Home କେନ୍ଦୁଝର ସମ୍ବର୍ଦ୍ଧିତ ହେଲେ ମୁଖ୍ୟବକ୍ତା ନରେନ୍ଦ୍ର ପ୍ରସାଦ ବେହେରା

ସମ୍ବର୍ଦ୍ଧିତ ହେଲେ ମୁଖ୍ୟବକ୍ତା ନରେନ୍ଦ୍ର ପ୍ରସାଦ ବେହେରା

274

ଖଇରା, ୧୭/୭ (ଓଡିଆ ପୁଅ)-ଘଟଗାଁ ମା ତାରିଣୀଙ୍କ ପୀଠ ପରିସରରେ ଥିବା ମା ତାରିଣୀ କଲ୍ୟାଣୀ ମଣ୍ଡପରେ ତ୍ରୈମାସିକ ସାହିତ୍ୟ ପତ୍ରିକା ସଂଯୋଗୀ ସଜଫୁଲର ବାର୍ଷିକ ଉତ୍ସବ ଓ ପ୍ରତିଭା ସମ୍ମାନ ସମାରୋହ ସଭା ମହାଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ଉପେନ୍ଦ୍ର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ

କେନ୍ଦୁଝର ଜିଲ୍ଲାର ବରିଷ୍ଠ ସାହିତ୍ୟିକା ଡଃ କଳ୍ପନା ମହାନ୍ତି ମୁଖଅତିଥି ଭାବେ ଯୋଗଦେଇଥିବା ବେଳେ ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକର ସାମ୍ବାଦିକ ତଥା ସାହିତ୍ୟିକ ନରେନ୍ଦ୍ର ପ୍ରସାଦ ବେହେରା ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। କେନ୍ଦ୍ରାପଡା ଜିଲ୍ଲାର ବରିଷ୍ଠ ଶିକ୍ଷାବିତ୍ ଓ ସଂଗଠକ ହେମନ୍ତ କୁମାର ରାଉତ ଓ କଟକର ସତୀର୍ଥ ସାହିତ୍ୟ ପତ୍ରିକାର ସଂପାଦକ ମନ୍ମଥନାଥ ବରାଳ ସମ୍ମାନିତ ଅତିଥି ଓ ଜଗତସିଂହପୁର ଜିଲ୍ଲାର ସଂଗଠକ ନରେନ୍ଦ୍ର କୁମାର ସ୍ୱାଇଁ ସମ୍ମାନିତ ବକ୍ତାରୂପେ ଯୋଗଦେଇ ପ୍ରଦୀପ ପଜ୍ଜ୍ୱଳନ କରି ସଭାଟିକୁ ଉଦ୍ ଘାଟନ କରିଥିଲେ। ସ୍ଥାନୀୟ ମା ତାରିଣୀ ନୃତ୍ୟ ଅନୁଷ୍ଠାନର କଳାକାର ଓ ଯାଜପୁର ଜିଲ୍ଲାର କୁମାରୀ ଲୋପାମୁଦ୍ରା ସାହୁଙ୍କ ଓଡଶୀ ନୃତ୍ୟ ମାଧ୍ୟମରେ ଅତିଥି ମାନଙ୍କୁ ସ୍ୱାଗତ କରାଯାଇଥିଲା। ସଂଯୋଗୀ ସଜଫୁଲ ପତ୍ରିକାର ସହ-ସମ୍ପାଦକ ସନ୍ତୋଷ କୁମାର ପତି ଅନୁଷ୍ଠାନର ବାର୍ଷିକ ବିବରଣୀ ପାଠା କରିଥିଲେ। କେନ୍ଦ୍ରପଡା ଜିଲ୍ଲାର କବୟିତ୍ରୀ ଚାରୁଲତା ଭୂୟାଁ ଓ କେନ୍ଦୁଝର ଜିଲ୍ଲାର ରାଜୀବ ଲୋଚନ ମହାନ୍ତଙ୍କ କବିତା ସଂଯୋଜନାରେ ଓଡିଶାର ୨୪ ଜିଲ୍ଲାରୁ ଆସିଥିବା ଶତାଧିକ କବି କବୟିତ୍ରୀମାନେ ସେମାନଙ୍କର ସ୍ୱରଚିତ କବିତା ପାଠ କରିଥିଲେ। ଏହି ଅବସରରେ ଉପେନ୍ଦ୍ର ଦାସଙ୍କ ରଚିତ ‘‘ଅଚ୍ୟୁତ ଗୀତା ମୃତମ୍ ’’, କମଳାକାନ୍ତ ମିଶ୍ରଙ୍କ ‘‘ଅଲୋଡାକାହାଣୀ’’, ଅର୍ଜୁନ ଚରଣ ବେହେରାଙ୍କ ‘‘ସୀତା ସ୍ୱୟମ୍ବର’’, ନୀଳଚକ୍ର ମହାକୁଡଙ୍କ ‘‘ଏଇତ ମୋର ଦେଶ ‘’ଓ ଲକ୍ଷ୍ମଣ କୁମାର ବେହେରାଙ୍କ ‘‘ପ୍ରଥମ ପାଖୁଡା’’ ସହିତ ଅନୁଷ୍ଠାର ସାହିତ୍ୟ ପତ୍ରିକା ‘‘ସଂଯୋଗୀ ସଜଫୁଲ’’ ଉନ୍ମୋଚନ ଅତିଥି ମାନଙ୍କ ଦ୍ୱାରା ହୋଇଥିଲା। ସଂଯୋଗୀ ସଜଫୁଲର ଶ୍ରେଷ୍ଠ ସାହିତ୍ୟ ସମ୍ମାନ ଅନୁଗୋଳ ଜିଲ୍ଲାର ରମେଶ ଚନ୍ଦ୍ର ମିଶ୍ର ଓ କେନ୍ଦୁଝର ଜିଲ୍ଲାର ଚିନ୍ତାମଣି ମହାନ୍ତିଙ୍କୁ ମାନପତ୍ର ସହ ଏକ ହଜାର ଟଙ୍କା, ମା ତାରିଣୀ ସମ୍ମାନ ଯାଜପୁର ଜିଲ୍ଲାର ଶଙ୍କର୍ଷଣ ବାରିକ ଓ ଜନଜୀବନ ଭୀମସେନ ସ୍ମୃତି ସମ୍ମାନ, କେନ୍ଦ୍ରାପଡା ଜିଲ୍ଲାର କୁମାର ଚନ୍ଦ୍ର ବାୟାଙ୍କୁ ସମ୍ମାନିତ କରାଯିବା ସହ ପାଞ୍ଚଶହ ଟଙ୍କା ପ୍ରୋତ୍ସାହନରାଶି ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା। ସେହିପରି ସାହିତ୍ୟ ସୃଜନୀ ସମ୍ମାନ କ୍ଷେତ୍ରରେ କଟକରୁ ନୃସିଂହ ପ୍ରସାଦ ମହାନ୍ତି, ଅନୁଗୋଳରୁ ଅନିତା ପାଣି, ଜଗତସିଂହପୁରରୁ ରଜତ କୁମାର ଦାସ, ଯାଜପୁରରୁ ଗୁଣନିଧି ଗୁରୁ, କେନ୍ଦ୍ ୁଝରରୁ ମଙ୍ଗୁଳି ଚରଣ ପୃଷ୍ଟି, ସଂଯୋଗୀ ସାହିତ୍ୟ ମିତ୍ର ସମ୍ମାନ ପାଇଁ ବୌଦ୍ଧରୁ ଇଂ ସଞ୍ଜୟ କୁମାର ପଣ୍ଡା, ସୁନ୍ଦରଗଡରୁ ସମୀର ପାଢୀ, ସଂଯୋଗୀ ସାରସ୍ୱତ ପ୍ରତିଭା ସମ୍ମାନ ପାଇଁ ଅନୁଗୋଳରୁ କବି ଜ୍ୟୋତି ରଂଜନ ପତି, ବାଲେଶ୍ୱରରୁ ଡ.