Home ଜିଲ୍ଲା ପରିକ୍ରମା ଜ୍ୟୋସ୍ନାରାଣୀଙ୍କୁ ମିଳିଲା ଚିକିତ୍ସା ସହାୟତା

ଜ୍ୟୋସ୍ନାରାଣୀଙ୍କୁ ମିଳିଲା ଚିକିତ୍ସା ସହାୟତା

3

ଭଦ୍ରକ, ୨୫ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଚାରିଗାଁ ପଚାଂୟତ ଇଟୁଆ ଗ୍ରାମର ପିତା ସୁଜିତ୍ ପଣ୍ଡା ଓ ମାତା ସଂଯୁକ୍ତା ପଣ୍ଡାଙ୍କ ଏକମାତ୍ର କନ୍ୟା ଜ୍ୟୋସ୍ନାରାଣୀ ୬ ବର୍ଷ ବୟସରେ ଦୁର୍ଘଟଣାର ଶିକାର ହେବା ପରେ ବାମ ଗୋଡଟି ଭାଙ୍ଗି ଯାଇଥିଲା । ଏବେ ସେ ନବମ ଶ୍ରେଣୀରେ ପାଠ ପଢୁଥିବା ବେଳେ ଦୀର୍ଘ ୭ ବର୍ଷ ଧରି ଝିଅର ଚିକିତ୍ସା ପାଇଁ ପରିବାର ପକ୍ଷରୁ ବିଭିନ୍ନ ଡାକ୍ତରଖାନାକୁ ଦୌଡି ଦୌଡି ନୟାନ୍ତ ହେବା ପରେ ଏବେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରାଉଛନ୍ତି । ୭ ଲକ୍ଷରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ ହେବା ପରେ ମଧ୍ୟ ଗୋଡରେ ଲାଗିଥିବା ପ୍ଲେଟ ଯନ୍ତ୍ରଣାରୁ ମୁକ୍ତି ପାଇ ପାରୁ ନାହାନ୍ତି ଜ୍ୟୋସ୍ନାରାଣୀ । ବୟସ ବଢୁଥିବାରୁ ଏବେ ତାଙ୍କ ଗୋଡରେ ନୂତନ ପ୍ଲେଟ ଲାଗିବା ସହ ୧୮ ବର୍ଷ ପର୍ଯ୍ୟନ୍ତ ୬ ମାସ ବ୍ୟବଧାନରେ ଇଞ୍ଜେକ୍ସନ ନେବା ନେଇ ଡାକ୍ତର ପରାମର୍ଶ ଦେଇଛନ୍ତି । ଏଥିପାଇଁ ଲକ୍ଷାଧିକ ଟଙ୍କାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ପରିବାର ପକ୍ଷରୁ ବଦାନ୍ୟ ବ୍ୟକ୍ତିଙ୍କୁ ସାହାଯ୍ୟ ଭିକ୍ଷା କରିଥିଲେ । ଚଳିତ ମାସ ୨୦ ତାରିଖରେ ଏନେଇ ଖବରକାଗଜରେ ଖବର ପ୍ରକାଶ ପାଇବା ପରେ ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ସହାୟତା ପ୍ରଦାନ କରାଯାଉଛି । ଚିକିତ୍ସା ପାଇଁ ଅଧିକ ଅର୍ଥର ଆବଶ୍ୟକ ଥିବାରୁ ଏହି ପରିପ୍ରେକ୍ଷୀରେ ଆଜି ଶ୍ରୀରାମକୃଷ୍ଣ ସେବା ଟ୍ରଷ୍ଟ ଆଗରପଡା ପକ୍ଷରୁ ଡ.ଭାଗବତ ତ୍ରିପାଠୀ, ସନ୍ତୋଷ ଦାସ ଜ୍ୟୋସ୍ନାରାଣୀଙ୍କ ମାତା ସଂଯୁକ୍ତା ପଣ୍ଡାଙ୍କୁ ଚେକ୍ ମାଧ୍ୟମରେ ଆର୍ଥିକ ସହୟତା ଯୋଗାଇ ଦେଇଛନ୍ତି । ଏଥିସହ ଅନ୍ୟାନ୍ୟ ବଦାନ୍ୟ ବ୍ୟକ୍ତିଙ୍କ ସାହାଯ୍ୟ ଭିକ୍ଷା ପରିବାର ପକ୍ଷରୁ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.