Home ଓଡ଼ିଶା ସିଟୁ ଆହ୍ୱାନ ରେ ରଣପୁର ପରିବହନ ଶ୍ରମିକଙ୍କ ପ୍ରତିବାଦ ସଭା

ସିଟୁ ଆହ୍ୱାନ ରେ ରଣପୁର ପରିବହନ ଶ୍ରମିକଙ୍କ ପ୍ରତିବାଦ ସଭା

144

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୩୦/୦୬-ସାରା ରାଜ୍ୟରେ ସିଟୁ ଆହ୍ୱାନ ରେ ପରିବହନ ଶ୍ରମିକମାନେ ପ୍ରତିବାଦ ସଭା ଡାକରା ଦେଇଥିଲେ । ସେଥିରୁ ବାଦ୍ ପଡିନି ନୟାଗଡ ଜିଲ୍ଲା ରଣପୁର । ରଣପୁର ସିଟୁ ର ନେତା ସୁରେଶ ସ୍ୱାଇଁଙ୍କ ତରଫରୁ ମୋଟର କର୍ମଚାରୀ ଓ ଅଟୋ ଚାଳକ ସଙ୍ଘ ରଣପୁର ଉପର ବଜାର ବସ୍‌ଷ୍ଟାଣ୍ଡଠାରେ ଏକ ପ୍ରତିବଦା ସଭା ହୋଇଥିଲା । ଏଥିରେ ଶ୍ରମିକ ନେତା ସୁସୀଲ ମହାନ୍ତି, ଗୁନ ମହାରଣା, ଶ୍ରୀନିବାସ ସ୍ୱାଇଁ, ବିନାୟକ ମହାପାତ୍ର ଓ ସନାତନ ରଣା ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ । କ୍ଷତିଗ୍ରସ୍ତ ପରିବହନ କର୍ମଚାରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ଦାବି କରାଯାଇଥିଲା । ବାରମ୍ବାର ତୈଳଦର ବୃଦ୍ଧି କରୋନା ସମୟରେ ଯାନବାହାନ ବନ୍ଦ ଯୋଗୁଁ ପରିବହନ ଶ୍ରମିକମାନେ ଅନେକ କ୍ଷତି ସହିଛନ୍ତି ।

ତେଣୁ ପେଟ୍ରୋଲ, ଡିଜେଲ ଲିଟର ଦର ୨୦ ଟଙ୍କା ହ୍ରାସ କରିବା , ସମସ୍ତ ପରିବହନ ଶ୍ରମିକ ମାନଙ୍କ ମାସିକ ୭୫୦୦ଟଙ୍କା ୬ ମାସ ପର୍ଯ୍ୟନ୍ତ ପ୍ରଦାନ କରିବା, ପ୍ରତ୍ୟେକ ଶ୍ରମିକଙ୍କ ମୁଣ୍ଡପିଛା ମାସିକ ୧୦ କେଜି ଚାଉଳ କିମ୍ବା ଗହମ ୬ ମାସ ପ୍ରଦାନ କରିବା, ପରିବହନ କର୍ମଚାରୀ ମାନଙ୍କୁ ୫ଲକ୍ଷ ଟଙ୍କା ବୀମାଭୁକ୍ତ କରିବା ଓ ପରିବହନ କର୍ମଚାରୀ ମାନଙ୍କ କଲ୍ୟାଣ ବୋର୍ଡ ଗଠନ କରିବା ପାଇଁ ଦାବି କରାଯାଇଥିବା ଜଣା ପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.