Home କୋରାପୁଟ ସାଢେ ନଅଲକ୍ଷ ଲୁଟ ଘଟଣା ;ଜଣେ ଗିରଫ,ନୂଆ ବାଇକ ସହ ନଗଦ ୫୦ ହଜାର ଜବତ

ସାଢେ ନଅଲକ୍ଷ ଲୁଟ ଘଟଣା ;ଜଣେ ଗିରଫ,ନୂଆ ବାଇକ ସହ ନଗଦ ୫୦ ହଜାର ଜବତ

134

କୋରାପୁଟ;ତା୨୨-୦୬-୧୯(ଓଡିଆପୁଅ /ରଂଜନ କୁମାର ଦାସ) ଚଳିତ ମାସ ୭ ତାରିଖ ଅପରାନ୍ନରେ କୋରାପୁଟ-ରାୟଗଡା ୩୨୬ ନଂ ଜାତୀୟ ରାଜପଥର ମସ୍ତିପୁଟ ଛକ ନିକଟରେ ୯ଲକ୍ଷ ୬୦ ହଜାର ଲୁଟ୍ ଘଟଣାରେ ସଦର ପୁଲିସ୍ ଜଣେ ଅଭିଯୁକ୍ତକୁ ଗିରଫ କରିବା ସହ ଏକ ନୂଆ ମଟର ସାଇକେଲ ,୫୦ ହଜାର ଟଙ୍କା ଓ ଲୁଟରେ ବ୍ୟବହାର କରା ଯାଇଥିବା ମଟର ସାଇକେଲ ଜବତ କରିଛି । ଗିରଫ ଅଭିଯୁକ୍ତ ଜୟପୁରର ଟି.ଶଙ୍କର ବୋଲି ସଦର ଥାନା ଅଧିକାରୀ ସମର୍ପିତା ସ୍ୱାଇଁ ସୂଚନା ଦେବା ସହ ଅନ୍ୟ ୨ଜଣ ଅଭିଯୁକ୍ତକୁ ଖୁବ ଶିଘ୍ର ଗିରଫ କରା ଯିବ ବୋଲି କହିଛନ୍ତି । ଗିରଫ ଟି.ଶଙ୍କର ଲୁଟ ଘଟଣାର ମୁଖ୍ୟ ଅଭିଯୁକ୍ତର ସହଯୋଗି ଭାବେ କାମ କରିଥିଲା । ମୁଖ୍ୟ ଅଭିଯୁକ୍ତ ଶଙ୍କରକୁ ଲୁଟ ଟଙ୍କାରୁ ଏକଲକ୍ଷ ୫୦ ହଜାର ଟଙ୍କା ଦେଇଥିଲା । ଉକ୍ତ ଟଙ୍କାରୁ ସେ ୯୫ ହଜାର ଟଙ୍କା ଦେଇ ଏକ ପୋଲସର ମଟର ସାଇକେଲ କିଣିଥିବାବେଳେ ଆଉକିଛି ଟଙ୍କା ଖର୍ଚ କରି ଥିବା ଜଣା ପଡିଛି । ଶଙ୍କର ନିକଟରୁ ପୁଲିସ ନଗଦ ୫୦ ହଜାର ଟଙ୍କା,ନୂଆ ପୋଲସର ବାଇକ ଓ ଲୁଟରେ ବ୍ୟବହୃତ ପୁରୁଣା ମୋଟର ସାଇକେଲ ଜବତ କରିବା ସହ ତାକୁ କୋର୍ଟ ଚାଲାଣ କରିଛି । ସୂଚନା ଥାଉକି ଜୁନ ୭ରେ ଜୟପୁରର କାଜୁ ବ୍ୟବସାୟୀ ଭି.ଶେଖର ଓ ତାଙ୍କର ଜଣେ ବନ୍ଧୁ କାରରେ ରାୟଗଡା ଜିଲା କାଶିପୁର ଯାଉଥିବାବେଳେ ସଦର ଥାନା ମସ୍ତିପୁଟ ଛକରେ ତିନିଜଣ ଦୁର୍ବୂତ ପିସ୍ତଲ ଦେଖାଇ ତାଙ୍କ ଠାରୁ ୯ଲକ୍ଷ ୬୦ ହଜାର ଟଙ୍କା ଲୁଟି ନେଇଥିଲେ । ଘଟଣା ସ୍ଥଳରୁ ଦୁର୍ବୂତମାନେ ଟଙ୍କା ନେଇ ଫେରାର୍ ହୋଇ ଯିବା ପରେ ଶେଖର କୋରାପୁଟ ଫେରି ସଦର ଥାନାରେ ଅଭିଯୋଗ କରିଥିଲେ । ସଦର ଥାନା ଅଧିକାରୀ ଓ ଏସଡିପିଓ କେ.ଜେ.ରେଡ୍ଡୀ ଘଟଣାର ତଦନ୍ତ ଆରମ୍ଭ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରିବାକୁ ପ୍ରୟାସ ଆରମ୍ଭ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.