ଅଶ୍ୱୀନି କୁମାର ଶତପଥି, ଢେଙ୍କାନାଳରୁ ଗୋଲକ ବିହାରି ବେହେରା, କେନ୍ଦୁଝରରୁ ପୂର୍ଣ୍ଣଚନ୍ଦ୍ର ସାହୁ ଓ ଜ୍ୟୋତ୍ସ୍ନାମଂଜରୀ ତ୍ରିତାଠୀ, ସଂଯୋଗୀ ଯୁବ ପ୍ରତିଭା ସମ୍ମାନ ପାଇଁ ପ୍ରଶାନ୍ତ କୁମାର ଦାଶ, ବାଲେଶ୍ୱରରୁ ପ୍ରିୟଙ୍କା ପ୍ରିୟଦର୍ଶନୀ ଦାସ, ଯାଜପୁରରୁ ମାନସ କୁମାର ପାତ୍ର, କେନ୍ଦୁଝରରୁ ରାଜୀବ ଲୋଚନ ମାହାନ୍ତ ଓ ହିମାଂଶୁ ଶେଖର ମିଶ୍ର, ସଂଯୋଗୀ ସଜଫୁଲ ପ୍ରତିଭା ସମ୍ମାନ ପାଇଁ ବେଣୁଧର ସାହୁ, ଅଜୟ କୁମାର ସାମଲ, ସୁରେଶ ଚନ୍ଦ୍ର ମହାନ୍ତକୁର୍ମୀ, ସୁଜାତା ଗୁପ୍ତା, ସନ୍ତୋଷିନୀ ଗିରି, ସଂଯୋଗୀ ସଂଗଠନ ସମ୍ମାନ ପାଇଁ ସଂବାଦ ସାହିତ୍ୟ ଘର ହରିଚନ୍ଦନପୁର, ସଂଯୋଗୀ ଗୌରବ ସମ୍ମାନ ସନନୋଷ କୁମାର ପତି, ସଂଯୋଗୀ ଆଦର୍ଶ ଶିକ୍ଷକ ସମ୍ମାନ ପାଇଁ ପ୍ରଣବ ରାଉତରାୟ ଓ ଲକ୍ଷ୍ମଣ ପଲେଇଙ୍କୁ ମାନପତ୍ର ଓ ଉପଢୌକନ ଓ ପୁଷ୍ପଗୁଚ୍ଛଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ମଂଚାସୀନ ଅତିଥି ମାନଙ୍କ ଦ୍ୱାରା। ପରେ ପରେ ମଂଚାସୀନ ଅତିଥିମାନେ ସାହିତ୍ୟରେ ଶିଶୁର ସୃଜନଶୀଳତାର ବିକାଶ ତଥା ଶିଶୁର ସୃଜନଶୀଳତାର ବିକାଶହିଁ ଓଡିଆ ସାହିତ୍ୟର ଭବିଷ୍ୟତ ଉପରେ ଖୁବ ସୁନ୍ଦର ଭାବରେ ବକ୍ତବ୍ୟ ପ୍ରଦାନ କରିଥିଲେ। ସଭା ଶେଷରେ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେଥିମଧ୍ୟରୁ ଅନୁଷ୍ଠାନର ସଂପାଦକ ବାବୁଲାଲ ପଲାଇଙ୍କ ଝିଅ ଦିବ୍ୟାଭାରତୀ(ସୋନାଲି) ମୁଖ୍ୟ ବକ୍ତା ନରେନ୍ଦ୍ର ପ୍ରସାଦ ବେହେରାଙ୍କୁ ମା ତାରିଣୀ ଫଟ, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଅକ୍ଷୟ କୁମାର ପଲେଇ ଓ ସୁଜିତ କୁମାର ମିଶ୍ର ମାନପତ୍ର ପାଠ କରିଥିବା ବେଳେ ସରୋଜ କୁମାର ସେନାପତି, କମଳାକାନ୍ତ ମିଶ୍ର, ବିଦ୍ୟାଧର ବାରିକ, ରାଧାକାନ୍ତ ବେହେରା, ସୁଶାନ୍ତ କୁମାର ରାଉତ, ମିନା ବେହେରା, ଜ୍ୟୋତ୍ସ୍ନାରାଣୀ ଦାଶ, ଲିପି ରାଉତ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ଅନନ୍ତ ମୁଦୁଲି ଧନ୍ୟବାଦ ଅର୍ପଣ କରିଥିଲେ। ଅନୁଷ୍ଠାନର ସଂପାଦକ ବାବୁଲାଲ ପଲେଇ ସଭା ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.