Home ଜିଲ୍ଲା ପରିକ୍ରମା ୩୭୦ ଧାରା ଉଛେଦକୁ ଦକ୍ଷିଣ ରାଉରକେଲା ନାଗରିକ ଫୋରମ ତରଫରୁ ଅଭିନନ୍ଦନ

୩୭୦ ଧାରା ଉଛେଦକୁ ଦକ୍ଷିଣ ରାଉରକେଲା ନାଗରିକ ଫୋରମ ତରଫରୁ ଅଭିନନ୍ଦନ

126

ରାଉରକେଲା ୭-୮ (ଓଡ଼ିଆ ପୁଅ/ସୁବୋଧ ନାୟକ) : ମୋଦି ସରକାର ନେଇଛନ୍ତି ଐତିହାସିକ ନିଷ୍ପତି। ଆଜି କେନ୍ଦ୍ର ସରକାର ଜମ୍ମୁ ଓ କଶ୍ମିରରୁ ଧାରା ୩୭୦ ଉଚ୍ଛେଦ କରିଛନ୍ତି। ଏହାକୁ ନେଇ ସାରାଦେଶରେ ଅଦିନିଆ ଦୀପାବଳୀ ପାଳନ କରାଯାଉଥିବା ବେଳେ, ଆଜି ସଂଧ୍ୟାରେ ଦକ୍ଷିଣ ରାଉରକେଲା ନାଗରିକ ଫୋରମ ପକ୍ଷରୁ ଡ଼ାକ୍ତର ରାହାସ ବିହାରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସାରନଗରୀ ଗୁଣ୍ଡିଚା ମନ୍ଦିର ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲ।।ଜମ୍ମୁ କଶ୍ମୀରର ସ୍ୱତନ୍ତ୍ର ପ୍ରଦେଶ, ସ୍ୱତନ୍ତ୍ର ପାତାକା, ସ୍ୱତନ୍ତ୍ର ସମ୍ବିଧାନରେ ମାନ୍ୟତା ଉପଭୋଗ କରୁଥିବା ଜମ୍ମୁ କାଶ୍ମୀର ବର୍ତମାନ ଭାରତର ଅବିଛେଦ୍ୟ ଅଙ୍ଗ। ୨୮ଟି ରାଜ୍ୟ ଓ ୯ଟି କେନ୍ଦ୍ର ଶାସିତ ଅଂଚଳର ସମାହାରରେ ସଂଘୀୟ ଗଣତାନ୍ତ୍ରୀକ ଭାରତବର୍ଷର ଏକ ରାଷ୍ଟ୍ର, ଏକ ପାତାକା ଓ ଏକ ସମ୍ବିଧାନ ପରିସର ଅନ୍ତର୍ଭୁକ୍ତ। ଚଳିତ ବର୍ଷ ପ୍ରଥମଥର ପାଇଁ ସ୍ୱାଧୀନତା ଦିବସରେ ଜାମ୍ମୁ ଓ କାଶ୍ମୀରର ଲାଲ ଛକରେ ତ୍ରୀରଙ୍ଗା ଉତୋଳନ ହେବାର ସବୁଜ ସଙ୍କେତ ମିଳିଥିବାରୁ ମୋଦି ସରକାରଙ୍କୁ ସମସ୍ତ ନାଗରିକ ଫୋରମର ସଦସ୍ୟମାନେ ସାଧୁବାଦ ଜଣାଇଥିଲେ। ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ତ୍ରିନାଥ ଦାସମୋହିନୀ, ଅରୁଣ କୁମାର ପରିଡ଼ା, ସମାଇ ସୋରେନ, ଦିଲୀପ କୁମାର ନାୟକ, ଉଦିତ ଅମାତ, ମୁରଲୀ ଗୈଡ଼, ମନୋଜ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.