Home ଓଡ଼ିଶା ସୁଷମାଙ୍କ ପରେ ଏବେ ତାଙ୍କ ସଂପତ୍ତି ସମ୍ଭାଳିବ କିଏ ?

ସୁଷମାଙ୍କ ପରେ ଏବେ ତାଙ୍କ ସଂପତ୍ତି ସମ୍ଭାଳିବ କିଏ ?

1044

ନୂଆଦିଲ୍ଲୀ,୦୭/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ):ଦେଶର ପୂର୍ବ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କର ମଙ୍ଗଳବାର ନିଧନ ହୋଇଛି। ଏଭଳି ଏକ ଦୁଃଖଦ ଖବର ପରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି। ସୁଷାମ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରହୁଥିଲେ ଏହି କାରଣରୁ ସୋସିଆଲ ମିଡିଆରେ ଲକ୍ଷ ଲକ୍ଷ ଲୋକ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଉଛନ୍ତି। ତାଙ୍କ ନିଧନରେ ମୋଦି ଟ୍ଵିଟ କରି ଲେଖିଛନ୍ତି ସୁଷମା ସମ୍ପୂର୍ଣ୍ଣ ଅଲଗା ଥିଲେ ଏବଂ କୋଟି କୋଟି ଲୋକଙ୍କ ପାଇଁ ପ୍ରେରଣାର ସ୍ରୋତ ମଧ୍ୟ ଥିଲେ।

ବୈଦେଶିକ ମନ୍ତ୍ରୀ ରହିଥିବାବେଳେ ସେ ଅନେକ ଲୋକଙ୍କୁ ସାହାଯ୍ୟ କରିଛନ୍ତି। ସେ ବିଦେଶରେ ଫସିଥିବା ଲୋକଙ୍କୁ ବହୁତ ଥର ସାହାଯ୍ୟ କରିଛନ୍ତି। ଆମେ ଆପଣଙ୍କୁ ଜଣାଇବାକୁ ଚାହୁଁବୁ ସୁଷମାଙ୍କ ସମ୍ପତ୍ତି ବିଷୟରେ। ଏକ ରିପୋର୍ଟ ଅନୁଯାୟୀ ୨୦୧୮ ଆଫିଡେବିଡ ଅନୁସାରେ ସୁଷମା ଏବଂ ତାଙ୍କ ସ୍ୱାମୀଙ୍କ ପାଖରେ ୩୨ କୋଟି ଟଙ୍କାରୁ ଅଧିକ ସମ୍ପତ୍ତି ଥିଲା।

ରିପୋର୍ଟ ଅନୁଯାୟୀ ସୁଷମା ଏବଂ ତାଙ୍କ ସ୍ୱାମୀଙ୍କ ପାଖରେ ୧୯ କୋଟି ଟଙ୍କା ସେଭିଂ ଥିଲା। ଯେଉଁଥିରେ ୧୭ କୋଟି ଏଫଡିଆର ସାମିଲ ରହିଛି। ସେହିପରି ତାଙ୍କ ପାଖରେ ଏବଂ ତାଙ୍କ ସ୍ୱାମୀଙ୍କ ପାଖରେ ୩୦ ଲକ୍ଷ ଟଙ୍କା ସେଭିଂ ଆକାଉଣ୍ଟ ରହିଛି।

ସୁଷମା ଏବଂ ତାଙ୍କ ସ୍ୱାମୀଙ୍କ ପାଖରେ ବହୁତ ପ୍ରପୋର୍ଟି ମଧ୍ୟ ରହିଛି। ହରିୟାଣା ସ୍ଥିତ ପଲବମରେ ତାଙ୍କର ଏଗ୍ରିକଲଚର ଲ୍ୟାଣ୍ଡ ରହିଛି। ଯାହାର ଦାମ ୯୮ ଲକ୍ଷ ଟଙ୍କା। ସେହିପରି ଦିଲ୍ଲୀରେ ସୁଷମାଙ୍କ ନାମରେ ଏକ ଫ୍ଲାଟ ମଧ୍ୟ ରହିଛି। ଖାସ୍‌ କଥା ହେଉଛି ସୁଷମାଙ୍କ ଉପରେ କୌଣସି ପ୍ରକାର ଋଣ ରହିନାହିଁ। ସୁଷମାଙ୍କ ନିଧନ ପରେ ଏବେ ଏହି ସବୁ ସମ୍ପତ୍ତିର ମାଲିକ ଏବେ ତାଙ୍କ ସ୍ୱାମୀ ସ୍ୱରାଜ କୌଶଲ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.