Home ଓଡ଼ିଶା ଅବକାରୀ ବିଭାଗର ଚଡାଉ ୨୨୨ଲିଟର ମହୁଲି ମଦ ଜବତ ୫ ଗିରଫ

ଅବକାରୀ ବିଭାଗର ଚଡାଉ ୨୨୨ଲିଟର ମହୁଲି ମଦ ଜବତ ୫ ଗିରଫ

99

ପାଟଣା ୨୨-୧୦ (ଓଡ଼ିଆ ପୁଅ/ସନ୍ତୋଷ ପତି) କେନ୍ଦୁଝର ଜିଲ୍ଲା ପାଟଣା ଅବକାରୀ ବିଭାଗର ସାହରପଡା ବ୍ଲକର ପିଙ୍ଗୁପାଟଣା ଓ ରାଧାପୁର ଗ୍ରାମରେ ଚଢ଼ାଉ କରି ୨୨୨ ଲିଟର ମହୁଲି ମଦ ଜବତ କରିବା ସହିତ ମଦ ତିଆରି ପାଇଁ ବ୍ୟବହୃତ ସରଞ୍ଜାମ ଓ ୮୦୦ କେଜି ପୋଚ ନଷ୍ଟ କରି ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପାଟଣା ଅବକାରୀ ଥାନା ପୋଲିସ। ପୂର୍ବରୁ ପାଟଣା ଥାନା ଅଞ୍ଚଳରେ ବ୍ୟାପକ ମହୁଲି ମଦ କାରବାର ହୋଉଥିବା ଅଭିଯୋଗ ହୋଇଥିଲା ପୋଲିସ ଓ ଅବକାରୀ ବିଭାଗର ଶିଥିଳତା ପାଇଁ ଏ ଅଞ୍ଚଳରେ ମହୁଲି ମଦ ଏକ ପ୍ରକାର କୁଟୀର ଶିଳ୍ପରେ ପରିଣତ ହୋଇଥିଲା। ଆଜି ପାଟଣା ଅବକାରୀ ଥାନା ତରଫରୁ ଚଢ଼ାଉ କରି ମଦ ଜବତ କରି ୫ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ଗିରଫ ଅଭିଯୁକ୍ତ ହେଲେ ପିଙ୍ଗୁ ପାଟଣା ଗ୍ରାମର ଚଢ଼ାଉ କରି ମନଜ ଟୁଡୁ (୩୫) ଠାରୁ ୩୦ଲି ଓ ସାଲଗେ ମାଝି(୪୮) ଠାରୁ ୨୦ ଲିଟର / ରାଧାପୁର ଗ୍ରାମର ଗୌତମ ବେହେରା (୫୫) ଠାରୁ ୨୪ ଲିଟର ସୁରେନ୍ଦ୍ର ବେହେରା(୫୦) ଠାରୁ ୩୫ଲିଟରଓ ଦିଲୀପ ବେହେରା(୩୦) ଠାରୁ ୩୩ ଲିଟର ମହୁଲି ମଦ ଜବତ କରିଛି ପାଟଣା ଅବକାରୀ ବିଭାଗ। ଏହି ଚଢ଼ାଉ ରେ ପାଟଣା ଅବକାରୀ ବିଭାଗର ସମସ୍ତ କର୍ମଚାରୀ ସାମିଲ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.