Home ଜିଲ୍ଲା ପରିକ୍ରମା ଦେଢ଼ମାସ ଧରି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟ ପାଣିଘେରରେ

ଦେଢ଼ମାସ ଧରି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟ ପାଣିଘେରରେ

16

ଭଦ୍ରକ, ୨୫ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ପ୍ରଥମ ବନ୍ୟା ପରେ ଦେଢ଼ମାସ ଧରି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟଟି ପାଣିଘେରରେ ରହିଛି। ଅଫିସରୁ ପଦାକୁ ବାହାରିଲେ ଦୂଷିତ ପାଣି।ଜିଲ୍ଲାର ବନ୍ୟାଂଚଳରେ ଗୋରୁ,ଗୃହପାଳିତ ପଶୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ର ଦାୟିତ୍ୱ ବହନ କରିଥିବା ପ୍ରାଣୀ ସମ୍ପଦ ବିଭାଗଟି ଏବେ ଜଳବନ୍ଦୀ ହୋଇପଡିଛି। ଖାଲି ପାଦରେ ଯାଇ ହେଉନାହିଁ। ଏହାର ଚର୍ତୁପାର୍ଶ୍ୱ ବର୍ଷା ଜଳ ଘେରି ରହିଛି। ଫଳରେ ଗୃହପାଳିତ ପଶୁଙ୍କ ଚିକିତ୍ସା କ୍ଷେତ୍ରରେ ବାଧା ସୃଷ୍ଟି ହେଉଛି। ବିଶେଷକରି ସଡ଼କ ଦୁର୍ଘଟଣା ଜନିତ ପଶୁଙ୍କ ଚିକିତ୍ସା ପରେ ପ୍ରଦୂଷିତ ପାଣିରେ ଯିବାକୁ ପଡୁଥିବାରୁ ଅସ୍ତ୍ରୋପଚାର ଅଙ୍ଗଟି ଆହୁରି ଅଧିକ ଗୁରୁତର ହୋଇପଡୁଛି। ଥରେ ଅଫିସରେ ପଶିଲେ ଆଉ ବାହାରକୁ ଯାଇହେଉ ନାହିଁ। ସବୁଆଡେ ପୂତି ଗନ୍ଧମୟ ପରିବେଶ। ଯେତେବେଳେ ଯେଉଁଠି ଯିବାକୁ ପଡୁଛି ବାଇକ ହିଁ ଏକମାତ୍ର ଭରସା। ଏହା ବ୍ୟତୀତ କାଦୁଅ ପଚପଚରେ ଯିବାଆସିବା ଦ୍ୱାରା ଅଫିସ ଗୃହ ଗୁଡିକ ଅସ୍ୱାସ୍ଥ୍ୟକର ପରିବେଶରେ ରହୁଛି। ତେବେ ମୁଖ୍ୟ ପ୍ରାଣୀ ଚିକତ୍ସାଳୟଟିର ଏଭଳି ଦୁରବସ୍ଥା ପ୍ରତି ପ୍ରଶାସନର ନଜର କେବେ ପଡିବ, ତାହା ଦେଖିବାକୁ ବାକି ରହିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.