Home ଜିଲ୍ଲା ପରିକ୍ରମା ଜମ୍ମୁ କାଶ୍ମିରରୁ ଧାରା ୩୭୦ ଓ ୩୫ଏ ଉଚ୍ଛେଦକୁ ଆମ୍ ଆଦ୍ମୀ ପାର୍ଟିର ସମର୍ଥନ

ଜମ୍ମୁ କାଶ୍ମିରରୁ ଧାରା ୩୭୦ ଓ ୩୫ଏ ଉଚ୍ଛେଦକୁ ଆମ୍ ଆଦ୍ମୀ ପାର୍ଟିର ସମର୍ଥନ

573

ରାଉରକେଲା ୭-୮ (ଓଡ଼ିଆ ପୁଅ/ସୁବୋଧ ନାୟକ) : ଜମ୍ମୁ କାଶ୍ମିରରୁ ଧାରା ୩୭୦କୁ ଉଚ୍ଛେଦ କରିବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ରାଜ୍ୟସଭାରେ ଅଣା ଯାଇଥିବା ପ୍ରସ୍ତାବକୁ ଆମ୍ ଆଦମୀ ପାର୍ଟି ସମର୍ଥନ ଜଣାଇଛି। ଦେଶ ସ୍ୱାଧିନ ହେବା ସମୟରୁ ଏକମାତ୍ର ରାଜ୍ୟ ଜମ୍ମୁ କାଶ୍ମିରରେ ଏହି ଧାରା ଲାଗୁ କରି ଦେଶବାସୀଙ୍କୁ ଦ୍ୱନ୍ଦରେ ରଖାଯାଇଥିଲା। ସେହିଭଳି ୩୫ଏ ଧାରା ଦ୍ୱାରା ଦେଶର ଅନ୍ୟ କୌଣସି ରାଜ୍ୟର ବ୍ୟକ୍ତି ଜମ୍ମୁ କାଶ୍ମିରଠାରେ ସମ୍ପତ୍ତି କ୍ରୟ କରି ପାରିବେ ନାହିଁ। ସବୁଠାରୁ ବଡ଼ କଥା ହେଲା ଯେ ଦେଶର ଜାତିୟ ପତାକାଠାରୁ ଅଲଗା ପତାକା ଥିଲା କାଶ୍ମିରରେ। ସାରା ଦେଶରେ ୫ ବର୍ଷର ବିଧାନସଭା ଥିବା ବେଳେ କାଶ୍ମିରଠାରେ ୬ ବର୍ଷିଆ ବିଧାନସଭା ଥିଲା। ବିଗତ ୭୦ ବର୍ଷରୁ ଭାରତବାସୀ କେବଳ କହି ଆସୁଥିଲେ ଯେ କାଶ୍ମିର ଆମର ଅଭିନ୍ନ ଅଙ୍ଗ କିନ୍ତୁ ପ୍ରକୃତରେ ଏହା ନ ଥିଲା ଭଳି ବ୍ୟବହାର ହେଉଥିଲା। ସେଠାକାର ମୂଳ ବାସିନ୍ଦା କଶ୍ମିରୀ ପଣ୍ଡିତମାନଙ୍କୁ ପ୍ରତାଡ଼ିତ କରି ବିଦାୟ କରା ଯାଇଥିଲା। ସମଗ୍ର ଦେଶରେ ଏକ ନିୟମ ରହିବା କଥା ତେଣୁ କେନ୍ଦ୍ର ସରକାରଙ୍କ ତରଫରୁ ଅଣାଯାଇଥିବା ଏହି ବହୁ ପ୍ରତିକ୍ଷିତ ବିଲ୍ କୁ ସମର୍ଥନ ଜଣାଇ ରାଜ୍ୟସଭାରେ ଏହା ସପକ୍ଷରେ ଭୋଟ କରା ଯାଇ ଅଛି। ଏହା ଦେଶ ପାଇଁ ସ୍ୱାଗତ ଯୋଗ୍ୟ ପଦକ୍ଷପେ ବୋଲି ପାର୍ଟିର ରାଜ୍ୟ ସମ୍ପାଦକ ବିନୟ ତିୱାରୀ ପ୍ରେସ ବିବୃତି ମାଧୟମରେ ଜଣାଇଛନ୍ତି। ଯେ କୌଣସି ପାର୍ଟି କିମ୍ବା ବ୍ୟକ୍ତି ଯଦି ଦେଶ ହିତରେ କାମ କରିବେ ତାକୁ ଆମ୍ ଆଦମୀ ପାର୍ଟି ସର୍ବପ୍ରଥମ ସମର୍ଥନ ଜଣାଇବ କିନ୍ତୁ ସମାଜ ବିରୁଦ୍ଧରେ ଯଦି କିଏ କାମ କରନ୍ତି ତା ହେଲେ ସବୁ ସ୍ତରରେ ସବୁ ପ୍ରକାର ତାଙ୍କର ବିରୋଧ କରାଯିବ ବୋଲି ଶ୍ରୀ ତିୱାରୀ ମତ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.