Home ଜିଲ୍ଲା ପରିକ୍ରମା ଯବାନଙ୍କୁ ଟାର୍ଗେଟକରି ମାଓବାଦୀ ପୋତିଥିବା ୩ଟି ଲ୍ୟାଣ୍ଡମାଇନ ଉଦ୍ଧାର,ଯବାନଙ୍କ ଦ୍ୱାରା ନିସ୍କ୍ରୀୟ

ଯବାନଙ୍କୁ ଟାର୍ଗେଟକରି ମାଓବାଦୀ ପୋତିଥିବା ୩ଟି ଲ୍ୟାଣ୍ଡମାଇନ ଉଦ୍ଧାର,ଯବାନଙ୍କ ଦ୍ୱାରା ନିସ୍କ୍ରୀୟ

120

ମାଲକାନଗିରି,୨୨ା୭(ଓଡିଆ ପୁଅ) ଆଜିସକାଳେ ମାଲକାନଗିରି ଜିଲ୍ଲା ସୀମାନ୍ତ ସୁକୁମାଜିଲ୍ଲା ଏରାବୋରା ରାସ୍ତାରୁ ସିଆରପିଏଫ ଯବାନମାନେ ୩ଟି ଅଫୁଟାଲ୍ୟଣ୍ଡମାଇନ ଉଦ୍ଧାର କରି  ମାଓବାଦୀଙ୍କ ଏକ ବଡଧରଣର ଅଘଟଣକୁ ଏଡାଇ ଦେଇପାରିଛନ୍ତି । ଆସନ୍ତା୨୮ତାରିଖ ଠାରୁ ମାଓବାଦୀଙ୍କ ସହିଦ ସପ୍ତାହ ଆରମ୍ଭ ହେବାକୁ ଯାଉଥିବାରୁ  ସର୍ଚଅପରେସନରେ ଯାଉଥିବା ଯବାନମାନଙ୍କୁ ଟାର୍ଗେଟକରି ମାଓବାଦୀ ମାନେ ଏରାବୋରା ରାସ୍ତାର ବିଭିନ୍ନ ସ୍ଥାନରେ ଲ୍ୟାଣ୍ଡମାଇ ପୋତିଥିବାର ଗୋଇନ୍ଦାସୁତ୍ରରୁ ଖବର ଥିଲା । ଆଜି ସକାଳେ ସେହି ଖବର ଅନୁସାରେ ସିଆରପିଏଫ ଯବାନମାନେ  ଏରାବୋରା ରାସ୍ତାରେ ଅତି ସତର୍କତାର ସହିତ ମେଟାଲ ଡିଟେକ୍ଟର ଦ୍ୱାରା ଯାଜଂ ଆରମ୍ଭ କରିଦେଇଥିଲେ । ସୁକୁମା  ଏରାବୋରା ମୁଖ୍ୟରାସ୍ତାରେ ଯବାନମାନଙ୍କୁ ଟାର୍ଗେଟକରି ମାଓବାଦୀ ମାନେ ପୋତିଥିବା ତିନୋଟି ସିରିଜ ଲ୍ୟାଣ୍ଡମାଇନ କୁ ଯବାନ ମାନେ ଠାବକରି ସେଗୁଡିକୁ ଉଦ୍ଧାର କରିଥିଲେ । ଉଦ୍ଧାର ପରେ ଲ୍ୟାଣ୍ଡମାଇନ ନିସ୍କ୍ରୀୟ କାରୀ ଦଳ ଙ୍କୁ ଡକା ଯାଇ ନିଛାଟିଆ ଜଙ୍ଗଲରେ ଏଗୁଡିକୁ ନିସ୍କ୍ରୀୟ କରାଯାଇଥିଲା । ଲ୍ୟାଣ୍ଡମାଇନ ନିସ୍କ୍ରୀୟ ସମୟରେ ତାର ବିସ୍ପୋରଣ ଏତେ ଭୟଙ୍କର ଥିଲା ଯେ ନିକଟରେ ଥିବା ଗ୍ରାମବାସୀ ମାନେ ଭୟଭିତ ହୋଇପଡିଥିଲେ । ଆସନ୍ତା୨୮ତାରିଖରୁ ଅଗଷ୍ଟମାସ ୩ତାରିଖ ପର୍ଯ୍ୟନ୍ତ ମାଓବାଦୀ ମାନେ ସହିଦ ସପ୍ତାହ ପାଳନ କରିବା ପାଇଁ ସମସ୍ତପ୍ରକାର ପ୍ରସୁତି ସାରିଦେଇଥିବାର ଜଣାପଡିଛି,ସୀମାନ୍ତ ସୁକୁମା ଓ ମାଲକାନଗିରି ଜିଲ୍ଲାର ବିଭିନ୍ନ ମାଓପ୍ରବଣ ଅଚଂଳର ବିଭିନ୍ନ ସ୍ଥାନରେ ପୋଷ୍ଟର ବ୍ୟାନର ମାନ ଲଗାଇ ସହିଦ ସପ୍ତାହରେ ସାମିଲ ହେବାପାଇଁ ଗ୍ରାମବାସୀମାନଙ୍କୁ ଆହ୍ୱାନ ଦେଇଥିବାର ଜଣାପଡିଛି । ଏହି ସମୟରେ ମାଓବାଦୀମାନେ ନାନାପ୍ରକାର ହିଂସାକାଣ୍ଡ ଘଟାଇଥାନ୍ତି । ସେମାନଙ୍କ ହିଂସାକାଣ୍ଡକୁ ଭଣ୍ଡୁରକରିବା ପାଇଁ ମାଲକାନଗିରି ଜିଲ୍ଲାପୁଲିସ ପକ୍ଷରୁ ସୀମାନ୍ତବର୍ତି ଅଚଂଳଗୁଡିକୁ ସିଲକରି  ଯାନବାହନ ଖାନତଲାସି ସହିତ ବ୍ୟାପକ ଭାବେ କମ୍ବିଂ ଓ ସର୍ଚଅପରେସନ ଚାଲିଥିବାର ଜଣାପଡିଛି

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.