରି ବୁଝାଶୁଝା କରିବା ପରେ ରାସ୍ତାରୋକ ହଟିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.