Home କୋରାପୁଟ ୧୦ ରୁ କମ ଛାତ୍ରଛାତ୍ରୀ ଥିବା ଜିଲ୍ଲାର ୯୦ ସ୍କୁଲକୁ ବନ୍ଦ ପାଇଁ ନିଦେ୍ର୍ଦଶ

୧୦ ରୁ କମ ଛାତ୍ରଛାତ୍ରୀ ଥିବା ଜିଲ୍ଲାର ୯୦ ସ୍କୁଲକୁ ବନ୍ଦ ପାଇଁ ନିଦେ୍ର୍ଦଶ

101

କୋରାପୁଟ ; ତା୨୨-୦୬-୧୯(ଓଡିଆପୁଅ/ରଂଜନ କୁମାର ଦାସ)୧୦ କିମ୍ବା ୧୦ରୁ କମ ଛାତ୍ରଛାତ୍ରୀ ଥିବା କୋରାପୁଟ ଜିଲ୍ଲାର ୯୦ ସ୍କଲକୁ ବନ୍ଦ କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ପଣ୍ଡା ନିଦେ୍ର୍ଦଶ ଦେଇଛନ୍ତି ।ଲକ୍ଷ୍ମିପୁର ବ୍ଲକରେ ସର୍ବାଧିକ ୨୧ ଟି ସ୍କୁଲ ବନ୍ଦ ହେବାକୁ ଥିବା ବେଳେ ବନ୍ଧୁଗାଁରେ ୧୦ ,ବୈପାରୀଗୁଡା ,ନନ୍ଦପୁର ଓଦଶମନ୍ତପୁରରେ ୪ ଲେଖାଏଁ ,ଜୟପୁର . କୋଟପାଡ ଓ କୁନ୍ଦ୍ରାରେ ଗୋଟିଏ ଲେଖାଏଁ ,କୋରାପୁଟରେ ୧୧ ,ଲମତାପୁଟରେ ୫ ,ନାରାୟଣପାଟନଣାରେ ୧୧ , ସେମିଲିଗୁଡାରେ ୧୦ ଓ ପଟ୍ଟାଙ୍ଗିରେ ୭ଟି ସ୍କୁଲ ବନ୍ଦ କରିବାକୁ ନିଦେ୍ର୍ଦଶ ଦିଆଯାଇଛି ।ବୋରିଗୁମ୍ମା ବ୍ଲକରେ କୈାଣସି ସ୍କୁଲ ବନ୍ଦ ହେବା ନାହିଁ ବୋଲି ଜଣାପଡିଛି ।ବନ୍ଦ ହେବା ସ୍କୁଲର୧ କିମି ଦୂରରେ ଥିବା ଅନ୍ୟସ୍କୁଲରେ ଛାତ୍ରଛାତ୍ରୀମାନଙ୍କୁ ପ୍ରବେଶ କରାଯିବ ବୋଲି ଜିଲ୍ଲା ଶିକ୍ଷା ।ଧିକାରୀ ଶ୍ରୀ ପଣ୍ଡା ସୂଚନା ଦେଇଥିଲେ ।୧କିମି ଦୂରରେ ଥିବା ସ୍କଲରେ ପ୍ରବେଶ କରିବା ନିମନ୍ତେ ଯିବା ଆସିବା ସାହାଯ୍ୟ କରାଯିବାର ବ୍ୟବସ୍ଥା କରାଯିବ ବୋଲି ସେ ସୂଚନା ଦେଇଥିଲେ ।ବନ୍ଦ ହେବାକୁ ସ୍କୁଲର ଗୃହଗୁଡିକୁ ପଂଚାୟତବିଭାଗକୁ ହସ୍ତାନ୍ତର କରାଯିବ ବୋଲି ସେ ପ୍ରକାଶ କରିଥିଲେ ।
ଗାଁର ସମ୍ମାନ ପାଇଁ ଗାଁରେ ସ୍କୁଲ ରହିବା ଦରକାର ଅଟେ ଏବଂ ସ୍କୁଲ ବନ୍ଦ ହୋଇଗଲେ ପିଲାମାନେ ଘରେ ରହିବେ ନତୁବା ଗାଈ ଚରାଇବେ ବୋଲି ି କୋରାପୁଟ ମ୍ୟୁନସିପାଲଟି ଅନ୍ତର୍ଗତ ଡେଙ୍ଗାଗୁଡା ଗ୍ରାମର ବାସିନ୍ଦା ପ୍ରଭା ପ୍ରକାଶ କରିଛନ୍ତି ।ସୂଚନାଯୋଗ୍ୟ ଯେ ଡେଙ୍ଗାଗୁଡା ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରିବାକୁ ନିଦେ୍ର୍ଦଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.