Home ଜିଲ୍ଲା ପରିକ୍ରମା ଅକ୍ଟୋବରରୁ ନୟାଗଡ଼ରେ ପୋଷ୍ଟାଲ ଡିଭିଜନ

ଅକ୍ଟୋବରରୁ ନୟାଗଡ଼ରେ ପୋଷ୍ଟାଲ ଡିଭିଜନ

110

ନୟାଗଡ଼, ୧୧ା୯(ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ରେ ଅକ୍ଟୋବର ୧ରୁ ପୋଷ୍ଟାଲ ଡିଭିଜନ ଖୋଲିବ। ଏଥିପାଇଁ ଯାବତୀୟ ଆନୁସଙ୍ଗୀକ କାର୍ଯ୍ୟ ଶେଷ ହୋଇଛି। ନୟାଗଡ଼ରେ ପୋଷ୍ଟାଲ ଡିଭିଜନ ଖୋଲିବା ପାଇଁ ଆବଶ୍ୟକୀୟ ଭିତ୍ତିଭୂମୀ, ଯଥାର୍ଥତା ଓ ଆବଶ୍ୟକତାକୁ ବିଚାରକୁ ନେଇ କେନ୍ଦ୍ର ସରକାର ଯୋଗାଯୋଗ ମନ୍ତ୍ରଣାଳୟ ନୀତିଗତ ନିଷ୍ପତି ନେଇଛନ୍ତି। ଏଥିପାଇଁ ପୁରୀ ପୋଷ୍ଟାଲ ସୁପରିଟେଣ୍ଡେଂଟ ବିଜୟ କୁମାର ଶତପଥୀ, ଭୁବନେଶ୍ୱର ପୋଷ୍ଟାଲ ସର୍କଲ ଡାଇରେକ୍ଟର ଆଦିତ୍ୟ କୁମାର ନାୟକ ଏବଂ ନୟାଗଡ଼ ହେଡ୍ ପୋଷ୍ଟ ମାଷ୍ଟର ଶ୍ରୀଚରଣ ପ୍ରସାଦ, ବିଭାଗୀୟ ଇଂଜିନିୟର, ଟେକ୍ନିସିଆନ ପ୍ରମୁଖ ନୟାଗଡ଼ ମୁଖ୍ୟ ଡାକଘର ଠାରେ ପହଂଚି ସ୍ଥିତି ଅନୁଧ୍ୟାନ କରିଥିଲେ  ା ନୟାଗଡ଼ ପୋଷ୍ଟାଲ ଡିଭିଜନ ସ୍ଥାପନା ଆକ୍ସନ କମିଟିର ଆବାହକ ସମାଜସେବୀ ପ୍ରମୋଦ କୁମାର ପଟ୍ଟନାୟକ ଏହି ଅନୁଧ୍ୟାନକାରୀ ଦଳ ସହ ସୌଜନ୍ୟମୂଳକ ସାକ୍ଷାତ କରି ସମ୍ଭବତଃ ଅକ୍ଟୋବର ୧ ତାରିଖରେ ଏହାର ଶୁଭାରମ୍ଭ ହେବ ବୋଲି ଆଲୋଚନା କରିଥିଲେ। ଏହି ଅନୁଧ୍ୟାନକାରୀ ଦଳ ନୟାଗଡ଼ରେ ପୋଷ୍ଟାଲ ଡିଭିଜନ ଖୋଲିବା ପାଇଁ ତତ୍ପରତା ଦେଖାଇଥିବାରୁ ଶ୍ରୀ ପଟ୍ଟନାୟକ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.