Home କୋରାପୁଟ ସ୍ୱାଧୀନତା ଦିବସ ଉପଲକ୍ଷେ ବକ୍ତୃତା ପ୍ରତିଯୋଗିତା

ସ୍ୱାଧୀନତା ଦିବସ ଉପଲକ୍ଷେ ବକ୍ତୃତା ପ୍ରତିଯୋଗିତା

239

କୋରାପୁଟ ;ତା୩-୦୮-୧୯(ଓଡିଆପୁଅ/ରଂଜନ କୁମାର ଦାସ) ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜିଲା ପ୍ରଶାସନ ଦ୍ୱାରା ସ୍ୱାଧୀନତା ଦିବସ ଉପଲକ୍ଷେ ବକ୍ତୃତା ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ପ୍ରତିଯୋଗିତାରେ ବିଭିନ୍ନ ସ୍କୁଲର ୨୫ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ପି.ଚନ୍ଦ୍ରିକା ପ୍ରଥମ ସ୍ଥାନ ହାସଲ କରିଥିବାବେଳେ ଅଭିଷେକ ପାଢି ଓ ଶୀତଲ୍ ମହାନ୍ତି ଯୁଗ୍ମ ବାବେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ଏମ୍.ହର୍ଷିତା ପ୍ରତିଯୋଗିତାରେ ତୃତୀୟ ସ୍ଥାନ ପାଇଥିଲେ । ଜିଲା ଜରୁରୀ କାଳୀନ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ,ସହକାରୀ ଜିଲାପାଳ ସବ୍ୟସାଚୀ ବେହେରା ଓ ଡଃ.ଅଶୋକ କୁମାର କର୍ଣ୍ଣ ବିଚାରକ ଭାବେ ଦାୟିତ୍ୱ ତୂଲାଇଥିବାବେଳେ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରଧାନ ଟୁଲି ଆମ୍ମା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏସଡିପିଆରଓ ଜଗନ୍ନାଥ ପ୍ରସାଦ ରାଜଗୁରୁ, ଲାଇବ୍ରେରିଆନ ସତ୍ୟ ନାରାୟଣ ପ୍ରଧାନ ଓ ଅଲିଭା କୁମାର ବେହେରା ପରିଚାଳନାରେ ସହାୟତା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.