Home କୋରାପୁଟ ରାତ୍ରୀରେ ବିରାଟଗଛର ଗଣ୍ଡି ଭାଙ୍ଗି ରାସ୍ତାରେ ପଡିଲା ; ଅଗ୍ନିଶମ ବିଭାଗ ଦ୍ୱାରା ରାସ୍ତା ସଫାହେଲା

ରାତ୍ରୀରେ ବିରାଟଗଛର ଗଣ୍ଡି ଭାଙ୍ଗି ରାସ୍ତାରେ ପଡିଲା ; ଅଗ୍ନିଶମ ବିଭାଗ ଦ୍ୱାରା ରାସ୍ତା ସଫାହେଲା

237

 

କୋରାପୁଟ ; ତା୦୩-୦୮-୧୯(ଓଡିଆପୁଅ/ରଂଜନ କୁମାର ଦାସ)ଲଘୁଚାପ ଜନିତ ବର୍ଷା ଓ ପବନ କୋରାପୁଟ ସହରରେ ଲାଗିରହିଥିବାରୁ ଗତକାଲି ବିଳମ୍ବିତ ରାତ୍ରୀରେ ଉକôଳଗ୍ରାମ୍ୟ ବ୍ୟାଙ୍କ ସମ୍ମୁଖରେ ଥିବା ଏକ ବିରାଟଗଛର ଗଣ୍ଡିଗୁଡିକ ଭାଙ୍ଗି ପଡିବାରୁ ରାସ୍ତା ୨ ଘ. ପର୍ଯ୍ୟନ୍ତ ଜାମ ହୋଇ ରହିଥିଲା ।ଗଛ ଗଣ୍ଡିଗୁଡିକ ବିଦ୍ୟୁତତାର ଉପରେ ପଡିବାରୁ ଅନେକ ବିଦ୍ୟୁତ ଖୁଂଟି ଉପୁଡିଯାଇ ରାସ୍ତା ଉପରେ ପଡିଥିଲା ।ସେହି ସମୟରେ ଏକ ମାଲବାହୀ ଟ୍ରକ ଯିବା ବେଳେ ଏକ ବିଦ୍ୟୁତଖୁଂଟ ଟ୍ରକର ବାମପଡ ଝରକାକୁ ଧକ୍କା ଦେଇ ରହି ଯାଇଥିଲା । ଭାଗ୍ୟବଶତଃ ଟ୍ରକରେ ଡ୍ରାଇଭର ଓ କ୍ଲିନର ଅଳ୍ପକେ ବର୍ତି ଯାଇଥିଲା ।ଅଗ୍ନିଶମ ବିଭାଗକୁ ଖବର ଦେବାପରେ ବିଭାଗର ଏସଓ ସଂଜିବ ବେହେରା , ହାବିଲଦାର ବିଜୟ ପାତ୍ର ,ବୈଷ୍ଣବ ନାୟକ , ଲିଙ୍ଗରାଜ ବେହେରା , ଲଲିତ ସମାରଥ , ଶଙ୍କର ମାଝି ଓ ଜ୍ୟୋର୍ତିମୟ ନାୟକ ପ୍ରମୁଖ ଘଟଣାସ୍ଥଳରେ ପହଂଚି ରାସ୍ତା ସଫା କରିଥିଲେ ।ସକାଳ ୬ ଘ. ରେ ଚଳାଚଳ ସ୍ୱଭାବିକ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.