Home ଓଡ଼ିଶା ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଜେପି ମୋର୍ଗାନ ଅନ୍ତର୍ଜାତୀୟ ପରିଷଦର ସଦସ୍ୟ

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଜେପି ମୋର୍ଗାନ ଅନ୍ତର୍ଜାତୀୟ ପରିଷଦର ସଦସ୍ୟ

266

ନୂଆ ଦିଲ୍ଲୀ ୨୨-୧୦ (ଓଡ଼ିଆ ପୁଅ) ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜେପି ମୋର୍ଗାନ ଅନ୍ତର୍ଜାତୀୟ ପରିଷଦର ସଦସ୍ୟମାନଙ୍କୁ ଭେଟିଛନ୍ତି। ୨୦୦୭ ପରେ ପ୍ରଥମ ଥର ଲାଗି ଭାରତରେ ଅନ୍ତର୍ଜାତୀୟ ପରିଷଦର ଏହି ବୈଠକ ଅନୁଷ୍ଠିତ ହୋଇଛି।

ଏହି ଅନ୍ତର୍ଜାତୀୟ ପରିଷଦରେ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର, ପୂର୍ବତନ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଜନ ହାୱାର୍ଡ, ପୂର୍ବତନ ଆମେରିକୀୟ ପରରାଷ୍ଟ୍ର ସଚିବ ହେନେରୀ କିସିଙ୍ଗର ଓ କଣ୍ଡୋଲିଜା ରାଇସ, ପୂର୍ବତନ ପ୍ରତିରକ୍ଷା ସଚିବ ରବର୍ଟ ଗେଟ୍ସ ପ୍ରମୁଖ ବିଶ୍ୱସ୍ତରର ରାଷ୍ଟ୍ରନେତା ସାମିଲ ରହିଛନ୍ତି। ଏମାନଙ୍କ ବ୍ୟତୀତ ବିଶ୍ୱ ବ୍ୟବସାୟ ଓ ଆର୍ଥିକ ଜଗତର ଅଗ୍ରଣୀ ବ୍ୟକ୍ତିବିଶେଷ ଯଥା ଜେପି ମୋର୍ଗାନ ଚେଜର ଜେମି ଡିମୋନ, ଟାଟା ଗ୍ରୁପର ରତନ ଟାଟା ଏବଂ ନେସଲେ, ଆଲିବାବା, ଆଲଫା, ଇବରଡୋଲା, କ୍ରାଫ୍ଟ ହେଞ୍ଜ ଆଦି କମ୍ପାନୀର ଅଗ୍ରଣୀ ପ୍ରତିନିଧିମାନେ ସାମିଲ ଥିଲେ।

ଭାରତରେ ଏହି ପରିଷଦକୁ ସ୍ୱାଗତ କରି ପ୍ରଧାନମନ୍ତ୍ରୀ ୨୦୨୪ ସୁଦ୍ଧା ଭାରତକୁ ୫ ଲକ୍ଷ କୋଟି ଆମେରିକୀୟ ଡଲାରର ଅର୍ଥବ୍ୟବସ୍ଥାରେ ପରିଣତ କରିବା ଲାଗି ତାଙ୍କର ସଂକଳ୍ପ ବିଷୟରେ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଶ୍ୱସ୍ତରୀୟ ଭୌତିକ ଭିତିଭୂମି, ସୁଲଭ ସ୍ୱାସ୍ଥ୍ୟସେବାରେ ଉନ୍ନତି ଏବଂ ଉନ୍ନତ ମାନର ଶିକ୍ଷାଦାନ ଆଦି ତାଙ୍କ ସରକାରଙ୍କ ପ୍ରମୁଖ ନୀତିଗତ ପ୍ରାଥମିକତା।

ସରକାରଙ୍କ ନୀତି ପ୍ରଣୟନରେ ଜନସାଧାରଣଙ୍କ ଭାଗିଦାରୀ ଏକ ମାର୍ଗଦର୍ଶୀ ସିଦ୍ଧାନ୍ତ ହୋଇ ରହିଆସିଛି। ବୈଦେଶିକ ନୀତି କ୍ଷେତ୍ରରେ ଭାରତ ଏହାର ରଣନୈତିକ ସହଭାଗୀ ଏବଂ ନିବିଡ଼ ପଡ଼ୋଶୀମାନଙ୍କ ସହିତ ଏକ ସ୍ୱଚ୍ଛ ବହୁପକ୍ଷୀୟ ବୈଶ୍ୱିକ ବ୍ୟବସ୍ଥା ନିର୍ମାଣ କରିବା ଦିଗରେ କାର୍ଯ୍ୟ କରିଆସୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.