Home ଜିଲ୍ଲା ପରିକ୍ରମା ଶ୍ରାବଣମାସ ପ୍ରଥମ ସୋମବାରରେ ବିଭିନ୍ନ ଶୈବପିଠ ରେ ବୋଲବମ୍ କାଉଡିଆ ମାନଙ୍କ ଜଳାଭିଷେକ

ଶ୍ରାବଣମାସ ପ୍ରଥମ ସୋମବାରରେ ବିଭିନ୍ନ ଶୈବପିଠ ରେ ବୋଲବମ୍ କାଉଡିଆ ମାନଙ୍କ ଜଳାଭିଷେକ

219

ମାଲକାନଗିରି,୨୨ା୭ (ଓଡିଆ ପୁଅ ) ଶ୍ରାବଣ ମାସ ପ୍ରଥମ ସୋମବାର ଉପଲକ୍ଷେ ଆଜି ସକାଳେ ମାଲକାନଗିରି ଜିଲ୍ଲାର ବିଭିନ୍ନ ଶୈବପୀଠ ଗୁଡିକରେ ବୋଲବମ କାଉଡିଆ ମାନେ ଜଳାଭିଷେକ କରି ନିଜର ମାନଶିକ ପୁରଣକରିଛନ୍ତି । ବିଶେଷ କରି ମାଲକାନଗିରି ସହର ପ୍ରବେଶ ଦ୍ୱାର ମାଲ୍ୟବନ୍ତ ପର୍ବତଶିଖରେ ଥିବା ମାଲକାନଗିରି ଜିଲ୍ଲାର ଦ୍ୱିତୀୟ କପିଳାଶ ସଦୃଶ୍ୟ ମଲ୍ଲୀକେଶ୍ୱର ମହାଦେବ ଙ୍କ ପିଠରେ ବୋଲବମ୍ ଭକ୍ତ ମାନଙ୍କର ପ୍ରବଳ ଭିଡ ଲାଗିଥିଲା । ମାଲକାନଗିରି,ତଳସାହି,ଚିଦାନନ୍ଦସାହି,କୁମୁଟିଗୁଡା, ଏମଭି୪୨, ଏମଭି ୪୩,ଏମଭି୪୫, କାଲିମେଳା,ପଡିଆ,ଏମଭି୭୯,କୋରକୁଣ୍ଡା,ତାର୍ଲାକୋଟା ଗାଁର ର ଶତାଧିକ ମହିଳା ଓ ପୁରୁଷ, ଯୁବକ ଯୁବତୀ,ଛୋଟପିଲା ମାନେ ପ୍ରବଳ ଖରା ହେବା ସ୍ୱତ୍ୟେ ପାଦରେ ଚାଲି ଚାଲି  କାନ୍ଧରେ କାଉଡି ଧରି ଜଳ ଯାତ୍ରାରେ ଆସି ଦୁଇ କି.ମି ମଲ୍ଲୀକେଶ୍ୱର ପାହଡ ଉପରକୁ ଚଢି ନିଜର ପରିବାର ମଙ୍ଗଳ ନିମନ୍ତେ ମଲ୍ଲୀକେଶ୍ୱର ମହାଦେବଙ୍କୁ ଜଳାଭିଷେକ କରିଥିଲେ । ଦୁର୍ଗାଗୁଡି ସାହି ମଲ୍ଲୀକେଶ୍ୱର ପୂଜାକମିଟି ପକ୍ଷରୁ ସମସ୍ଥ ଭକ୍ତମାନଙ୍କ ପାଇଁ ଅର୍ନପ୍ରାସାଦର ବ୍ୟବସ୍ଥା କରାଯାଇଥିଲା । ଠିକ ସେହିପରି ଗୋଇପବ ର୍ତ ରେ ଥିବା ହରଗୈରୀ ମନ୍ଦିର ଶିବାନନ୍ଦ ଆଶ୍ରମ ଠାରେ ଥିବା କାଶିବିଶ୍ୱନାଥ  ଶୈବପୀଠରେ ଜଳାଭିଷେକ କରିବାପାଇଁ ମାଲକାନଗିରି,କୋରକୁଣ୍ଡା, ବାଲିମେଳା, ଚିତ୍ରକୋଣ୍ଡା, ପଡିଆ, କାଲିମେଳା,ମୋଟୁ, ଏମଭି୧୭, ଏମଭି୧୯, ଏମଭି୭, ଏମଭି୭୨, ଏମଭି୪୨,ଗୁମ୍ମା, ଖଇରପୁଟ, ଗୋବିନ୍ଦପାଲି, ମାଥିଲି, ପାଣ୍ଡ୍ରିପାଣି, ପଦ୍ମଗିରି,ବିଭିନ୍ନ ଅଚଂଳରୁ ଶହ ଶହ ସଂଖ୍ୟାରେ ମାନସିକଧାରୀଭକ୍ତ  ମାନେ ପହିତ୍ର ସାବେରୀ,ସିଲେରୁ, ଚିନାଗୋଦାବରୀ, ତମସା,ଗୁରୁପ୍ରିୟା, ସପ୍ତଧାରା, କୋଲାବ,ନଦୀରେ ସ୍ନାନକରି କଳସରେ ପାଣି ଉଠାଇ ଓଁନମଶିବାୟ ମନ୍ତ୍ର ଜପକରି କାନ୍ଧରେ କାଉଡି ଧରି ଗୌରିକ ବସ୍ତ୍ରଧାରୀ ବୋଲବମ ଭକ୍ତ ମାନେ ବିଭିନ୍ନ ଶୈବପୀଠକୁ ଯାଇଥିଲେ । ବିଶେଷକରି ମାଲକାନଗିରି ସହରରେ ଥିବା ତଳସାହି ଶିବମନ୍ଦିର, ପାହଡଉପରେ ଥିବା ମଲିକେଶ୍ୱର, ସତିଗୁଡା ଶିବମନ୍ଦିର,ହାଟପଦା ଶିବମନ୍ଦିର,ମାଉଲିମା ସାହି ଶିବମନ୍ଦିର,ଶିବାନ୍ଦ ଆଶ୍ରମ, ମେଡିକାଲଛକ, କୋରକୁଣ୍ଡା, ଶୁଳିଆପାହଡ ଶିବମନ୍ଦିର ଗୁଡିକରେ ଆଜି ପ୍ରଥମ ସୋମାବାର ରେ ପ୍ରବଳ ଭିଡ ଲାଗିରହିଥିଲା । ବୋଲବମ ଭକ୍ତମାନେ ଶିବଙ୍କୁ ଦର୍ଶନକରି  ପାଣି ଢାଳି ଜଲାଭିଷେକ କରି ଆଶୀର୍ବାଦ ଭିକ୍ଷାକରି ଥିଲେ । ଆଜି ଠାରୁ ମାଲକାନଗିରି ଜିଲ୍ଲାର ବିଭିନ୍ନ ଶୈବପୀଠଗୁଡିକରେ ବୋଲବମ୍ କାଉଡିଆମାନଙ୍କର ଭିଡ ଲାଗିରହିଛି । ବିଭିନ୍ନ ଶିବମନ୍ଦିରଗୁଡିକରେ ଅନ୍ୟାନ ଭକ୍ତମାନେ ଶିବଦର୍ଶନକରି ପୂଜାପାଠକରିଥିଲେ । ମନ୍ଦିର ନିକଟରେ ଶିବଭକ୍ତ ଓ କେତକ ସ୍ୱେଚ୍ଚାସେବୀ ମାନେ କାଉଡିଆମାନଙ୍କ ପାଇଁ ଥଣ୍ଡାପାନୀୟ ଜଳ ଓ ପ୍ରସାଦ ସେବନର ବ୍ୟବସ୍ଥା କରିଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.