Home ଓଡ଼ିଶା ୨୬ତାରିଖରୁ ସହକାରୀ ଜିଲ୍ଲପାଳ ରାଜସ୍ୱ ସେବା ଅଧିକାରୀ ସମୂହ ଛୁଟୀ ରେ ଯିବେ

୨୬ତାରିଖରୁ ସହକାରୀ ଜିଲ୍ଲପାଳ ରାଜସ୍ୱ ସେବା ଅଧିକାରୀ ସମୂହ ଛୁଟୀ ରେ ଯିବେ

415

ମାଲକାନଗିରି, ୨୧/୧୨ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀଙ୍କ ତିନି T ଆହ୍ବାନ କ୍ରମେ କର୍ମକ୍ଷେତ୍ରରେ ସ୍ୱଚ୍ଛତା, ପ୍ରଯୁକ୍ତି ଆଉ ଟିମ ୱାର୍କ ମାଧ୍ୟମରେ ସାଧାରଣ ଜନତାକୁ ସଠିକ ସମୟରେ ସଠିକ ସେବା ଯୋଗାଇ ଦେବାକୁ ପ୍ରତିଶ୍ରୁତିବଦ୍ଧ ରାଜସ୍ବ ସେବା ଅଧିକାରୀମାନଙ୍କ ପ୍ରତି ବିଭାଗୀୟ ବୈମାତୃକ ଭାବନା ଯୋଗୁଁ ହତାଶ ଅଧିକାରୀମାନେ ପ୍ରତିବାଦ ସ୍ବରୂପ ମିଳିତ ଭାବେ ବର୍ଜନ କଲେ ପ୍ରମୁଖ ସଚିବଙ୍କ ଗୁରୁତ୍ୱପୂର୍ଣ୍ଣ ଭିଡିଓ କନ୍ଫରେନ୍ସ।

ରାଜସ୍ବ ବିଭାଗର ଜନ କଲ୍ୟାଣକାରୀ କାର୍ଯ୍ୟକ୍ରମ ଗୁଡିକର ସଫଳ ରୂପାୟନ ନିମନ୍ତେ ଅକ୍ଲାନ୍ତ ପରିଶ୍ରମ ଜାରି ରଖିଥିବା ଉତ୍ସାହୀ ତଥା ଉଦ୍ୟମୀ ରାଜସ୍ବ ଅଧିକାରୀମାନେ ପ୍ରଥମ ଶ୍ରେଣୀ ମାନ୍ୟତା ତଥା ନିର୍ଦ୍ଧାରିତ ସମୟରେ ପଦୋନ୍ନତି ଇତ୍ୟାଦି ନିମନ୍ତେ ଦୀର୍ଘ ଦିନରୁ ନ୍ୟାର୍ଯ୍ୟ ଦାବୀ ଜଣାଇ ଆସୁଥିଲେ ମଧ୍ୟ ସାଧାରଣ ଜନତାଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଏଯାବତ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲେଇ ନ ଥିଲେ। ହେଲେ ଉପରିସ୍ଥ ଅଧିକାରୀମାନଙ୍କ ଅବଜ୍ଞା ତଥା କାଳକ୍ଷେପଣ ନୀତିରେ ଅତିଷ୍ଠ ରାଜସ୍ବ ଅଧିକାରୀମାନେ ଆଉ ଅଧିକ ଅପେକ୍ଷା କରିବାକୁ ପ୍ରସ୍ତୁତ ନୁହଁନ୍ତି। ପ୍ରତୀକାତ୍ମକ ପ୍ରତିବାଦ ସ୍ବରୂପ ଚଳିତ ସପ୍ତାହରୁ ପ୍ରମୁଖ ସଚିବଙ୍କ ସମସ୍ତ କାର୍ଯ୍ୟକ୍ରମକୁ ବର୍ଜନ କରୁଥିବା ବେଳେ ଦାବୀ ପୂରଣ ନ ହେଲେ ଆସନ୍ତା ଡିସେମ୍ବର ୨୬ ତାରିଖରୁ ଗୋଷ୍ଠିବଦ୍ଧ ଭାବେ ସାମୁହିକ ଛୁଟିରେ ଯିବାକୁ ନିଷ୍ପତ୍ତି ନେଇଛନ୍ତି। ଗତକାଲି ୧୯ ତାରିଖ ଦିନ ଉପ ନିବନ୍ଧକମାନେ ସଚିବଙ୍କ ଏକ ଗୁରୁତ୍ୱପୂର୍ଣ୍ଣ କର୍ମଶାଳାରେ ବାଧା ଉତ୍ପନ୍ନ କରିବା ପରେ ଆଜି ଦ୍ବିତୀୟ ପଦକ୍ଷେପ ସ୍ୱରୂପ ଅତିରିକ୍ତ ତହସିଲଦାର ଓ ସହକାରୀ ଜିଲ୍ଲାପାଳ ମାନେ ତାଙ୍କ ବୈଠକକୁ ନା କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.