ଭୁବନେଶ୍ୱର: ଫ୍ରାନ୍ସ ରାଜଧାନୀ ପ୍ୟାରିସ୍ ସ୍ଥିତ ଅନ୍ତରିକ୍ଷ ଏଜେନ୍ସି ଜାନୁୟାରୀ ୧୭ରେ ଇସ୍ରୋ ନିର୍ମିତ ସାଟେଲାଇଟ୍ ଜିଏସଏଟି- ୩୦ ଲଞ୍ଚ କରିବା ଅବସରରେ ସିଙ୍ଗର୍ ସୋନା ମହାପାତ୍ରଙ୍କୁ ନିମନ୍ତ୍ରଣ କରିଛି। ସୋନା ଭାରତର ପ୍ରତିନିଧିତ୍ୱ କରିବେ। ଦୈନନ୍ଦିନ ଜୀବନ ଏବଂ ଅନ୍ତରୀକ୍ଷ ବିଜ୍ଞାନ ଉପରେ ସେ ସମ୍ବୋଧନ କରିବେ। ସୋନା କହିଛନ୍ତି, ମୁଁ ଏକ ସଙ୍ଗୀତକାରର ଦୃଷ୍ଟିକୋଣ ଉପସ୍ଥାପନ କରିବି, ଯାହାର ପୃଷ୍ଠଭୂମି ବିଜ୍ଞାନ ଉପରେ ରହିଛି। -ଦେବଦତ୍ତ ରଥ