Home ଓଡ଼ିଶା ରଣପୁର ରେ ସାନିଟାଇଜେସନ୍ ର ଅଭାବ ବଢୁଛି କରୋନା

ରଣପୁର ରେ ସାନିଟାଇଜେସନ୍ ର ଅଭାବ ବଢୁଛି କରୋନା

48

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୬/୦୭-ନୟାଗଡ ଜିଲ୍ଲା ରଣପୁର ଅଂଚଳରେ କରୋନା ମୁକାବିଲା ପାଇଁ ସାନିଟାଇଜେସନ୍ ର ଆବଶ୍ୟକ ଥିଲାବେଳେ ଗୋଟିଏପଟେ ସାନିଟାଇଜେସନ୍ କମୁଥିବା ବେଳେ କରୋନା ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଛି ।  ଇତି ମଧ୍ୟରେ ରଣପୁର ବ୍ଲକ୍ ଓ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସାନିଟାଇଜେସନ୍ ସରିଛି । ହେଲେ ଦିିନକୁ ଦିନ ରଣପୁର ରେ ସରକାରୀ ତଥ୍ୟ ଅନୁଯାୟୀ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାର ଲକ୍ଷ୍ୟ କରାଯାଉଛି । ଜୁଲାଇ ୧୬ ତାରିଖ ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ନୟାଗଡ ଜିଲ୍ଲାରେ ୧୬ଜଣ ବ୍ୟକ୍ତି କରୋନା ପଜେଟିଭ୍ ସେ ମଧ୍ୟରୁ ରଣପୁର ଅଂଚଳର ୭ଜଣ ଥିବା ଜଣା ପଡିଛି । ୭ଜଣଙ୍କ ମଧ୍ୟରେ ୪ଜଣ ପୁରୁଷ ୩ଜଣ ମହିଳା ଥିବା ଜଣା ପଡିଛି । ୨ଜଣ ସ୍ଥାନୀୟ ସଂକ୍ରମିତ ଭୁବନେଶ୍ୱର ସମ୍ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଛନ୍ତି । ଆଉ ୫ ଜଣ ବିଭିନ୍ନ ଞଗଉ କେନ୍ଦ୍ରରୁ ପଜେଟିଭ୍ ବାହାରି ଚିକିତ୍ସିତ ହେଉଥିବା ଜଣା ପଡିଛି । ରଣପୁର ରେ ଦିନକୁ ଦିନ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ସାନିଟାଇଜେସନ୍ ର ଅଭାବ ରହୁଥିବା ଅଭିଯୋଗ ହେଉଛି ।

ସେହିଭଳି ଅଭିଯୋଗ ହେଉଛି ମଝିଆଁଖଣ୍ଡ ଗ୍ରାମ ପଂଚାୟତ ତେଲିପାଟଣା ଓ ବଳଭଦ୍ରପୁର ଗ୍ରାମ ପଂଚାୟତ ବସନ୍ତପୁର ଗ୍ରାମରେ । ଉଭୟ ଗ୍ରାମରେ ଗତ ଶନିବାରଠାରୁ ୨ଜଣ ପଜେଟିଭ୍ ବାହାରି ଚିକିତ୍ସିତ ହେଉଥିବା ବେଳେ ୨୨୭ ଜଣଙ୍କର ସ୍ୱାବ ନମୁନା ସଂଗ୍ରହ କରାଯାଇଛି । ଉଭୟ ଗ୍ରାମରେ କୋଭିଡ୍‌-୧୯ ନିୟମ ଅନୁଯାୟୀ ଉଭୟ ଗ୍ରାମ ସାନିଟାଇଜେସନ୍ ହୋଇନାହିଁ । ଏ ସମ୍ପର୍କେ ରଣପୁର ଅଗ୍ନିଶମ ବାହିନୀର ଅଧିକାରୀ ସରୋଜ ଦାଶଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ଯେ ସେହି ୨ଟି ଗ୍ରାମ ସାନିଟାଇଜେସନ୍ କରିବା ପାଇଁ ଆମ୍ଭ ପାଖକୁ ଚିଠି ଆସିନାହିଁ । ରଣପୁର ତହସିଲ୍‌ଦାର ନୋଡାଲ ଅଫିସର୍ ଭାବରେ ଚିଠି ଦେବାକଥା ନହେଲେ ଉପଜିଲ୍ଲାପାଳ ଆମକୁ ନିର୍ଦ୍ଧେଶ ଦେବାକଥା । ରଣପୁର ତହସିଲ୍‌ଦାର ସଂଜୟ କୁମାର ସାମନ୍ତରାୟଙ୍କୁ ବାରମ୍ବାର ଫୋନ୍ କରାଯାଇଥିଲେ ମଧ୍ୟ ସେ ଫୋନ୍ ଉଠାଇ ନଥିଲେ । ନୟାଗଡ ଉପଜିଲ୍ଲାପାଳ ଲଗ୍ନଜିତ୍ ରାଉତଙ୍କୁ ଯୋଗା ଯୋଗ କରିବା ପରେ ସେ କହିଥିଲେ ଯେ ମୁଁ ତହସିଲ୍‌ଦାରଙ୍କୁ କହୁଛି ଉଭୟ ଗ୍ରାମ ସାନିଟାଇଜ୍ କରାଇବା ପାଇଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.