Home ଜିଲ୍ଲା ପରିକ୍ରମା ସତୀଗୁଡା ଜଳଭଣ୍ଡାରରେ ମାଛଧରୁଥିବା ସମୟରେ ଡଙ୍ଗାବୁଡି ଜଣେ ମୃତ

ସତୀଗୁଡା ଜଳଭଣ୍ଡାରରେ ମାଛଧରୁଥିବା ସମୟରେ ଡଙ୍ଗାବୁଡି ଜଣେ ମୃତ

61

ମାଲକାନଗିରି,୨୮ା୧୦(ଓଡିଆ ପୁଅ ) ଆଜି ସକାଳେ ସତୀଗୁଡା ଜଳଭଣ୍ଡାରରେ ଜଣେ ବ୍ୟକ୍ତି ମାଛଧୁରଥିବା ସମୟରେ ହଟାତ ଡଙ୍ଗାବୁଡି ମୃତ୍ୟୁଘଟିଛି । ତାଙ୍କର ମୃତଶରୀର ଜଳଭଣ୍ଡାରୁ ଗ୍ରାମବାସୀ ମାନେ ଆଜି ସନ୍ଧ୍ୟାରେ ଉଦ୍ଧାର କରିଛନ୍ତି । ମାଲକାନଗିରି ଥାନାସ୍ଥ ଚମ୍ପାଖାରୀ ଗ୍ରାମର ରାମପ୍ରସାଦ ରାଜୁ (୪୮)ନାମକ ବ୍ୟକ୍ତି ନିକଟସ୍ଥ ସତୀଗୁଡା ଜଳଭଣ୍ଡାରରେ ଆଜି ଦିନ୧୦ଟାରେ ମାଛ ଧରିବାକୁ ଏକ ଦେଶୀଡଙ୍ଗା ରେ ଯାଇଥିଲେ । ସେ ଜଳଭଣ୍ଡାର ମଝିରେ ପହଁଚିଲା ପରେ ହଟାତ ଡଙ୍ଗାଟି ପାଣିରେ ବୁଡି ଯାଇଥିଲା । ସେ ନିଖୋଜ ହୋଇଯାଇଥିଲେ । ପରିବାର ଲୋକେ ଓ ଗ୍ରାମବାସୀ ମାନେ ମାଲକାନଗିରି ଥାନା ଓ ଅଗ୍ନିଶମବିଭାଗ କୁ ଜଣାଇଥିଲେ । ମାଲକାନଗିରି ଥାନାପୁଲିସ ଓ ଅଗ୍ନିଶମବିଭାଗ ଜଳଭଣ୍ଡାର ନିକଟରେ ପହଁଚି ବହୁତ ଖୋଜା ଖୋଜିକଲାପରେ ଗ୍ରାମବାସୀଙ୍କ ସହାୟତାରେ ଆଜି ସନ୍ଧ୍ୟାରେ ରାମପ୍ରସାଦଙ୍କ ମୃତଶରୀର ଜଳଭଣ୍ଡାରରେ ଭାସୁଥିବାର ଦେଖି ଉଦ୍ଧାର କରିଥିଲେ । ମାଲକାନଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଁଚି ମୃତଶରୀର ଜବତ କରି ମାଲକାନଗିରି ହସପିଟାଲକୁ ଶବବ୍ୟବଛେଦ ନିମନ୍ତେ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁକରିଛନ୍ତି । ସନ୍ଧ୍ୟା ହୋଇ ଯାଇଥିବାରୁ ଶବବ୍ୟବଛେଦ ହୋଇପାରି ନାହିଁ ଆସନ୍ତା କାଲି ସକାଳେ ଶବବ୍ୟବଛେଦ ହେଲାପରେ ତାଙ୍କପରିବାରଙ୍କୁ ହସ୍ତାନ୍ତର କରାଯିବବୋଲି ମାଲକାନଗିରି ଥାନା ଅଧିକାରୀ ରାମପ୍ରସାଦ ନାଗ କହିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.