Home ଜିଲ୍ଲା ପରିକ୍ରମା ରଣପୁର ଅଂଚଳରେ ବିଭିନ୍ନ ସ୍ଥାନରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ

ରଣପୁର ଅଂଚଳରେ ବିଭିନ୍ନ ସ୍ଥାନରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ

16

ନୟାଗଡ଼ ୧୦/୧୦ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ଗତ ୨ ବର୍ଷ ହେଲା କରୋନା କଟକଣା ଯୋଗୁଁ ଗଜଲକ୍ଷ୍ମୀ ପୂଜା କେବଳ ନୀତିକାନ୍ତୀରେ ହୋଇଥିଲା। କିନ୍ତୁ ଚଳିତ ବର୍ଷ ରଣପୁର ଅଂଚଳର ବିଭିନ୍ନ ସ୍ଥାନରେ ଗଜଲକ୍ଷ୍ମୀ ପୂଜା ବହୁ ଯାକଜକମରେ ଅନୁଷ୍ଠିତ ହେଉଥିବା ଜଣାପଡ଼ିଛି। ସେପ୍ଟେମ୍ବର ୯ ତାରିଖ ମଧ୍ୟରାତ୍ରରେ ସବୁ ପୂଜା ମଣ୍ଡପରେ ପୂଜା ଅନୁଷ୍ଠିତ ହୋଇଯାଇଅଛି।

ମଣ୍ଡପ ଗୁଡ଼ିକ ଆଲୋକ ମାଳାରେ ସୁସଜ୍ଜିତ ହେବା ସାଙ୍ଗକୁ ରାତିସାରା ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଅଛି। ଲତାର, ରାଜସୁନାଖଳା, ରଣପୁର, ଚାନ୍ଦପୁର ଓ ଗୋପାଳପୁର ଅଂଚଳରେ ବହୁ ଗଜଲକ୍ଷ୍ମୀ ମେଢ଼ ଦେଖିବାକୁ ମିଳୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.