Home ଓଡ଼ିଶା ମୟୁରଝାଲିଆ ପଂଚାୟତ ଆର୍ଥିକ ଅନିୟମିୟତା ର ତଦନ୍ତ ଚାଲିଲା

ମୟୁରଝାଲିଆ ପଂଚାୟତ ଆର୍ଥିକ ଅନିୟମିୟତା ର ତଦନ୍ତ ଚାଲିଲା

81

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୩୦/୦୬-ରଣପୁର ବ୍ଲକ୍ ମୟୁରଝାଲିଆ ଗ୍ରାମ ପଂଚାୟତରେ ଅନେକ ଦିନ ହେଲା ଆର୍ଥିକ ଅନିୟମିୟତା ହୋଇ ଅର୍ଥ ତୁଷରପାତ ହୋଇଥିବାର ଅଭିଯୋଗ ହୋଇ ଆସୁଥିଲା । ଯାହାକୁ ନେଇ ୱାର୍ଡ ମେମ୍ବରମାନେ ନୟାଗଡ ଉପଜିଲ୍ଲାପାଳଙ୍କୁ ଅଭିଯୋଗ କରି ଆସୁଥିଲେ । ଉପଜିଲ୍ଲାପାଳ ଲଗ୍ନଜିତ ରାଉତଙ୍କ ନିର୍ଦ୍ଧେଶରେ ନୟାଗଡ ଜିଲ୍ଲା ଉପଖଣ୍ଡ ପଂଚାୟତ ଅଧିକାରୀ ମନୋରଂଜନ ମହାନ୍ତି ଜୁନ୍ ୩୦ ତାରିଖରେ ତଦନ୍ତ କରି ଫେରିଥିବା ଜଣା ପଡିଛି । ଆର୍ଥିକ ଅନିୟମିୟତା ରେ ଥିଲା ପଂଚାୟତରେ ଲାଗିଥିବା ଷ୍ଟ୍ରିଟ୍ ଲାଇଟ୍ ପାଇଁ ପଂଚାୟତ ବୈଠକର ବିନା ଆପୃଭାଲରେ କାର୍ଯ୍ୟ କରାଯାଇଅଛି ଏବଂ ଯେଉଁ ଅର୍ଥ ୫ଲକ୍ଷ ୩୫ହଜାର ଟଙ୍କା ଖର୍ଚ୍ଚ କରାଯାଇଅଛି ସେଥିପାଇଁ ଯେଉଁ ବିଲ୍ ଭାଉଚର୍ ପ୍ରଦାନ କରାଯାଇଛି ତାହା ବିନା ଜି.ଏସ୍‌.ଟି ର ଡୁପ୍ଲିକେଟ ବିଲ୍‌, ପିଠା କାର୍ଯ୍ୟକ୍ରମ ସହ କରୋନା ମୁକାବିଲା ପାଇଁ ଆସୁଥିବା ଅର୍ଥ ବ୍ୟୟର ଗ୍ରାମ ପଂଚାୟତ ବୈଠକରେ ଆଲୋଚନା ହେଉନାହିଁ ଓ ଦୀର୍ଘମାସ ହେଲା ୱାର୍ଡ ମେମ୍ବର ମାନଙ୍କୁ ସେମାନଙ୍କର ବୈଠକ ଖର୍ଚ୍ଚ ଦିଆଯାଉନାହିଁ ।

ତଦନ୍ତ ସମ୍ପର୍କେ ଉପସ୍ଥିତ ଥିବା ଗଣମାଧ୍ୟମଙ୍କ ପ୍ରଶ୍ନକୁ ଚାଲାକ୍ ର ସହ ଏଡାଇ ଯାଇଥିଲେ ଜିଲ୍ଲା ଉପଖଣ୍ଡ ପଂଚାୟତ ଅଧିକାରୀ ମନୋରଂଜନ ମହାନ୍ତି । ଏ ସମ୍ପର୍କେ ନୟାଗଡ ଉପଜିଲ୍ଲାପାଳ ଲଗ୍ନଜିତ୍ ରାଉତଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ତଦନ୍ତ ପାଇଁ ଜିଲ୍ଲା ଉପଖଣ୍ଡ ପଂଚାୟତ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଥିଲା ଆର୍ଥିକ ଅନିୟମିୟତାର ରିପୋର୍ଟ ପାଇଲା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.