Home କୋରାପୁଟ ୨ ଦିନିଆ ବିହନ ମେଳା ଉଦଘାଟିତ

୨ ଦିନିଆ ବିହନ ମେଳା ଉଦଘାଟିତ

230

କୋରାପୁଟ ; ତା୨୧-୧୨-୧୮(ଓଡିଆପୁଅ/ରଂଜନ କୁମାର ଦାସ) କୋରାପୁଟର ସ୍ୱେଛାସେବୀ ଅନୁଷ୍ଟାନ ପ୍ରଗତୀ ଆନୁକୁଲ୍ୟରେ ଦୟାନିଧିଗୁଡାଠାରେ ଆୟୋଜିତ ୨ ଦିନିଆ ବିହନ ମେଳା ଉଦଘାଟିତ ହୋଇଯାଇଛି ।କୋରାପୁଟ ସାଂସଦ ଝିନ୍ନ ହିକକା ମୁଖ୍ୟ ଅତିଥିଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।ପ୍ରଗତିର ସଂପାଦକ ପ୍ରଭାକର ଅଧିକାରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଛତିଶଗଡ , ଆନ୍ଧ୍ରପ୍ରଦେଶ ଓ ଓଡିଶାର ଚାଷୀମାନେ ଉପସ୍ଥିତ ଥିଲେ । ଏହି ଅବସରରେ ପରିବର୍ତିତ ଜଳବାୟୁରେ ପାରମ୍ପରିକ ବିହନର ଭୁମିକା ସଂପର୍କିତ ଏକ ଆଲୋଚନାଚକ୍ର ଅନୁଷ୍ଟିତ ହୋଇଥିଲା ।ବାରତ ବିଜ ସୁରକ୍ଷା ମଂଚର ପ୍ରତିଷ୍ଠାତା ଡ. ଜାକବ ନେଲିଥାନମ , ଚାଷୀ ନେତ୍ରାନନ୍ଦ ଲେଙ୍କା ,ଏଡିଲ ଗିଭ ଫାଉଣ୍ଡେସନର ବିଜୟତା ବର୍ମା ପ୍ରମୁଖ ଯୋଗ ଦେଇଥିଲେ ।ପ୍ରଗତିର କାର୍ଯ୍ୟନିର୍ବାହୀ ନିଦେ୍ର୍ଦଶକ ଡ. ଲୁନା ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପ୍ରକଳ୍ପ ସଂଯୋଜକ ଲିଙ୍ଗରାଜ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.