Home ଓଡ଼ିଶା ରବିବାରିଆ କ୍ଲାସ ଦେଖିବାକୁୁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଶ୍ରେଣୀଗୃହ ପରିଦର୍ଶନ

ରବିବାରିଆ କ୍ଲାସ ଦେଖିବାକୁୁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଶ୍ରେଣୀଗୃହ ପରିଦର୍ଶନ

58

ନୟାଗଡ଼, ୨୪ା୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): କୋଡିଡ-୧୯ କଟକଣା ଯୋଗୁଁ ରାଜ୍ୟର ସବୁ ସ୍କୁଲ, କଲେଜ ୧୦ମାସ ବନ୍ଦ ରହିଯାଇଥିବାେବେଳେ କୋଭିଡ୍ କଟକଣା ସରକାର କୋହଳ କରିବା ପରେ ଏବେ ସ୍କୁଲ, କଲେଜ ଖୋଲିଛି। ଏପରିକି ଶିକ୍ଷା ସମୟର ଅବଧି ବିଳମ୍ବ ହୋଇଥିଲେ ମଧ୍ୟ ଛାତ୍ରଛାତ୍ରୀଙ୍କ ପାଠପଢା ଓ ପରୀକ୍ଷା କିପରି ସୁରୁଖୁରୁରେ ହେବ ସେଥିପ୍ରତି ସରକାର ଗୁରୁତ୍ୱାରୋପ କରିଛନ୍ତି। ଛାତ୍ରଛାତ୍ରୀମାନଙ୍କ ପାଠପଢା କିପରି ନିର୍ଦ୍ଧାରିତ ସମୟରେ ଶେଷ ହେଲେ ଘୋଷଣା ମୂୁତାବକ ପରୀକ୍ଷା ହେବ ସେଥିପାଇଁ ରବିବାର ମଧ୍ୟ ସବୁ ସ୍କୁଲ, କଲେଜରେ କୋଭିଡ୍ କଟକଣା ମଧ୍ୟରେ ଶିକ୍ଷାଦାନ କାର୍ଯ୍ୟ ଚାଲୁରହିଛି। ଏହି ପରିପ୍ରେକ୍ଷିରେ ଉଚ୍ଚଶିକ୍ଷା, କୃଷି, ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ନୟାଗଡ଼ ବ୍ଳକର କ୍ରିଦାଶପୁର ଆଂଚଳିକ ଉଚ୍ଚବିଦ୍ୟାଳୟରେ ଅଚାନକ ପରିଦର୍ଶନରେ ଯାଇ ରବିବାରିଆ ଶିକ୍ଷାଦାନକୁ ତଦାରଖ କରିଥିଲେ। କୋଭିଡା କଟକଣା ତଥା ସାମାଜିକ ଦୂରତା, ମାସ୍କ ପରିଧାନ, ସାନିଟାଇଜେସନ ଓ ବିଦ୍ୟାଳୟ ପରିବେଶ ଓ ଶ୍ରେଣୀଗୃହର ପରିସ୍କାର ପରିଚ୍ଛନ୍ନତା ବୁଲି ଦେଖିବା ସହିତ ମନ୍ତ୍ରୀ ଶ୍ରେଣୀ ଗୃହରେ ପଶି ଛାତ୍ରଛାତ୍ରୀମାନଙ୍କୁ ପ୍ରଶ୍ନ ପଚାରିବା ସହିତ ପାଠପଢା ଉପରେ ବୁଝି ସନ୍ତୋଷ ପ୍ରକାଶ କରିଥିଲେ। ପ୍ରଧାନଶିକ୍ଷକ ଅନ୍ତର୍ଯ୍ୟାମୀ ପତି ବିଦ୍ୟାଳୟର ବିଭିନ୍ନ ସମସ୍ୟା ଉପରେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ବିଦ୍ୟାଳୟର ଶିକ୍ଷକ ପ୍ରମୋଦ କୁମାର ଆଚାର୍ଯ୍ୟ, ଚିତ୍ତରଂଜନ ତ୍ରିପାଠୀ, ଲକ୍ଷ୍ମୀଧର ମହାପାତ୍ର, ବେଣୁଧର ଦଳବେହେରା, ପଂଚାଚନ ତ୍ରିପାଠୀ, ପ୍ରସନ୍ନ କୁମାର କୁଣ୍ଣ, ରମେଶ ଚନ୍ଦ୍ର ପଢିଆରୀ ଏବଂ ଅଣଶିକ୍ଷକ କର୍ମଚାରୀ ତ୍ରିଲୋଚନ ନାୟକ, ପ୍ରହଲ୍ଳାଦ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.