Home ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ – ଆନ୍ଧ୍ର ବ୍ୟାଙ୍କ କର୍ମଚାରୀମାନଙ୍କ ପକ୍ଷରୁ ୩.୫୮ କୋଟି ସମୁଦାୟ...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ – ଆନ୍ଧ୍ର ବ୍ୟାଙ୍କ କର୍ମଚାରୀମାନଙ୍କ ପକ୍ଷରୁ ୩.୫୮ କୋଟି ସମୁଦାୟ ୩.୬୩ କୋଟି

242

ଭୁବନେଶ୍ୱର, ୨୨.୧୦ (ଓଡ଼ିଆ ପୁଅ) ଫନି ବାତ୍ୟା ଦୁର୍ଗତଙ୍କ ସହାୟତା ଓ ପୁନରୁଦ୍ଧାର ପାଇଁ ଆଜି ତିନୋଟି ସଂସ୍ଥା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ ଦିଆଯାଇଛି। ଆନ୍ଧ୍ର ବ୍ୟାଙ୍କ କର୍ମଚାରୀମାନଙ୍କ ପକ୍ଷରୁ ୩ କୋଟି ୫୮ ଲକ୍ଷ ୪୯ ହଜାର ୯୪୪ ଟଙ୍କା ପ୍ରଦାନ କରାଯାଇଛି। ଆନ୍ଧ୍ର ବ୍ୟାଙ୍କର ପକ୍ଷରୁ ଏହାର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଶ୍ରୀ ଜେ. ପାକିରିସାମୀ ( Shri J. Packirisamy) ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏହି ପରିମାଣର ଚେକ୍ ପ୍ରଦାନ କରିଛନ୍ତି। ସେହିପରି ଓଷ୍ଟା, ଭଦ୍ରକ ପକ୍ଷରୁ ୨,୬୦,୩୫୦ ଟଙ୍କା ଏବଂ ଭଦ୍ରକ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ ଜରିଆରେ ଶିକ୍ଷକମାନେ ୨,୧୫,୬୦୦ ଟଙ୍କା ପ୍ରଦାନ କରାଯାଇଛି। ଏହିପରି ସମୁଦାୟ ୩ କୋଟି ୬୩ ଲକ୍ଷ ୨୫ ହଜାର ୮୯୪ ଟଙ୍କା ପ୍ରଦାନ କରାଯାଇଛି।

ଓଡ଼ିଶାବାସୀଙ୍କ ବିପଦ ସମୟରେ ସେମାନଙ୍କୁ ସହାୟତା କରିବା ପାଇଁ ଏହି ସଂସ୍ଥାମାନେ ସହୃଦୟତାର ସହ ଆଗେଇ ଆସିଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.