Home କୋରାପୁଟ ସମସ୍ୟା ପିଛା ଛାଡୁନି ; କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସପିଟାଲରେ ଅକ୍ସିଜେନ...

ସମସ୍ୟା ପିଛା ଛାଡୁନି ; କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସପିଟାଲରେ ଅକ୍ସିଜେନ ସିଲିଣ୍ଡର ଶେଷ ହେବାକୁ ବସିଲାଣି ଏପଡେ ରୋଗୀ ହନ୍ତସନ୍ତ

84

କୋରାପୁଟ ; ତା୦୩-୦୮-୧୯(ଓଡିଆପୁଅ /ରଂଜନ କୁମାର ଦାସ) କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସପିଟାଲରେ ଦିନକୁ ଦିନ ସମସ୍ୟା ବଢିବାରେ ଲାଗୁଥିବା ବେଳେ ଆଉ ଗୋଟିଏ ବଡ ଗୁରୁତର ସମସ୍ୟା ଆସିଛି ।ଅକ୍ସିଜେନ ସିଲିଣ୍ଡର ପ୍ରାୟତଃ ଶେଷ ହୋଇଯାଇଥିବା ବେଳେ କର୍ତୂପକ୍ଷ ଚୁପ ବସିବା କେତେ ଚୁକ୍ତିଚୁକ୍ତ ତାହା ସାଧାରଣରେ ଆଲୋଚ୍ୟର ବିଷୟ ହୋଇଛି ।ଗତ ୧ ତାରିଖରେ ଭେଷଜ ମହିଳା ଓାର୍ଡରେ ଅକ୍ସିଜେନ ସିଲିଣ୍ଡର ନ ଥିବାରୁ ରୋଗୀ ସଂପର୍କିୟ ପାଟିତୁଣ୍ଡ କରିଥିଲେ ।କୋରାପୁଟ ହସପିଟାଲରେ ବଡ ଜୁମ୍ପୋ ସିଲିଣ୍ଡର ଓ ସାନ ସିଲିଣ୍ଡର ୭୮ ଟି ରହିଥିବା ଜଣାପଡିଛି । କୋରାପୁଟ ହସପିଟାଲର ସର୍ଜରୀ , ଭେଷଜ ପୁରୁଷ ଓ ମହିଳା , ଆଇସିୟୁ ଓ ଅସ୍ଥିଶଲ୍ୟ ବିଭାଗ ନିମନ୍ତେ ଏକ ଅକ୍ସିଜେନ ରୁମ ରହିଛି ।ସେଠାରେ ୨ ଟି ବଡ ସିଲିଣ୍ଡର ଲଗାଯାଇଥିବା ନଜର କରାଯାଇଥିଲା ଓ ସରି ଯାଇଥିବା ସିଲିଣ୍ଡର ମଧ୍ୟ ରଖାଯାଇଥିଲା ।ଭେଟିଂଲେସନ ନିମନ୍ତେ ଥିବା କମ୍ପ୍ରେସର ମେସିନ କାମ କରୁ ନ ଥିବା କାର୍ଯ୍ୟରତ ଟେକ୍ନିସିଆନ ସୁଚନା ଦେଇଥିଲେ ।ଆଇସିୟୁରେ ପାଇପ ଯୋଗେ ଯାଉଥିବା ଅକ୍ସିଜେନ ସରିଯାଇଥିବା ଜଣାପଡିଥିବା ବେଳେ ବିଭିନ୍ନ ବିଭାଗରେ ମଧ୍ୟ ସିଲିଣ୍ଡର ସରିବା ଉପରେ ରହିଥିବା ଦେଖିବାକୁ ମିଳିଥିଲା ।ମାତୃ ଓ ଶିଶୁ ୟୁନିଟରେ ୨୮ ଟି ବଡ ସିଲିଣ୍ଡର ଖାଲି ପଡିଥିବା ବେଳେ ୨ ଟା ଲାଗିଥିବା ନଜର କରାଯାଇଥିଲା ।