Home ଜିଲ୍ଲା ପରିକ୍ରମା ଆଖଣ୍ଡଳମଣିଙ୍କ ମନ୍ଦିର ଗର୍ଭଗୃହର ଅନୁଧ୍ୟାନ କଲା ପ୍ରତ୍ନତତ୍ତ୍ୱ ବିଭାଗ

ଆଖଣ୍ଡଳମଣିଙ୍କ ମନ୍ଦିର ଗର୍ଭଗୃହର ଅନୁଧ୍ୟାନ କଲା ପ୍ରତ୍ନତତ୍ତ୍ୱ ବିଭାଗ

26

ଭଦ୍ରକ, ୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟର ଅନ୍ୟତମ ଶୈବକ୍ଷେତ୍ର ତଥା ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ପୀଠ ଓ ମନ୍ଦିର ପରିସରର ଉନ୍ନତିକରଣ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଛି ୬ କୋଟି ଟଙ୍କା । ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ଯୋଜନାର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯିବା ସହିତ କାର୍ଯ୍ୟକାରୀ ପାଇଁ ରାଜ୍ୟ ସରକାରଙ୍କ ଦପ୍ତରକୁ ପଠାଯାଇଥିଲା । ତାହା ସହ ରାଜ୍ୟ ସରକାରଙ୍କ ପକ୍ଷରୁ ସମଗ୍ର ପୀଠକୁ ନେଇ ପୂର୍ବରୁ ହୋଇଥିବା ମାଷ୍ଟରପ୍ଲାନ୍ କାର୍ଯ୍ୟକାରୀ ନିମନ୍ତେ ଆବଶ୍ୟକ ଅନୁଯାୟୀ ଭିତ୍ତିଭୂମି ଯୋଗାଇଦେବା ନିମନ୍ତେ ଜିଲା ଓ ମନ୍ଦିର ପ୍ରଶାସନକୁ ଜଣାଯାଇଥିଲା । ଏପରି ପତ୍ର ପାଇବା ପରେ ପ୍ରଶାସନ ପକ୍ଷରୁ ମନ୍ଦିର ବେଢା ସମେତ ଚତୁଃପାଶ୍ୱର୍, ଶିବଗଙ୍ଗା ପୁଷ୍କରିଣୀ ଚତୁଃପାଶ୍ୱର୍ର ସୌନ୍ଦର୍ଯ୍ୟକରଣ ପାଇଁ ପ୍ରାଥମିକ ପର୍ଯ୍ୟାୟରେ ୩୦ ରୁ ଉର୍ଦ୍ଧ୍ୱ ଦୋକାନ ଗୃହ ଉଚ୍ଛେଦ କରାଯାଇଥିବା ବେଳେ ଆଗକୁ ବହୁ ଦୋକାନ ଗୃହ ଉଚ୍ଛେଦ କରାଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଜାରି ରହିଛି । ବିଶେଷକରି ବାବା ଆଖଣ୍ଡଳମଣିଙ୍କ ଗର୍ଭଗୃହ ଚଟାଣରୁ ବର୍ଷାଦିନେ ପାଣିଝର ପଡିବା ଫଳରେ ବାବାହଙ୍କ ବିଗ୍ରହ ଅଧିକାଂଶ ଭାଗ ବୁଡିଯିବା ସହ ନୀତିକାନ୍ତିରେ ନାନା ସମସ୍ୟା ଦେଖାଦେଉଥିଲା । ତାହା ସହ ମନ୍ଦିର ନାଟ ମଣ୍ଡପ, ମୁକ୍ତିମଣ୍ଡପ, ଗଣେଶ ମନ୍ଦିର, ଶ୍ରାବଣୀ ମଣ୍ଡପ ଆଦି ଅସୁରକ୍ଷିତ ଅବସ୍ଥାରେ ରହିଥିବାରୁ ଏହାର ସ୍ଥାୟୀ ମରାମତି ପାଇଁ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗକୁ ଦାୟିତ୍ୱ ଦିଆଯିବା ପରେ ବିଭାଗ ପକ୍ଷରୁ ୨ ଜଣିଆହ ବୈଷୟିକ ଟିମ୍ ପୀଠରେ ପହଞ୍ôଚ ମନ୍ଦିର ମଧ୍ୟକୁ ଯାଇ ତନତନ କରି ଯାଞ୍ଚ କରିଥିଲେ । ତାହାସହ ବେଢାର ସୌନ୍ଦର୍ଯ୍ୟକରଣ ପାଇଁ ମନ୍ଦିର ପ୍ରଶାସନ ଓ ସେବାୟତକଙ୍କ ସହ ଆଲୋଚନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.