Home କୋରାପୁଟ ଜିଲ୍ଲା ପଂଚାୟତ ନିର୍ବାହୀ ଅଧିକାରୀ ସଂଘର ବନ୍ଧୁମିଳନ

ଜିଲ୍ଲା ପଂଚାୟତ ନିର୍ବାହୀ ଅଧିକାରୀ ସଂଘର ବନ୍ଧୁମିଳନ

29

କୋରାପୁଟ ୨୪-୦୧(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲା ପଂଚାୟତ ନିର୍ବାହୀ ସଂଘର କୋରାପୁଟଠାରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଜିଲ୍ଲା ସଂଘର ସଭାପତି ତିଲକ ଖେମୁଣ୍ଡୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବନ୍ଧୁମିଳନ କାର୍ଯ୍ୟକ୍ରମରେ ଅବସର ଗ୍ରହଣ କରିଥିବା ମାର୍କଣ୍ଡ ପାଢୀ , ସଂପାଦକ ନରସିଂହ ପଟନାୟକ ,ରାମନାଥ ପଣ୍ଡା ଓ ଅନ୍ୟ ଅବସରପ୍ରାପ୍ତ ସଦସ୍ୟମାନଙ୍କୁ ଉପଢୈାକନ ଦେଇ ସମ୍ବର୍ନ୍ଧନା ଜ୍ଞାପନ କରାଯାଇଥିଲା ।ଖାଲି ପଡିଥିବା ସଂପାଦକ ଓ ଉପସଭାପତି ପଦବୀ ନିମନ୍ତେ ଚୟନ କରାଯାଇଥିଲା ।ସଂପାଦକ ପଦବୀରେ ରଣଜିତ କୁମାର ପଟନାୟକଙ୍କୁ ମନୋନୀତ କରାଯାଇଥିବା ବେଳେ ଉପସଭାପତି ପଦବୀ ନିମନ୍ତେ ବିଜ୍ଞାନୀ ମିଶ୍ରଙ୍କୁ ମନୋନୀତ କରାଯାଇଥିବା ଜଣାପଡିଛି ।ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ସୁରେଶ ହୋତା ,ରାଜ୍ୟ ସଂଘ ସଭ୍ୟ ବାବାଜି ପାଣିଗ୍ରାହୀ ଯୋଗଦେଇଥିଲେ ।କାର୍ଯ୍ୟକ୍ରମକୁ ରଣଜିତ କୁମାର ପଟନାୟକ ଯୋଗଦେଇ ପରିଚାଳନା କରିଥିବା ବେଳେ କିଶୋର ମିଶ୍ର ,ଏମ.ଗୋବିନ୍ଦ ରାଓ ,ନନ୍ଦକିଶୋର ଗମାଙ୍ଗ ପ୍ରମୁଖ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଜିଲ୍ଲାର କାର୍ଯ୍ୟରତ ସମସ୍ତ ପଂଚାୟତ ନିର୍ବାହୀ ଅଧିକାରୀମାନେ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.