ଏଠାରେ ଏସଏନସିୟୁ ,ଲେବର ରୁମ , ମେନ ଓଟି ଓ ଶିଶୁ ଓାର୍ଡକୁ ପାଇପ ଯୋଗେ ଅକ୍ସିଜେନ ଯୋଗାଇ ଦିଆଯାଇଥାଏ ।ଯଦି ଆଜି ରାତ୍ରୀରେ ଅକ୍ସିଜେନ ସରିଯିବ ତେବେ ରୋଗୀମାନଙ୍କର ଅବସ୍ଥା କଣ ହେବ ତାହା କଣ ହସପିଟାଲ କର୍ତୂପକ୍ଷ ଚିନ୍ତା କରୁଛନ୍ତି କି ନାହିଁ ତାହା ସାଧାରଣରେ ପ୍ରଶ୍ନ ଉଠୁଛି ।ଯେତେବେଳେ ଏଠାରେ ସଦର ମହକୁମା ଡାକ୍ତରଖାନା କାର୍ଯ୍ୟକରୁଥିଲା ସେତେବେଳେ ଏପରି ପରିସ୍ଥିତି କେବେ ଉପୁଜି ନ ଥିଲା ।ସେତେବେଳେ ୧୦୩ ଟି ବଡ ସିଲିଣ୍ଡର ଥିଲା ।ସଦର ମହକୁମା ଡାକ୍ତରଖାନା ଜୟପୁରକୁ ସ୍ଥାନାନ୍ତର ହେବା ପରେ ଏଠାରୁ ୨୫ ଟି ସିଲିଣ୍ଡର ନେଇ ଯାଇଥିଲେ ।ସେହି ସମୟରୁ ୭୮ ଟି ସିଲିଣ୍ଡର ରହିଥିବା ଜଣାପଡିଛି ।କଲେଜ ହସପିଟାଲରେ ଦିନକୁ ଦିନ ରୋଗୀ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ କଲେଜ ହସପିଟାଲ କର୍ତୂପକ୍ଷ କାହିଁକି ସଂଖ୍ୟା ବୃଦ୍ଧି କରୁ ନାହାନ୍ତି ତାହା ଏବେ ସାଧାରଣରେ ଉଦବେଗ ପ୍ରକାଶ ପାଇଛି ।ଅନେକ ଛୋଟ ସିଲିଣ୍ଡର ସରିଯାଇଥିବା ବେଳେ ଯାହାକିଛି ରହିଛି ତାହା କଣ ଏତେ ଓାର୍ଡକୁ ସମ୍ଭାଳିବ କି ବୋଲି ଆଲୋଚନା ହେଉଛି ।ଅନେକ ସମସ୍୍ୟା ହସପିଟାଲରେ ଲାଗି ରହିଥିବା ବେଳେ ସିଲିଣ୍ଡର ସରିବା ପୂର୍ବରୁ କାହିଁକି ଭର୍ତି କରାଯାଉ ନାହିଁ ତାହା ଏବେ ସବୁଠାରୁ ବଡ ପ୍ରଶ୍ନ ଉଠୁଛି ।ପରିଚାଳନାଗତ ତୃଟି ନା ଖାମଖିଆଲ ମନୋଭାବ ଯୋଗୁଁ ଏପରି ସମସ୍୍ୟା ଉପୁଜୁଛି ତାହା ଅନୁସଂଧ୍ୟାନ ସାପେକ୍ଷ ଅଟେ । ଯଦି କର୍ତୂପକ୍ଷ ତୁରନ୍ତ ସମାଧାନ ନ କରନ୍ତି ତେବେ ଯେଉଁ ଅଘଟଣ ଘଟିବ ସେଥି ପାଇଁ କର୍ତୂପକ୍ଷ ଓ ଜିଲ୍ଲା ପ୍ରଶାସନ ଦାୟୀ ରହିବେ ବୋଲି କଂଗ୍ରେସ କମିଟିର ଅନୂସୁଚିତ ଜାତି ସେଲର ଅଧ୍ୟକ୍ଷ ରମେଶ କୁମାର ବାଖ୍ୟା ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.