Home କେନ୍ଦୁଝର ରାଗରେ ଗାଁ ଲୋକଙ୍କ ବିଦ୍ୟୁତ କାଟିଦେଲା ଲାଇନମ୍ୟାନ

ରାଗରେ ଗାଁ ଲୋକଙ୍କ ବିଦ୍ୟୁତ କାଟିଦେଲା ଲାଇନମ୍ୟାନ

65

ହାଟଡ଼ିହି, ୬ । ୧୨ : (ଓଡିଆପୁଅ / ବିକାଶ ବିଶ୍ୱାଳ)କେନ୍ଦୁଝର ଜିଲ୍ଲା ସୋସୋ ଥାନା ସୋସୋ ଗ୍ରାମର ୨ନଂ ୱାର୍ଡରେ ବିଦ୍ୟୁତ ସଂଯୋଗ ବିଛିନ୍ନ କରିଦେଇଛନ୍ତି ଜଣେ ଲାଇନମ୍ୟାନ । ଏପରି ଅଭିଯୋଗ କରିଛନ୍ତି ଗ୍ରାମବାସୀ । ସେମାନେ ଏନେଇ ସୋସୋ ଥାନା ସହିତ ବିଦ୍ୟୁତ ବିଭାଗର ସହକାରୀଯନ୍ତ୍ରୀଙ୍କୁ ଜଣାଇ ନ୍ୟାୟ ପାଇବା ପାଇଁ ଆବେଦନ କରିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ସୋସୋ ପଞ୍ଚାୟତ ୨ନଂ ୱାର୍ଡ ଧୋଡା ସାହିରେ ୧୫ରୁ ଉର୍ଦ୍ଧ ଆଦିବାସୀ ପରିବାର ବସବାସ କରନ୍ତି । ସେମାନଙ୍କୁ ଗତବର୍ଷ ସୌଭାଗ୍ୟ ଜ୍ୟୋତି ଯୋଜନାରେ ବିଦ୍ୟୁତ ସଂଯୋଗ ଦିଆଯାଇଥିଲା । ଗ୍ରାମର ଜଣେ ବ୍ୟକ୍ତି ଗୋଚର ଜମିରେ ଘର କରିଥିବାବେଳେ ତାକୁ ଗତକାଲି ବିଦ୍ୟୁତ ସଂଯୋଗ ଦିଆଯାଉଥିଲା । ତାର ଜମିପଟ୍ଟା ନାହିଁଁ କିପରି ବିଦ୍ୟୁତ ସଂଯୋଗ କରୁଛ ବୋଲି ଗ୍ରାମବାସୀମାନେ ବିଦ୍ୟୁତ କର୍ମଚାରୀ ଜଣକୁ ପଚାରିବାରୁ କର୍ମଚାରୀ ଜଣକ ଆମ ଜେ.ଇ କହିଛନ୍ତି ଲାଇନ ଦେବାକୁ ବୋଲି କହିଥିଲା । ମାତ୍ର ଗ୍ରାମବାସୀମାନେ ଏହାର ଦୃଢ଼ ବିରୋଧ କରିବାରୁ ସେ ରାଗିଯାଇ ତୁମ ଗାଁକୁ ଲାଇନ ଦିଆଯିବ ନାହିଁଁ ବୋଲି କହି ତୁରନ୍ତ ସବଷ୍ଟେସନରୁ ବିଦ୍ୟୁତ ସଂଯୋଗ ବିଛିନ୍ନ କରିଦେଇ ପଳାଇଥିଲା । ଫଳରେ ଗ୍ରାମବାସୀମାନେ ଗତକାଲି ଠାରୁ ଅନ୍ଧାରରେ ରହିଛନ୍ତି । ଲାଇନ କାଟିଦିଆଯିବା ହେତୁ ସେମାନେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଗ୍ରାମର ବାପୁନୁ ନାଇକ, ବିଶ୍ୱମ୍ବର ରାଉତ, ପ୍ରହଲାଦ ନାଇକ, ଦୋଖା ନାଇକ, ରବି ନାଇକ, ବଳରାମ ଜେନା ପ୍ରମୁଖ ଗ୍ରାମବାସୀମାନେ ଏନେଇ ସୋସୋ ଥାନାରେ ଅଭିଯୋଗ କରିବା ସହିତ ବିଦ୍ୟୁତ ବିଭାଗର ସହକାରୀ ଯନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି । ଯଦି ବିଭାଗ ପକ୍ଷରୁ ସଂପୃକ୍ତ କର୍ମଚାରୀ ବିରୁଦ୍ଧରେ କୌଣସି ପଦକ୍ଷେପ ନିଆନଯାଏ ତେବେ ସେମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.