ad
ଓଡ଼ିଶା

ସ୍ୱର୍ଗଦ୍ୱାରରେ ଲାଗିଲା କୋଭିଡ୍ କଟକଣା ଫଳକ

ପୁରୀ, ୨୩/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ସ୍ୱର୍ଗଦ୍ୱାରରେ କୋଭିଡ୍ ସଂକ୍ରମଣ କୁ ଦୃଷ୍ଟି ରେ ରଖି ସ୍ୱର୍ଗଦ୍ୱାର ସେବା କେନ୍ଦ୍ର ପକ୍ଷରୁ ଏକ କଟକଣା ନାମ ଫଳକ ଲଗାଯାଇଛି। ସ୍ୱର୍ଗଦ୍ୱାରରେ ଅଯଥା ଭିଡ ନକରି ନିଜକୁ ଓ ଅନ୍ୟ କୁ ସୁରକ୍ଷିତ ରଖିବାକୁ ପରାମର୍ଶ ଦିଆଯାଇଛି। ଯେତିକି ସଂଖ୍ୟକ ବ୍ୟକ୍ତି ଶବ ସହିତ ଆସିବା ଦରକାର ସେହି ମାନେ ହିଁ ଆସନ୍ତୁ। ସ୍ୱର୍ଗଦ୍ୱାର ରେ ମାସ୍କ ବାଧ୍ୟତାମୂଳକ ସହ ବାରମ୍ବାର ହାତ ଧୋଇବାକୁ ଅଛି। କୋଭିଡ୍ କଟକଣା କୁ ଅମାନ୍ୟ କରୁଥିବା ବ୍ୟକ୍ତିଙ୍କ ବିରୁଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜନସାଧାରଣ ଙ୍କର ସୁରକ୍ଷା ପାଇଁ ଏକାଧିକ ଫଳକ ଲାଗିଥିବା ସୂଚନା ରହିଛି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top