Home ଓଡ଼ିଶା ବିଜୟ ଶର୍ମା ହେଲେ ଡିଜିପି ଇନଚାର୍ଜ

ବିଜୟ ଶର୍ମା ହେଲେ ଡିଜିପି ଇନଚାର୍ଜ

195

ଭୁବନେଶ୍ୱର,୦୭/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ):  ଗତକାଲି ଲୋକାୟୁକ୍ତ ସଦସ୍ୟ ଭାବେ ଡିଜିପି ଆର.ପି. ଶର୍ମାଙ୍କୁ ନିଯୁକ୍ତି ମିଳିବାକୁ ଥିବାବେଳେ ଆଜି ଅଗ୍ନିଶମ ବିଭାଗ ଡିଜି ବିଜୟ କୁମାର ଶର୍ମାଙ୍କୁ ମିଳିଲା ଡିଜିପି ଇନଚାର୍ଜ ଦାୟିତ୍ୱ । ତେବେ ଆସନ୍ତାକାଲି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ପଦ ଛାଡ଼ିବେ ଆର୍‌.ପି ଶର୍ମା । ତାଙ୍କ ସ୍ଥାନରେ ଇନଚାର୍ଜ ଡିଜିପି ଭାବେ ଦାୟିତ୍ୱ ସମ୍ଭାଳିବେ ବିଜୟ ।

ଅନ୍ୟପଟେ କିଏ ହେବ ରାଜ୍ୟ ପୋଲିସ ବିଭାଗର ନୂଆ ମୁଖିଆ, ତାକୁ ନେଇ ଚର୍ଚ୍ଚା  ଜୋର ଧରିଥିଲା । ପୋଲିସ ମହାନିର୍ଦେଶକ ଡକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ମଙ୍ଗଳବାର ଲୋକାୟୁକ୍ତ ସଦସ୍ୟ ଭାବେ ନିଯୁକ୍ତି ମିଳିଥିଲା । ତେବେ ଗତ ୨୦୧୭ ଅଗଷ୍ଟ ମାସ ୩୧ ତାରିଖରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଇଥିଲେ ରାଜେନ୍ଦ୍ର ପ୍ରସାଦ ଶର୍ମା । ଏବେ ତାଙ୍କ ସ୍ଥାନରେ ଡିଜିପି ଇନଚାର୍ଜ ଭାବେ ବିକେ ଶର୍ମାଙ୍କୁ ଦାୟିତ୍ୱ ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.