Home ଜିଲ୍ଲା ପରିକ୍ରମା ରଣପୁର ବିଜୁ ଜନତା ଦଳର ବୈଠକ ପରେ ପୁଣି ଏକତା ଫେରିଲା

ରଣପୁର ବିଜୁ ଜନତା ଦଳର ବୈଠକ ପରେ ପୁଣି ଏକତା ଫେରିଲା

28

ନୟାଗଡ଼ ୧୦/୧୦ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ଓଡ଼ିଶା ବିଧାନସଭାର ୧୧୯ ନିର୍ବାଚନ ମଣ୍ଡଳୀ ନୟାଗଡ଼ ଜିଲ୍ଲା ରଣପୁରରେ କିଛିଦିନ ଧରି ଶାସକ ବିଜେଡ଼ି ଦଳରେ ଗୋଡ଼ ଟଣାଟଣି ଯୋଗୁଁ ବିବାଦ ପଦାରେ ପଡ଼ିବାରେ ଲାଗିଥିଲା। ଯାହାଫଳରେ ଗତ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ରଣପୁର ଅଧ୍ୟକ୍ଷ ଆସନ ପାଇଁ ହାତରେ ସଂଖ୍ୟା ଥିଲେ ମଧ୍ୟ ଦଳ ପରାଜୟର ସ୍ୱାଦ ଚାଖିଥିଲା। ସେହିଭଳି ଭାବରେ ସମବାୟ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ଅନେକ ଯାଗାରେ ପରାଜୟର ବରଣ କରିଥିଲା। ଅଧ୍ୟକ୍ଷ ଆସନ ପାଇଁ ଆଶାୟୀ ପ୍ରାର୍ଥି ପଞ୍ଚାୟତ ନିର୍ବାଚନରେ ଦଳରେ ନିଜର ପତିଆୟାରା ବୃଦ୍ଧି କରି ଅନେକ ପ୍ରାର୍ଥୀଙ୍କୁ ଗୋଡ଼ଟାଣି ହରାଇଥିଲେ। ଅଧ୍ୟକ୍ଷ ଆସନରେ ପରାଜୟ ହେବା ପରେ ଉପାଧ୍ୟକ୍ଷ ଆସନ ହାସଲ କରିଥିଲେ। ସେହିଦିନ ଠାରୁ ରଣପୁର ବିଜୁ ଜନତା ଦଳରେ ପରସ୍ପର ବିରୋଧାଭାସ ଦେଖିବାକୁ ମିଳୁଥିଲା। ଯାହାର ସୁଯୋଗ ନେଇ ୨୦୨୪ ନିର୍ବାଚନ ପାଇଁ ସଂଗଠନରେ ନା ନଥାଇ କିଛିନେତା ବିଜେଡ଼ି ଟିକେଟ ପାଇଁ ଦଳ ଭିତରେ ବିଭ୍ରାଟ ସୃଷ୍ଟି କରୁଥିଲେ।

ଗତ ସେପ୍ଟେମ୍ବର ୯ ତାରିଖ ବିଳମ୍ବିତ ସଂନ୍ଧ୍ୟାରେ ରଣପୁର ବିଜୁ ଜନତା ଦଳର କୋର୍ କମିଟି ଡମସାହି ଠାରେ ଥିବା ଦଳୀୟ କାର୍ଯ୍ୟାଳୟରେ ବସିଥିଲା। ବହୁ ଆଲୋଚନା ଓ ସମାଲୋଚନା ପରେ ଗତ ତ୍ରୀସ୍ତରୀୟ ପଞ୍ଚାୟତରେ ଘଟିଥିବା ଘଟଣାରେ ମ୍ରିୟମାଣ ହୋଇଥିବା ପରାଜିତ ପ୍ରାର୍ଥୀମାନେ ଆତ୍ମ ସନ୍ତୋଷ ଲାଭ କରିଥିଲେ। ସମସ୍ତେ ଶପଥ ପାଠ କରି ଆଗାମୀ ୨୦୨୪ ନିର୍ବାଚନରେ ବିଧାୟକ ସତ୍ୟନାରାୟଣ ପ୍ରଧାନଙ୍କ ନେତୃତ୍ୱରେ ନିର୍ବାଚନ ସାମ୍ନା କରିବା ପାଇଁ ଏକତା ବଦ୍ଧ ହୋଇଥିବା ଜଣାପଡ଼ିଛି। ଏହି ସମୀକ୍ଷା ବୈଠକରେ ପାଣ୍ଡବ ସେଠୀ, ଡଃ ସନ୍ତୋଷ ଲେଙ୍କା, ପ୍ରଭାତ ଦଳବେହେରା, ସଚ୍ଚିକାନ୍ତ ଷଢଙ୍ଗୀ, କିଶୋର ପଟ୍ଟନାୟକ, ରାମକୃଷ୍ଣ ପଟ୍ଟନାୟକ ଓ ନର୍ମଦା ରାୟ ଆଦି ବହୁ ପ୍ରମୁଖ ସକ୍ରିୟ ନେତା ଯୋଗ ଦେଇଥିଲେ। ଶେଷରେ ବିଧାୟକ ସତ୍ୟ ନାରାୟଣ ପ୍ରଧାନଙ୍କୁ ଜିଲ୍ଲା ଯୋଜନା ବୋର୍ଡ଼ ହୋଇଥିବାରୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି ଦଳୀୟ ଏକତା ରଣପୁର ପାଇଁ ଗର୍ବ ବୋଲି ଗଣମାଧ୍ୟମକୁ ବିଧାୟକ ସତ୍ୟ ନାରାୟଣ ପ୍ରଧାନ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.